ଆସନ୍ତାକାଲି ୱେଲିଂଟନ ଦିନିକିଆ: ନ୍ୟୁଜିଲାଣ୍ଡ ବିରୋଧରେ ମଧ୍ୟକ୍ରମରେ ପଡିଆକୁ ଓହ୍ଲାଇବେ ଏମ୍‌ଏସ୍‌ ଧୋନି

ୱେଲିଂଟନ: ନ୍ୟୁଜିଲାଣ୍ଡ ବିରୋଧରେ ଭାରତ ୫ମ ତଥା ଶେଷ ଦିନିକିଆ ପାଇଁ ଓହ୍ଲାଇବ। ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୱେଲିଂଟନରେ ମଧ୍ୟକ୍ରମରେ ବ୍ୟାଟିଂ କରିବାକୁ ଆସିବେ। ହାମିଲଟନ ଦିନିକିଆରେ ଧୋନି ଖେଳି ନଥିଲେ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଏହି ମ୍ୟାଚ ୱେଷ୍ଟପାକ ଷ୍ଟାଡିୟମରେ ରବିବାର ଖେଳାଯିବ। ଶୁଭମନ ଗିଲ ଅଥବା ଦିନେଶ କାର୍ତ୍ତିକଙ୍କ ମଧ୍ୟରୁ ଜଣେ ବେଞ୍ଚରେ ବସିବେ।

ହାମିଲଟନ୍‌ରେ ନ୍ୟୁଜିଲାଣ୍ଡ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା ଭାରତ ସମସ୍ତ ୩୦.୫ ଓଭରରେ ଓ୍ଵିକେଟ ହରାଇ ୯୨ ରନ କରିଥିଲା। ବିଜୟ ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ୧୪.୪ ଓଭରରେ ୨ ଓ୍ଵିକେଟ ହରାଇ ପୂରା କରିଥିଲା। ପ୍ରଥମ ୩ଟି ଦିନିକିଆର ଜିତି ଭାରତ ଶୃଙ୍ଖଳା ନିଜର କରି ସାରିଥିବା ବେଳେ ହାମିଲଟନ୍‌ରେ ନ୍ୟୁଜିଲାଣ୍ଡ ୪ର୍ଥ ଦିନିକିଆରେ ଜିତିଛି। ଫଳରେ ଶୃଙ୍ଖଳା ଏବେ ୩-୧ରେ ରହିଛି।

ସମ୍ଭାବିତ ଭାରତୀୟ ଟିମ୍‌:

ରୋହିତ ଶର୍ମା (ଅଧିନାୟକ), ଶିଖର ଧାଓ୍ଵନ, ଅମ୍ବାତି ରାୟଡୁ, ଶୁବମନ ଗିଲ/ଦିନେଶ କାର୍ତ୍ତିକ, ମହେନ୍ଦ୍ର ସିଂହ ଧୋନି (ଓ୍ଵିକେଟକିପର) କେଦାର ଯାଧବ, ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଖଲିଲ ଅହମଦ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ।

ୱେଲିଂଟନରେ ନ୍ୟୁଜିଲାଣ୍ଡର ଓପନର ମାର୍ଟିନ ଗୁପଟିଲ ରବିବାରେ ଖେଳିବେନି ତାଙ୍କ ସ୍ଥାନରେ କୋଲିନ ମୁନରେ ବ୍ୟାଟିଂ ଆରମ୍ଭ କରିପାରନ୍ତି। ସେହିଭଳି ମିଚେଲ ସଣ୍ଟନର ଅଥବା ଟଡ ଆସଲେ ବେଞ୍ଚରେ ବସିବେ।

ସମ୍ଭାବିତ ନ୍ୟୁଜିଲାଣ୍ଡ ଟିମ୍‌:

ହେନରୀ ନିକୋଲସ୍‌, କୋଲିନ ମୁନରୋ, କେନ ଓ୍ଵିଲିୟମସନ୍‌ (ଅଧିନାୟକ), ରସ ଟେଲର, ଟମ ଲାଥମ (ଓ୍ଵିକେଟକିପର), ଜେମସ୍‌ ନିସମ, କୋଲିନ ଡେ ଗ୍ରାଣ୍ଡହୋମ, ମିଚେଲ ସଣ୍ଟନର, ଟଡ ଆସଲେ/ଡଉଗ ବ୍ରାସଲେ/ଟିମ ସାଉଦୀ, ମଟ୍ଟ ହେନରୀ, ଟ୍ରେଣ୍ଟ ବୋଲ୍ଟ।

ସମ୍ବନ୍ଧିତ ଖବର