କଟକ: ଡିସେମ୍ବର ୨୦ ତାରିଖରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ ଓଡ଼ିଶା କ୍ରିକେଟ ସଂଘ ପାଇଁ ଏକ ଆହ୍ଵାନ ଭାବେ ସାମ୍ନାକୁ ଆସିଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୯ ତାରିଖକୁ ଧାର୍ଯ୍ୟ ହୋଇଥିବାରୁ ମ୍ୟାଚ ପୂର୍ବରୁ ଓସିଏ ନିର୍ବାଚନ ହେବା ଆଶା କରାଯାଇନପାରେ ବୋଲି କୁହାଯାଉଛି। ତେଣୁ ଓସିଏର ୫ ଜଣିଆ ପରିଚାଳନା ସମିତି ଉପରେ ଏହି ଆନ୍ତର୍ଜାତିକ ମ୍ୟାଚ ଆୟୋଜନର ଭାର ରହିବ। ପୂର୍ବରୁ ଚଳିତ ବର୍ଷ ଜାନୁଆରି ୧୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆନ୍ତର୍ଜାତିକ ଦିନିକିଆବେଳେ ଓସିଏ ମୁରବିହୀନ ହୋଇଥିବାରୁ ସେତେବେଳେ ଏକ ମ୍ୟାଚ ଆୟୋଜନ ସମିତି ଗଠନ କରାଯାଇଥିଲା। ଚଳିତ ବର୍ଷ ମଧ୍ୟ ଏକ ଆୟୋଜନ ସମିତି ଗଠନ କରାଯାଇଥିଲା। ସେଥିରେ ବାରବାଟୀ କଟକ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଅଧ୍ୟକ୍ଷ କରାଯାଇଥିଲାବେଳେ ପରିଚାଳନା ସମିତିର ଅଧ୍ୟକ୍ଷ ଧୀରେନ୍ ପଲେଇ, ଆବାହକ ରବିଶଙ୍କର ପ୍ରତିହାରୀ, ସଦସ୍ୟ ଜନାର୍ଦ୍ଦନ ଦାଶ, ଦୁଲାଲ ଚନ୍ଦ୍ର ପ୍ରଧାନ, ସରୋଜ କୁମାର ସାହୁ ପ୍ରମୁଖ ଆୟୋଜନ ସମିତିରେ ରହିଛନ୍ତି। ମ୍ୟାଚ ଆୟୋଜନ ପାଇଁ ପ୍ରସ୍ତୁତି ପର୍ଯ୍ୟାୟ ଆରମ୍ଭ ହୋଇସାରିଥିବାରୁ ଏବେ ପରିଚାଳନା ସମିତି ସବୁକିଛିର ତଦାରଖ କରିବ। ସମିତି ଅଧ୍ୟକ୍ଷ ଧୀରେନ୍ ପଲେଇଙ୍କ ମତରେ, ମ୍ୟାଚ ପୂର୍ବରୁ ନିର୍ବାଚନ ହେବା ଅସମ୍ଭବ ହୋଇଥିବାରୁ ଏବେ ଆମ ଉପରେ ଦାୟିତ୍ୱ ବଢିଯାଇଛି। ତଥାପି ଓସିଏର ସଦସ୍ୟମାନଙ୍କର ମ୍ୟାଚ ଆୟୋଜନରେ ବିଭିନ୍ନ କାର୍ଯ୍ୟର ସ୍ୱାଭାବିକ ପରିଚାଳନା ନେଇ ଅଭିଜ୍ଞତା ଥିବାରୁ ଏଥର କୌଣସି ସମସ୍ୟା ହେବ ନାହିଁ ବୋଲି ସେ ଆଶା ରଖିଛନ୍ତି। ଆଗକୁ ସମିତିର ବୈଠକ ଡକାଯାଇ ପ୍ରତ୍ୟେକ କାର୍ଯ୍ୟର ତଦାରଖ କରାଯିବ। ନଭେମ୍ବର ୧୫ ତାରିଖରେ ପୁଲିସ୍ କମିସନର ବାରବାଟୀ ଷ୍ଟାଡିୟମ ପରିଦର୍ଶନରେ ଆସିବେ ବୋଲି କହିଛନ୍ତି। ତେଣୁ ତାହା ପୂର୍ବରୁ ପୁଲିସ୍ ପକ୍ଷରୁ ପରାମର୍ଶ ଦିଆଯାଇଥିବା ଆବଶ୍ୟକୀୟ ପଦକ୍ଷେପ ଗୁଡ଼ିକୁ ପୂରଣ କରିଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।
ଶ୍ରୀଲଙ୍କା ମ୍ୟାଚ୍ ପୂର୍ବରୁ ଓସିଏ ନିର୍ବାଚନ ହେବନି
ଓସିଏ ପରିଚାଳନା ସମିତି ଉପରେ ମ୍ୟାଚ୍ ଆୟୋଜନ ଦାୟିତ୍ୱ
/sambad/media/post_attachments/wp-content/uploads/2017/10/Sri-Lanka-vs-India-1st-Test-Today-Match-Prediction.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)