ବିସିସିଆଇ ସମ୍ବିଧାନକୁ ମାନୁନି ଓସିଏ, ୩ ସଦସ୍ୟଙ୍କ ଉପରେ ଆପତ୍ତି

କଟକ: ଓସିଏ ସମ୍ବିଧାନରେ ଅନୁଷ୍ଠାନଗୁଡ଼ିକରୁ ସାଧାରଣ ପରିଷଦ ବୈଠକକୁ ପ୍ରତିନିଧି ଆସିବା ଓ ଭୋଟ ଦେବା ଅଧିକାର ପାଇବା ନିୟମରେ ହେରଫେର କରାଯାଇଥିବା ଅଭିଯୋଗ ହେଉଛି। ପୂର୍ବରୁ ବିସିସିଆଇ ସମ୍ବିଧାନ ଅନୁଯାୟୀ ଓସିଏ ସମ୍ବିଧାନ ପ୍ରସ୍ତୁତ ହୋଇଥିବା ପରିଚାଳନା ସମିତି ସଫେଇ ଦେଇଥିଲା। କିନ୍ତୁ ସମ୍ବିଧାନକୁ ପୁଙ୍ଖାନୁପୁଙ୍ଖ ଭାବେ ଅନୁଧ୍ୟାନ କଲା ପରେ ସ˚ଗଠନଗୁଡ଼ିକରୁ ସାଧାରଣ ପ୍ରତିନିଧି ଆସିବା ଭଳି ବାଟ ଖୋଲି ଦିଆଯାଇଥିବା ଦେଖାଯାଇଛି। ବିସିସିଆଇ ସମ୍ବିଧାନରେ ଭାରତୀୟ ବିଶ୍ବବିଦ୍ୟାଳୟ ସ˚ଘ ଓ ରେଳବାଇର ପ୍ରତିନିଧିଙ୍କୁ ଭୋଟ ଦେବା ଅଧିକାର ଦିଆଯାଇଛି। କିନ୍ତୁ ଉକ୍ତ ପ୍ରତିନିଧି ଜଣଙ୍କ ଜଣେ ପୂର୍ବତନ ପ୍ରଥମ ଶ୍ରେଣୀ କ୍ରିକେଟର ହୋଇଥିବେ ଏବ˚ ସର୍ବଭାରତୀୟ ବିଶ୍ବବିଦ୍ୟାଳୟ ପ୍ରତିଯୋଗିତାରେ ସ˚ପୃକ୍ତ ବିଶ୍ବବିଦ୍ୟାଳୟକୁ ପ୍ରତିନିଧିତ୍ବ କରିଥିବେ। ହେଲେ ଓସିଏ ସମ୍ବିଧାନରେ କିଟ୍‌, ପାରାଦୀପ ପୋର୍ଟ, ରେଭେନ୍ସା, ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ, ପୂର୍ବତଟ ରେଳବାଇକୁ ଅନୁଷ୍ଠାନର ମାନ୍ୟତା ଦିଆଯାଇଥିବା ବେଳେ ଏମାନଙ୍କ ପ୍ରତିନିଧିଙ୍କ ପାଇଁ ନିୟମରେ ଯଥେଷ୍ଟ କୋହଳ କରାଯାଇଛି। ଉକ୍ତ ପ୍ରତିନିଧି ଜଣକ ଜଣେ ପୂର୍ବତନ ଖେଳାଳି ହୋଇଥିବେ କିମ୍ବା କ୍ରିକେଟରେ ରୁଚି ରଖୁଥିବା ଜଣେ ବ୍ୟକ୍ତି ହୋଇଥିବା ଆବଶ୍ୟକ ବୋଲି ନିୟମ ନିର୍ଧାରଣ କରାଯାଇଛି। ଯାହାକି ବିସିସିଆଇ ସମ୍ବିଧାନର ବିରୁଦ୍ଧାଚରଣ କରୁଥିବା କୁହାଯାଉଛି। ବିସିସିଆଇ ସମ୍ବିଧାନ ଅନୁସାରେ ଦେଖିଲେ ଉପରୋକ୍ତ ୫ ସ˚ଗଠନରୁ ଆସିଥିବା