ବିସିସିଆଇରେ ଭୋଟ ଅଧିକାର ପାଇଲା ଓସିଏ

ନୂଆ କ୍ଲବ୍‌ଙ୍କ ସଂପର୍କରେ ନିଷ୍ପତ୍ତିକୁ ଅପେକ୍ଷା, ୧୮ରେ ପରିଚାଳନା ସମିତି ବୈଠକ, ୫ ଜଣିଆ କମିଟି ଗଠନ ହେବା ସମ୍ଭାବନା

କଟକ : ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ)ରେ ଭୋଟଦାନ ଅଧିକାର ପାଇଛି ଓସିଏ। ବିସିସିଆଇ ପକ୍ଷରୁ ଜାରି ଭୋଟର ତାଲିକାରେ ଓସିଏ ୨୩ତମ ସ୍ଥାନରେ ରହିଛି। ତେବେ ଓଡ଼ିଶା ସହିତ ବିହାର ଓ ଜମ୍ମୁ କାଶ୍ମୀରରେ କ୍ଲବ୍‌ଗୁଡ଼ିକ ସଂପର୍କରେ ନିଷ୍ପତ୍ତି ହୋଇପାରିନଥିବାରୁ ଏହା ଉପରେ ଶୀଘ୍ର ବିଚାର କରି ସମ୍ବିଧାନ ସ˚ଶୋଧନ କରିବାକୁ ପରାମର୍ଶ ଦିଆଯାଇଛି। ଭାରତୀୟ ବିଶ୍ବବିଦ୍ୟାଳୟ ସ˚ଘ, ସର୍ଭିସେସ୍‌ ଓ ଭାରତୀୟ ରେଳବାଇ ସିଧାସଳଖ ଭୋଟ ଅଧିକାର ପାଇଛନ୍ତି। ଏହା ବ୍ୟତୀତ ଆନ୍ଧ୍ରପ୍ରଦେଶ, ଆସାମ, ମିଜୋରାମ, ପଣ୍ତିଚେରୀ, ଦିଲ୍ଲୀ, ଗୁଜୁରାଟ, ହିମାଚଳ ପ୍ରଦେଶ, ହାଇଦ୍ରାବାଦ, କେରଳ, ମଣିପୁର, ମେଘାଳୟ, ନାଗାଲାଣ୍ତ, ସିକିମ, ବିଦର୍ଭଙ୍କ ଭୋଟ ଅଧିକାର ସୁନିଶ୍ଚିତ ହୋଇଥିଲା ବେଳେ ବରୋଦା, ବିହାର, ମହାରାଷ୍ଟ୍ର, ମୁମ୍ବାଇ, ପଞ୍ଜାବ, ସୌରାଷ୍ଟ୍ର, ତ୍ରିପୁରା, ଉତ୍ତରପ୍ରଦେଶର ସମ୍ବିଧାନ ପଞ୍ଜିକରଣ ଅପେକ୍ଷାରେ ରହିଛି। ଅନ୍ୟପକ୍ଷରେ ଅରୁଣାଚଳ ପ୍ରଦେଶ, ଛତିଶଗଡ଼, ବେଙ୍ଗଲ, ଗୋଆ, ହରିୟାଣା, ଝାଡ଼ଖଣ୍ତ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ରାଜସ୍ଥାନ, ତାମଲନାଡୁ, ଉତ୍ତରାଖଣ୍ତ ସ˚ଘମାନଙ୍କର ସ˚ଶୋଧିତ ସମ୍ବଧାନ ଏପର୍ଯ୍ୟନ୍ତ ବିସିସିଆଇର ହସ୍ତଗତ ହୋଇନାହିଁ।

ଓସିଏ ଅଧିନରେ ପୂର୍ବରୁ ୨୦ କ୍ଲବ୍‌ ପଞ୍ଜୀକୃତ ହୋଇଥିବା ବେଳେ ଏବେ ଅନ୍ୟ କ୍ଲବ୍‌ମାନଙ୍କ ପାଇଁ ଚୂଡ଼ାନ୍ତ ସମ୍ବିଧାନ ସ˚ଶୋଧନରେ ବିଳମ୍ବ ହେଉଥିବା କୁହାଯାଉଛି। ବିଭିନ୍ନ ଜିଲ୍ଲାରୁ ୫୪ କ୍ଲବ୍‌ ଓସିଏରେ ସଦସ୍ୟତା ପାଇବା ପାଇଁ ବିସିସିଆଇ ପାଖରେ ଗୁହାରି କରିଥିଲେ। ତେଣୁ ସେମାନଙ୍କ ଉପରେ ବିଚାର କରିବାକୁ ବିସିସିଆଇ ଓସିଏକୁ ପରାମର୍ଶ ଦେଇଛି। ଆସନ୍ତା ୧୮ ତାରିଖରେ ପରିଚାଳନା ସମିତିର ବୈଠକ ବସିବାକୁ ଯାଉଥିବାରୁ ସେଠାରେ ଉକ୍ତ କ୍ଲବ୍‌ମାନଙ୍କ ଉପରେ ଆଲୋଚନା ହେବ। ସାମାଜିକ କ୍ଲବ୍‌ ଓ କ୍ରିକେଟ କ୍ଲବ୍‌ ଅଲଗା କରିବାକୁ ୫ ଜଣିଆ କମିଟି ଗଠନ ହେବା ସମ୍ଭାବନା ରହିଛି। କମିଟି ରିପୋର୍ଟ ଆଧାରରେ ଯେଉଁମାନେ କ୍ରିକେଟକୁ ପ୍ରୋତ୍ସାହନ ଦେଉଥିବେ ସେହି କ୍ଲବ୍‌ଗୁଡ଼ିକୁ ସଦସ୍ୟତା ଦିଆଯିବ। ଯେଉଁମାନଙ୍କ ନାମକୁ ନାକଚ କରାଯିବ, ତାହାର ଉପଯୁକ୍ତ କାରଣ ଦର୍ଶାଇବାକୁ ହେବ ବୋଲି ବିସିସିଆଇ ପରାମର୍ଶ ଦେଇଛି। ଏହାପରେ ଚୂଡ଼ାନ୍ତ ସମ୍ବିଧାନ ସ˚ଶୋଧନ ହେବ ଏବ˚ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର