ମାସେ ଘୁଞ୍ଚିବ ଓସିଏ ନିର୍ବାଚନ!

କଟକ: ଓସିଏ ନିର୍ବାଚନ ମାସେ ଘୁଞ୍ଚିପାରେ। ସେପ୍ଟେମ୍ବର ୧୪ ପରିବର୍ତ୍ତେ ଅକ୍ଟୋବର ୧୪ କିମ୍ବା ୧୫ ତାରିଖ ବେଳକୁ ନିର୍ବାଚନ ଅନୁଷ୍ଠିତ ହେବା ସମ୍ଭାବନା ରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଭୋଟର ତାଲିକା ପ୍ରକାଶ କରିବାରେ ବହୁତ ଡେରି ହୋଇଯିବ। ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। କିନ୍ତୁ ବିସିସିଆଇ ପକ୍ଷରୁ ଧାର୍ଯ୍ୟ ସମୟରେ ନିର୍ବାଚନ କରାଇବା ଅସମ୍ଭବ ବୋଲି ଓସିଏ ପକ୍ଷରୁ କୁହାଯାଇଛି। ମଝିରେ ଦଶହରା ପଡ଼ୁଥିବାରୁ ଏହାପରେ ହିଁ ନିର୍ବାଚନ ପାଇଁ ଉକ୍ତୃଷ୍ଟ ସମୟ ହେବ। ତେଣୁ ଅକ୍ଟୋବର ତୃତୀୟ ସପ୍ତାହରେ ନିର୍ବାଚନ କରାଯିବା ସମ୍ଭାବନା ରହିଥିବା ଓସିଏ ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍‌ ପଲେଇ ସୂଚନା ଦେଇଛନ୍ତି।

ନୂଆ କ୍ଲବ୍‌ମାନଙ୍କ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାରୁ ୨୫ ତାରିଖ ଶେଷ ସମୟ ଧାର୍ଯ୍ୟ ହୋଇଛି। ଏହାପରେ କ୍ଲବ୍‌ମାନଙ୍କ ବିଷୟରେ ଯାଞ୍ଚ କରିବାକୁ ଜିଲ୍ଲା ସ˚ଘମାନଙ୍କୁ ଆବେଦନଗୁଡ଼ିକର ବିବରଣୀ ପଠାଯିବ। ସ˚ପୃକ୍ତ ଜିଲ୍ଲାରେ ଆବେଦନକାରୀ କ୍ଲବ୍‌ମାନେ କ୍ରିକେଟ୍‌ର ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି କି ନାହିଁ, ତାହାର ପ୍ରାଥମିକ ରିପୋର୍ଟ ସ˚ଗ୍ରହ କରାଯିବ। ପରେ ସେମାନଙ୍କ ପଞ୍ଜିକରଣ, କ୍ରିକେଟ୍‌ ସହ ଜଡ଼ିତ କାରବାର ଇତ୍ୟାଦି ଯାଞ୍ଚ କରିବା ପରେ ବୈଧ କ୍ଲବ୍‌ଗୁଡ଼ିକ ତାଲିକା ପ୍ରସ୍ତୁତ କରାଯିବ। ଉକ୍ତ ତାଲିକାକୁ ଯାଞ୍ଚ କମିଟି ପରିଚାଳନା ସମିତିକୁ ହସ୍ତାନ୍ତର କରିବା ପରେ ଏହାକୁ ବିସିସିଆଇକୁ ପଠାଯିବ। ବିସିସିଆଇ ଅନୁମୋଦନ ମିଳିଲେ ସମ୍ବିଧାନରେ ସ˚ଶୋଧନ କରାଯିବ। ଶେଷରେ ନିର୍ବାଚନ ଅଧିକାରୀଙ୍କ ଦ୍ବାରା ଭୋଟର ତାଲିକା ପ୍ରକାଶ ପାଇବ ବୋଲି ଧୀରେନ୍‌ କହିଛନ୍ତି। ତେଣୁ ଏସବୁ ପ୍ରକ୍ରିୟା ଶେଷ କରିବା ସମୟ ସାପେକ୍ଷ। ଆବଶ୍ୟକସ୍ଥଳେ ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ବିସିସିଆଇ ପରାମର୍ଶ ଦେଇଥିବାରୁ ଏହି ଅନୁସାରେ ତାରିଖରେ ପରିବର୍ତ୍ତନ କରିବାକୁ ଆମେ ବାଧ୍ୟ ହେଉଛୁ ବୋଲି ଧୀରେନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର