ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅନ୍ୟତମ ସଫଳ ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଦେଶ ଭଲ ପାଇଥାଏ। ମାହିଙ୍କ ଖେଳିବା ଶୈଳୀଠାରୁ ଆରମ୍ଭ କରି ତାଙ୍କ ଚାଲିଚଲଣ ଓ ସମସ୍ତଙ୍କୁ ଭଲପାଇବା ସ୍ନେହ ସମ୍ମାନ କରିବା ହେତୁ ସେ ସମସ୍ତଙ୍କ ହୃଦୟରେ ସ୍ଥାନ ପାଇ ପାରିଛନ୍ତି।
କ୍ରିକେଟ ଜଗତରେ ତାଙ୍କର ଏକ ସ୍ବତନ୍ତ୍ର ସ୍ଥାନ ରହିଛି ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ସୋସିଆଲ ମିଡିଆରେ ଧୋନିଙ୍କ ଏକ ଫଟୋ ଭାଇରାଲ ହୋଇଛି। ଯେଉଁଥିରେ ତାଙ୍କୁ ସେନା ପୋଷାକ ପିନ୍ଧିଥିବା ଦେଖିବାକୁ ମିଳୁଛି। ଧୋନିଙ୍କୁ ସେନା ପୋଷାକରେ ଲୋକେ ବେଶ ପସନ୍ଦ ବି କରୁଛନ୍ତି। ତେବେ ଏହା ପ୍ରଥମଥର ନୁହେଁ, ପୂର୍ବରୁ ବି ଧୋନିଙ୍କୁ ଅନେକ ଥର ସେନା ପୋଷାକରେ ଦେଖିବାକୁ ମିଳିଛି।
Thank you @msdhoni!! pic.twitter.com/jzt78ZO7D7
— Indian Aerospace Defence News - IADN (@NewsIADN) April 30, 2023
ସୂଚନା ରହିଛ କି, ଧୋନିଙ୍କ ଭାରତୀୟ ସେନାର ଅବୈତନିକ ଅଧିକାରୀ ଅଛନ୍ତି । ଯେବେ ବି ତାଙ୍କୁ କ୍ରିକେଟରୁ ସମୟ ମିଳିଥାଏ ସେ ଯବାନଙ୍କ ଗହଣକୁ ଚାଲି ଯାଇଥାଆନ୍ତି ଓ ଦେଶ ସେବା କରିଥାଆନ୍ତି।
ଏହି ଫଟୋଟି ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର ହେବା ପରେ ୩ହଜାର ଲୋକେ ରିଟୁଇଟ କରି ସାରିଲେଣି। ଧୋନିଙ୍କ ଦେଶସେବା ପ୍ରତି ଏଭଳି ମନୋଭାବକୁ ଲୋକେ ବେଶ ପ୍ରଶଂସା ବି କରୁଛନ୍ତି।