ହାମିଲଟନ : ହାମିଲଟନ (ନ୍ୟୁଜିଲାଣ୍ଡ)ର ସେଡନ ପାର୍କଠାରେ ଚାଲିଥିବା ଭାରତ ନ୍ୟୁଜିଲାଣ୍ଡ ଏକଦିବସୀୟ ମ୍ୟାଚ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ଭାରତ ଦ୍ୱାରା ଧାର୍ଯ୍ୟ ୩୪୮ ରନର ପିଛା କରିବାକୁ ଯାଇ ନ୍ୟୁଜିଲାଣ୍ଡ ଶେଷ ଖବର ମିଳିବା ପର୍ଯ୍ୟନ୍ତ ୪୦ ଓଭରରେ ୩ ଓ୍ଵିକେଟ ହରାଇ ୨୯୨ ରନ ସଂଗ୍ରହ କରିଛି । ଦଳ ବିଜୟ ପାଇଁ ୬୦ ବଲରେ ୫୬ ରନ ଆବଶ୍ୟକ କରୁଛି । କ୍ରିଜରେ ଏବେ ଅଭିଜ୍ଞ ରସ ଟେଲର ଓ ଅଧିନାୟକ ଟନ ଲିଥାମ ଅଛନ୍ତି ।
ଏକ ବିଶାଳ ସ୍କୋରର ପିଛା କରୁଥିବା ନ୍ୟୁଜିଲାଣ୍ଡର ଦୁଇ ଓପନର ମାର୍ଟିନ ଗପ୍ଟିଲ ଓ ହେନେରୀ ନିକୋଲସ ଦଳକୁ ଏକ ଦୃଢ ମୂଳଦୂଆ ପ୍ରଦାନ କରିଥିଲେ । ନିକୋଲସ ୭୮ ଓ ଗପ୍ଟିଲ ୩୨ରନ କରିଥିଲେ ।
ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ଦଳ ଟସ ଜିଣି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୪ ଓ୍ଵିକେଟ ହରାଇ ୩୪୭ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଶ୍ରେୟାସ ଆୟାର ୧୦୩ ରନ, ଲୋକେଶ ରାହୁଲ ୮୮ ରନ ଓ ଅଧିନାୟକ ବିରାଟ କୋହଲି ୫୧ ରନ କରିଥିଲେ । ଦୁଇ ଓପନର ପୃଥିବୀ ଶାହ ଓ ମୟଙ୍କ ଅଗ୍ରଓ୍ଵାଲ ଯଥାକ୍ରମେ ୨୦ ଓ ୩୨ ରନ କରିଥିଲେ ।