ପ୍ରତିନିଧିଙ୍କ ମଧ୍ୟରୁ କେହି ଜଣେ ବି ପୂର୍ବତନ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳାଳି କିମ୍ବା ସର୍ବଭାରତୀୟ ବିଶ୍ବବିଦ୍ୟାଳୟ କ୍ରିକେଟ ପ୍ରତିଯୋଗିତାରେ ନିଜ ଅନୁଷ୍ଠାନକୁ ପ୍ରତିନିଧିତ୍ବ କରିନାହାନ୍ତି। ତେଣୁ ଏ କ୍ଷେତ୍ରରେ ଉକ୍ତ ୫ ଜଣ ଭୋଟରଙ୍କ ନାମକୁ ନିର୍ବାଚନ ଅଧିକାରୀ ବୈଧ ରଖିବେ ନା ନାକଚ କରିବେ ତାହା ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ ଜଣାପଡିବ।

୩ ସଦସ୍ୟଙ୍କ ଉପରେ ଆପତ୍ତି
କଟକ,: ଆସନ୍ତା ୨୭ ତାରିଖରେ ହେବାକୁ ଥିବା ଓଡ଼ିଶା କ୍ରିକେଟ ସ˚ଘ (ଓସିଏ) ନିର୍ବାଚନ ପାଇଁ ଶୁକ୍ରବାର ୭୩ ଜଣିଆ ସାନି ଭୋଟର ତାଲିକା ପ୍ରକାଶ ପାଇଛି। ୭୦ ସଦସ୍ୟଙ୍କଠୁ ୧୫୦ରୁ ଅଧିକ ଭୋଟରଙ୍କ ନାମ ଆସିଥିଲା ବେଳେ ସେଗୁଡିକୁ ଯାଞ୍ଚ କରିବା ପରେ ୭୦ ତାଲିକା ପ୍ରସ୍ତୁତ କରାଯାଇଛି। ଏଥିରେ ୩ ଜଣ ଆନ୍ତର୍ଜାତିକ କ୍ରିକେଟରଙ୍କ ନାମକୁ ଏହି ତାଲିକାରେ ଯୋଡ଼ାଯାଇଛି। ଶୁକ୍ରବାର ‘ସମ୍ବାଦ’ରେ ପ୍ରକାଶ ପାଇଥିବା ଜିଲ୍ଲା ଓ କ୍ଲବ୍‌ମାନଙ୍କ ଭୋଟର ତାଲିକା ସଠିକ୍‌ ପ୍ରମାଣିତ ହୋଇଥିଲା। ଏହାବ୍ୟତୀତ ରେଲେଵ ସେଟଲମେଣ୍ଟ ହାଇସ୍କୁଲ୍‌ରୁ ମାଲେଶ୍ବରୀ ଦେବୀ, ଯୋବ୍ରା ମୁନିସିପାଲ ସରକାରୀ ହାଇସ୍କୁଲ୍‌ରୁ ରବୀନ୍ଦ୍ର କୁମାର ପ୍ରଧାନ, ସୟଦ ସେମିନାରୀରୁ ଜାବିଦା ବେଗମ୍‌, ପିଏମ୍‌ ଏକାଡେମିରୁ ଧିରେନ୍ଦ୍ର ନାଥ ନାୟକ, ସେକେଣ୍ତାରୀ ବୋର୍ଡ ହାଇସ୍କୁଲ୍‌ରୁ ଦିଲ୍ଲୀପ କୁମାର ବେହେରା, ଷ୍ଟିଵାର୍ଟ ସ୍କୁଲ୍‌ରୁ ଏଫ୍‌ସି ନର୍ଥ, କେମ୍ବ୍ରିଜ୍‌ ସ୍କୁଲ୍‌ରୁ ଗୌତମ ଗଜପତି, ରାଣୀହାଟ ହାଇସ୍କୁଲ୍‌ରୁ ପୃଥ୍ବୀରାଜ, ରେଭେନ୍ସା କଲିଜିଏଟ୍‌ ସ୍କୁଲ୍‌ରୁ ଅନୁସ୍ମିତା