ଓସିଏ ନିର୍ବାଚନ, ଶୁକ୍ରବାର ୧୧ଟାରୁ ଭୋଟ, ସ˚ଧୢା ୬ଟା ସୁଦ୍ଧା ଫଳାଫଳ

କଟକ: ଆସନ୍ତା ଶୁକ୍ରବାର ଓସିଏ କର୍ମକର୍ତ୍ତା ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ସକାଳ ୧୧ଟାରୁ ଓସିଏ ସମ୍ମିଳନୀ କକ୍ଷରେ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇ ୨ଟା ପର୍ଯ୍ୟନ୍ତ ଚାଲିବ। ଏହାପରେ ଭୋଟ ଗଣତି ଚାଲିବା ପରେ ସ˚ଧୢା ୬ଟା ସୁଦ୍ଧା ଫଳାଫଳ ଘୋଷଣା କରାଯିବ। ନିର୍ବାଚନ ପାଇଁ ସୋମବାର ନିର୍ବାଚନ ଅଧିକାରୀ ଏମ୍‌ଏଲ୍‌ ମଜୁମଦାର ଏଭଳି ନିୟମାବଳୀ ଜାରି କରିଛନ୍ତି। ଭୋଟ ଗ୍ରହଣ କେନ୍ଦ୍ରକୁ ଆସିବା ପାଇଁ ଓସିଏ କ୍ଲବ୍‌ ବାଟେ ଭୋଟରମାନେ ଆସିବେ। କ୍ଲବ୍‌ ଗେଟ୍‌ ଓ ସମ୍ମିଳନୀ କକ୍ଷ ଗେଟ୍‌ ପାଖରେ ଦୁଇଥର ଭୋଟରମାନଙ୍କୁ ଯାଞ୍ଚର ସମ୍ମୁଖୀନ ହେବାକୁ ପଡ଼ିବ। ସକାଳ ସା‌ଢ଼େ ୯ଟାରୁ ଗେଟ୍‌ ଖୋଲାଯିବ। ଭୋଟରମାନେ ସେମାନଙ୍କ ପରିଚୟ ପତ୍ର ଦେଖାଇ ଭୋଟ ଗ୍ରହଣ ସ୍ଥାନକୁ ପ୍ରବେଶ କରିବେ। ସମ୍ମିଳନୀ କକ୍ଷର ଉପସ୍ଥାନ ଖାତାରେ ଦସ୍ତଖତ କରିବା ପରେ ସେମାନଙ୍କ ପାଇଁ ଧାର୍ଯ୍ୟ ସ୍ଥାନରେ ଭୋଟରମାନେ ବସିବେ। ସେଠାରେ ସ୍ବତନ୍ତ୍ର ସାଧାରଣ ବୈଠକ ଅବସରରେ ନିର୍ବାଚନ ଅଧିକାରୀଙ୍କଠୁ ଭୋଟରମାନେ ବାଲଟ ପେପର ଗ୍ରହଣ କରିବେ। ଭୋଟର ତାଲିକା ଅନୁଯାୟୀ କ୍ରମାନ୍ବୟରେ ଭୋଟ ଦେବେ। ପ୍ରାର୍ଥୀଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ଭୋଟ ଗଣତି ହେବ ଏବ˚ ବିଜୟୀ ପ୍ରାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର