ନୂଆ ଋତୁ ପାଇଁ ଓସିଏ ପ୍ରଶିକ୍ଷକ ମଣ୍ଡଳି

କଟକ: ଓଡ଼ିଶା କ୍ରିକେଟ୍‌ ସ˚ଘ ପକ୍ଷରୁ ୨୦୨୨-୨୩ ଋତୁ ପାଇଁ ପ୍ରଶିକ୍ଷକ ଓ ସହଯୋଗୀମାନଙ୍କ ନାମ ଘୋଷଣା କରାଯାଇଛି। ତେବେ କୌଣସି ନିର୍ଦ୍ଧିଷ୍ଟ ବର୍ଗର ଦଳ ପରିବର୍ତ୍ତେ ସ˚ପୂର୍ଣ୍ଣ ପ୍ୟାନେଲର ନାମ ଘୋଷଣା କରାଯାଇଛି। ଆପେକ୍ସ କାଉନସିଲ ଅନୁମୋଦନ ପାଇବା ପରେ ଆର‌୍‌.ଶ୍ରୀକାନ୍ତଙ୍କୁ ଓଡ଼ିଶା କ୍ରିକେଟ୍‌ ଏକାଡେମୀର ବୈଷୟିକ ନିର୍ଦ୍ଦେଶକ ସହିତ ବରିଷ୍ଠ ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି। ତାଙ୍କ ବ୍ୟତୀତ ରଶ୍ମୀର˚ଜନ ପରିଡ଼ା ଓ ପୁଷ୍ପାଞ୍ଜଳି ବାନାର୍ଜୀଙ୍କୁ ଓସିଏ ଏକାଡେମୀର ପ୍ରଶିକ୍ଷକ ଭାବେ ଦାୟିତ୍ବ ଦିଆଯାଇଛି। ସେହିପରି ଅନ୍ୟ ପ୍ରଶିକ୍ଷକଙ୍କ ମଧ୍ୟରେ ଗୌତମ ଗୋପାଳ, ନଟରାଜ ବେହେରା, ରଶ୍ମୀର˚ଜନ ଦାସ, ନିର˚ଜନ ବେହେରା, ସୁରେଶ କୁମାର, କାଦମ୍ବିନୀ ମହାକୁଡ଼, କେ.ଭି. ପ୍ରସାଦ, ମଧୁସ୍ମିତା ବେହେରା, ଦୀପକ ମଙ୍ଗରାଜ, ରାକେଶ ମହାନ୍ତି, ଶୋଭନ ଦେବ, ଦୀପକ ବେହେରା, ଇତିଶ୍ରୀ ପଟ୍ଟନାୟକ, ଟିକିଲତା ପ୍ରଧାନ, ସୌରଭ ସେହଗଲ ସ୍ଥାନ ପାଇଛନ୍ତି।

ସହଯୋଗୀ କର୍ମଚାରୀଙ୍କ ମଧ୍ୟରେ ଷ୍ଟ୍ରେନ୍ଥ ଆଣ୍ତ କଣ୍ତିନସି˚ ବିଭାଗରେ ପୂର୍ଣ୍ଣେନ୍ଦୁ ଜେନା ମୁଖ୍ୟ ପ୍ରଶିକ୍ଷକ, ମନୋଜ ବିଶ୍ବାଳ, ଜଗତ ର˚ଜନ ଦାସ, ସୌର୍ଯ୍ୟ ର˚ଜନ ରାଏ, ଶ୍ବେତା ସାମନ୍ତରାୟ, ବିନୁ ସାହୁ, ସସ୍ମିତା ସାହୁ ଏବ˚ ଫିଜିଓ ଥେରାପି ବିଭାଗରେ ମୁଖ୍ୟ ଫିଜିଓ ଭାବେ ରୁନି ବାନାର୍ଜୀ, ମହିଳା ମୁଖ୍ୟ ଫିଜିଓ ଭାବେ ବର୍ଷା ଅଜିଜ୍‌ଙ୍କୁ ନିଯୁକ୍ତ କରାଯାଇଛି। ଏମାନଙ୍କ ବ୍ୟତୀତ ଶୁଭକାନ୍ତ ସାହୁ, ସ୍ବସ୍ତିକ ମହାନ୍ତି, ଦିନେଶ ସାହୁ, ଅମ୍ରିତା ତ୍ରିପାଠୀ, ନଫିସା ସବନମ ଫିଜିଓ ଭାବେ ନିଯୁକ୍ତ ହୋଇଛନ୍ତି। ଆନାଲିସିଷ୍ଟ ଭାବେ ସାରଦା ପ୍ରସନ୍ନ ବିଶ୍ବାଳ, ଗାୟତ୍ରୀ ବେହେରା, ନବୀନ ବେହେରାଙ୍କ ନାମ ଘୋଷଣା କରାଯାଇଛି। ଏହି ସମସ୍ତ ପ୍ରଶିକ୍ଷକ ଓ ସହଯୋଗୀମାନେ ଓଡ଼ିଶା କ୍ରିକେଟ ଏକାଡେମୀ ସହିତ ଜଡ଼ିତ ରହିବେ। ବିସିସିଆଇ ପ୍ରତିଯୋଗିତା ପୂର୍ବରୁ ଏମାନଙ୍କ ମଧ୍ୟରୁ ପ୍ରଶିକ୍ଷକମାନଙ୍କୁ ବିଭିନ୍ନ ଦଳ ସହିତ ଯୋଡ଼ିହେବେ। ସମସ୍ତ ପ୍ରଶିକ୍ଷକ ଓ ସହଯୋଗୀମାନଙ୍କୁ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ସମ୍ପାଦକ ସ˚ଜୟ ବେହେରାଙ୍କ ସହିତ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର