ଓସିଏ ନିର୍ବାଚନ ପ୍ରସଙ୍ଗ: ପଡ଼ୋଶୀ ରାଜ୍ୟରୁ ଖୋଜା ହେବେ ନିର୍ବାଚନ ଅଧିକାରୀ

କଟକ: ଓଡ଼ିଶା କ୍ରିକେଟ ସ˚ଘ (ଓସିଏ) ନିର୍ବାଚନ ପାଇଁ ଏବେ ପଡ଼ୋଶୀ ରାଜ୍ୟରୁ ନିର୍ବାଚନ ଅଧିକାରୀ ଖୋଜାଯିବ। ଓଡ଼ିଶାର ସମସ୍ତ ପୂର୍ବତନ ନିର୍ବାଚନ ଅଧିକାରୀମାନେ ଏହି ଦାୟିତ୍ବ ପାଇଁ ଅରାଜି ହେବାରୁ ଓସିଏ ସ˚ପୂର୍ଣ୍ଣ ନିରୂପାୟ ହୋଇଯାଇଛି। ଏପରିକି ବିସିସିଆଇ ମଧ୍ୟ ଉକ୍ତ ଅଧିକାରୀମାନଙ୍କୁ ମନାଇବାକୁ ଚେଷ୍ଟା କରି ବିଫଳ ହୋଇଛି। ତେଣୁ ପଡ଼ୋଶୀ ରାଜ୍ୟମାନଙ୍କରୁ ନିର୍ବାଚନ ଅଧିକାରୀ ଖୋଜିବାକୁ ବିସିସିଆଇ ପରାମର୍ଶ ଦେଇଛି। ଏହା ଉପରେ ଆଗେଇବାକୁ ଯାଇ ଓସିଏ ପକ୍ଷରୁ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ବିହାର କ୍ରିକେଟ୍‌ ସ˚ଘ ସହିତ ଯୋଗାଯୋଗ କରାଯାଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ଜବାବ ଆସିନଥିବା ଓସିଏ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ସେପ୍ଟେମ୍ବର ୧୪ ତାରିଖରେ ରାଜ୍ୟ ସ˚ଘଗୁଡ଼ିକର ନିର୍ବାଚନ କରାଯିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ। ତେଣୁ ଜୁଲାଇ ୧ ତାରିଖ ସୁଦ୍ଧା ନିର୍ବାଚନ ଅଧିକାରୀ ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିପାଇଁ ରାଜ୍ୟର ସମସ୍ତ ଅବସରପ୍ରାପ୍ତ ନିର୍ବାଚନ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ବି ସେମାନେ କ୍ରିକେଟ୍‌ ବିବାଦ ଭିତରେ ପଶିବା ପାଇଁ ରୋକ୍‌ଠୋକ୍‌ ମନା କରିଦେଇଥିଲେ। ପରେ ଏ ସ˚କ୍ରାନ୍ତରେ ବିସିସିଆଇର ସହାୟତା ଲୋଡ଼ାଯାଇଥିଲା। କିନ୍ତୁ ବିସିସିଆଇ ମଧ୍ୟ ସେମାନଙ୍କୁ ମନାଇବାରେ ବିଫଳ ହେବାରୁ ପଡ଼ୋଶୀ ରାଜ୍ୟମାନଙ୍କରୁ ନିର୍ବାଚନ ଅଧିକାରୀ ଆଣିବାକୁ ଓସିଏକୁ କୁହାଯାଇଥିଲା। ତେବେ ବର୍ତ୍ତମାନସୁଦ୍ଧା ସମାନ ଧରଣର ସମସ୍ୟା ପାଇଁ ଅଧିକା˚ଶ ରାଜ୍ୟରେ ନିର୍ବାଚନ ଅଧିକାରୀ ନିଯୁକ୍ତ ହୋଇନଥିବା ଜଣାପଡ଼ିଛି। ତେଣୁ ବିସିସିଆଇ ନିର୍ବାଚନ ନିର୍ଦ୍ଧାରିତ ତାରିଖରେ ହେବା ନେଇ ଆଶଙ୍କା ଦେଖାଦେଇଛି।

ସମ୍ବନ୍ଧିତ ଖବର