ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ଦ୍ବିତୀୟ ଦିନରେ ନ୍ୟୁଜିଲାଣ୍ଡ ନିଜର ସ୍ଥିତି ମଝବୁତ କରିଛି । ଭାରତକୁ ମାତ୍ର ୪୬ ରନରେ ଅଲଆଉଟ କରିବା ପରେ ନ୍ୟୁଜିଲାଣ୍ଡ ୩ ଓ୍ବିକେଟ ହରାଇ ୧୮୦ ରନ କରିଛି ଓ ୧୪୩ ରନରେ ଆଗୁଆ ହୋଇପାରିଛି । ନ୍ୟୁଜିଲାଣ୍ଡ ପକ୍ଷରୁ ଦେଓ୍ବନ କନଓ୍ବେ ୯୧ ରନ କରି ଆଉଟ ହୋଇଥିବାବେଳେ ଓ୍ବିଲ୍ ୟଙ୍ଗ ୩୩ ରନ କରି ଆଉଟ ହୋଇଛନ୍ତି । ଏବେ କ୍ରିଜରେ ରାଚିନ ରବୀନ୍ଦ୍ର ୨୨ ରନ ଓ ଡାରିଲ୍ ମିଚେଲ୍ ୧୪ ରନ କରି ଖେଳୁଛନ୍ତି ।
ଏହା ପୂର୍ବରୁ ଭାରତୀୟ ଦଳ ଲଜ୍ଜାଜନକ ପ୍ରଦର୍ଶନ କରି ମାତ୍ର ୪୬ ରନରେ ଅଲଆଉଟ ହୋଇଯାଇଥିଲା । ଅଧିନାୟକ ରୋହିତ ଶର୍ମା ମାତ୍ର ୨ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ଏହା ପରେ ଖାତା ନ ଖୋଲି ବିରାଟ କୋହଲି ଆଉଟ୍ ହୋଇଥିଲେ।। ତାଙ୍କୁ ୱିଲିୟମ୍ ଓ’ରୁରକେ ପାଭିଲିୟନ ଫେରାଇ ଦେଇଥିଲେ। ସରଫରାଜ ଖାନ୍,କେଏଲ ରାହୁଲ, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ବିନୀ ଖାତା ନ ଖୋଲି ପାଭିଲିୟନ ଫେରିଥିଲେ। ୬ ଜଣ ବ୍ୟାଟ୍ସମ୍ୟାନ ରନ୍ ସ୍କୋର୍ କରିଥିବାବେଳେ ସେମାନଙ୍ ମଧ୍ୟରୁ କେବଳ ଯଶସ୍ୱୀ ଜୟସ୍ୱାଲ ଏବଂ ଋଷଭ ପନ୍ତ ଦୁଇ ଅଙ୍କ ଛୁଇଁ ପାରିଥିଲେ। ଉଭୟ ଯଥାକ୍ରମେ ୧୩ ଏବଂ ୨୦ ରନ୍ କରିଥିଲେ। ଅନ୍ୟ ୪ ବ୍ୟାଟ୍ସମ୍ୟାନ ଗୋଟିଏ ଅଙ୍କରେ ରହି ଯାଇଥିଲେ। ସେମାନଙ୍କ ମଧ୍ୟରେ ରୋହିତ ଶର୍ମା ୨, କୁଳଦୀପ ଯାଦବ ୨, ଯଶପ୍ରୀତ ବୁମରା ୧ ଏବଂ ମହମ୍ମଦ ସିରାଜ ଅପରାଜିତ ୪ ରନ୍ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/10/17/XetAieUl77yoLxbI4Xcx.jpg)