ସ୍ବାଇଁ, କଲେଜମାନଙ୍କ ମଧ୍ୟରେ ଏସ୍‌ସିବି ମେଡିକାଲ୍‌ କଲେଜରୁ ପ୍ରଫେସର ଡାକ୍ତର ଜୟଶ୍ରୀ ମହାନ୍ତି, ଖ୍ରୀଷ୍ଟ କଲେଜରୁ ସିଦ୍ଧାର୍ଥ କୁମାର ସାହୁ, ଷ୍ଟିଵାର୍ଟ ବିଜ୍ଞାନ କଲେଜରୁ ଡ. ଦେବାଶିଷ ଆଚାର୍ଯ୍ୟ, ‘ବୋସ୍‌’ରୁ ଅରୁଣ କୁମାର ମହାପାତ୍ରଙ୍କ ନାମ ସାନି ତାଲିକାରେ ପ୍ରକାଶ ପାଇଛି। ରେଭେନ୍ସା ବିଶ୍ବବିଦ୍ୟାଳୟରୁ ଅଞ୍ଜନ କୁମାର ଖୁଣ୍ଟିଆ, ପୂର୍ବତଟ ରେଳବାଇରୁ ବିଜୟ କୁମାର ମିଶ୍ର ମଧ୍ୟ ତାଲିକାରେ ରହିଛନ୍ତି।

ତେବେ ସାନି ତାଲିକା ପ୍ରକାଶ ପାଇବା ପରେ ପରେ ପ୍ରଥମ ଦିନରେ ତିନି ସଦସ୍ୟଙ୍କ ନାମରେ ଆପତ୍ତି ଅଭିଯୋଗ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାଖଲ କରାଯାଇଥିଲା। ଓଜିପି କ୍ଲବ୍‌, ଏସ୍‌ବିଆଇ କ୍ଲବ୍‌ ଓ ଗଞ୍ଜାମରୁ ଯେଉଁ ପ୍ରତିନିଧିଙ୍କ ନାମ ତାଲିକାରେ ସ୍ଥାନ ପାଇଥିଲା ତାହାକୁ ଅନ୍ୟ ଅଶାୟୀମାନେ ବିରୋଧ କରିଥିଲେ। ଓଜିପି ଓ ଗଞ୍ଜାମରୁ ଆସିଥିବା ସଦସ୍ୟଙ୍କ ନାମକୁ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସାମିଲ କରାଯାଇଥିବା କୁହାଯାଇଛି। ଯେଉଁମାନେ ତାଲିକାରେ ସ୍ଥାନ ପାଇଛନ୍ତି, ସେମାନଙ୍କୁ ସ˚ପୃକ୍ତ କ୍ଲବ୍‌ ଓ ଜିଲ୍ଲାମାନଙ୍କରୁ ପ୍ରତିନିଧିତ୍ବ କରବାକୁ କୋର୍ଟ ଅନୁମତି ଦେଇଥିଲେ। ତେଣୁ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ଅସମ୍ଭବ ବୋଲି କୁହାଯାଇଛି। ଯଦି ଆସନ୍ତା ଦୁଇ ଦିନ ମଧ୍ୟରେ ଅଭିଯୋଗକାରୀମାନେ କୋର୍ଟରୁ ସେମାନଙ୍କ ସପକ୍ଷରେ ନିର୍ଦ୍ଦେଶନାମା ଆଣିପାରିବେ, ତାହେଲେ ଚୂଡ଼ାନ୍ତ ତାଲିକାରେ ପରିବର୍ତ୍ତନ କରାଯାଇପାରେ ବୋଲି ଓସିଏ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର