କଟକ: ଭୁବନେଶ୍ବରରେ ଚାଲିଥିବା ଓସିଏ ମହିଳା କ୍ରିକେଟ୍ ଲିଗ୍ରେ ରବିବାର ଦ୍ବିତୀୟ ଶତକ ଦେଖିବାକୁ ମିଳିଥିଲା। ଆନ୍ତର୍ଜାତିକ କ୍ରିକେଟର୍ ମାଧୁରୀ ମେହେଟ୍ଟା ଓଡ଼ିଶା ୟେଲୋ ବିପକ୍ଷରେ ଶତକୀୟ ପାଳି ଖେଳିବା ସହ ନିଜ ଦଳ ରେଡ୍କୁ ଜିତାଇବାରେ ମୁଖ୍ୟ ଭୂମିକା ନେଇଥିଲେ। ଏଥିପୂର୍ବରୁ ମଧୁସ୍ମିତା ବେହେରା ପ୍ରଥମ ଖେଳାଳି ଭାବେ ପ୍ରତିଯୋଗିତାରେ ଶତକ ମାରିଥିଲେ। ଏହାବ୍ୟତୀତ ଓଡ଼ିଶା ଗ୍ରିନ୍ର ଜାନକୀ ରେଡ଼ି ୫ ଵିକେଟ ସଫଳତା ପାଇଛନ୍ତି। ରବିବାର ଗ୍ରିନ୍, ଭାଓଲେଟ୍ ଓ ରେଡ୍ ବିଜୟୀ ହୋଇଛନ୍ତି।
ମାଧୁରୀ ମେହେଟ୍ଟାଙ୍କ ଶତକୀୟ ପାଳି ବଳରେ ଓଡ଼ିଶା ରେଡ୍ ୩୮ ରନ୍ରେ ଓଡ଼ିଶା ୟେଲୋକୁ ହରାଇଛି। ବିକାଶ ପଡ଼ିଆରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ରେଡ୍ ୭ ଵିକେଟ୍ ବିନିମୟରେ ୧୯୮ ରନ୍ କରିଥିଲା। ପ୍ରାରମ୍ଭିକ ଖେଳାଳି ମାଧୁରୀ ୧୩୫ ବଲ୍ରୁ ୧୨ ଚୌକା ସହାୟତାରେ ୧୦୨ ରନ୍ କରି ପାଳିକୁ ଆଗେଇ ନେଇଥିଲା ବେଳେ ଅଦ୍ବିତୀ ଦେଓ (୨୧) ଓ ଶିଳ୍ପା ସ୍ବାଇଁ (୩୨)ଙ୍କ ସହ ମିଶି ଯଥାକ୍ରମେ ୮୬ ଓ ୮୨ ରନ୍ର ଭାଗୀଦାରି ଗଢ଼ିଥିଲେ। ଏହି ତିନିଜଣଙ୍କ ବ୍ୟତୀତ ଅନ୍ୟମାନଙ୍କ ବ୍ୟାଟ୍ ଶାନ୍ତ ପଡ଼ିଯାଇଥିବାରୁ ଦୁର୍ଭାଗ୍ୟବଶତଃ ଦଳର ସ୍କୋର ୨୦୦ ପୂର୍ବରୁ ଅଟକିଯାଇଥିଲା। ତରନ୍ନା ପ୍ରଧାନ ୩, ପ୍ରିୟଙ୍କା ସାହୁ, ମାଳତି ମୁର୍ମୁ ଦୁଇଟି ଲେଖାଏଁ ଵିକେଟ୍ ନେଇଥିଲେ। ଜବାବରେ ୟେଲୋ ୪୩.୪ ଓଭରରେ ୧୬୦ ରନ୍ କରି ସମସ୍ତ ଵିକେଟ୍ ହରାଇଥିଲା। ମଧ୍ୟକ୍ରମରେ ଅଞ୍ଜଳି ସି˚ହ ୪୩ ରନ୍ର ସ˚ଘର୍ଷପୂର୍ଣ ପାଳି ଖେଳି ଶେଷ ଵିକେଟ୍ ଭାବେ ଆଉଟ୍ ହୋଇଥିଲେ। ଶ୍ରୀୟା ଚକ୍ର, ରାଜଶ୍ରୀ ସ୍ବାଇଁ ଦୁଇଟି ଲେଖାଏଁ ଵିକେଟ୍ ନେଇଥିଲେ।
କିଟ୍ ଷ୍ଟାଡିୟମରେ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କ ଅଲରାଉଣ୍ତ ପ୍ରଦର୍ଶନ ସହ ରଶ୍ମିତା ଚିହ୍ନାରାଙ୍କ ଦମ୍ଦାର ଅର୍ଦ୍ଧଶତକୀୟ ପାଳି ଯୋଗୁଁ ଓଡ଼ିଶା ଭାଓଲେଟ୍ ୬୫ ରନ୍ରେ ଓଡ଼ିଶା ଅରେଞ୍ଜକୁ ହରାଇଛି। ଅରେଞ୍ଜ ଟସ୍ ଜିତି ବୋଲି˚ କରିଥିଲା ବେଳେ ଭାଓଲେଟ୍ ୫ ଵିକେଟ୍ ବିନିମୟରେ ୨୧୮ ରନ୍ କରିଥିଲା। ଦଳୀୟ ସ୍କୋରରେ ରଶ୍ମିତା ୬୨ (୧୩୭ ବଲ୍, ୫ ଚୌକା) ଏବ˚ ସୁଶ୍ରୀ ୮୯ (୬୯ ବଲ୍, ୧୧ ଚୌକା) ରନ୍ ଯୋଗକରିଥିଲେ। ତାଙ୍କ ବ୍ୟତୀତ ସ˚ଗୀତା ଖଡ଼ିଆ ୧୮, ରାଧିକା ଶର୍ମା ୭, ସ୍ବିଟ୍ ବେଉରା ୭, ତନ୍ମୟୀ ବେହେରା ୬* ରନ୍ ଯୋଡ଼ିଥିଲେ। ତେବେ ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଅରେଞ୍ଜ ନିୟମିତ ଭାବେ ଵିକେଟ୍ ହରାଇଥିଲା। ମଧ୍ୟକ୍ରମରେ ସୁନିତା ମୁର୍ମୁ ଏକାକି ସ˚ଘର୍ଷ କରିବା ସହ ୧୩୧ ବଲ୍ରୁ ୫ ଚୌକା ଓ ୧ ଛକା ସହାୟତାରେ ୭୦ ରନ୍ କରି ଅପରାଜିତ ରହିଥିଲେ। ଦଳ ମାତ୍ର ୧୫୩ ରନ୍ରେ ସୀମିତ ରହିବାରୁ ସୁନିତାଙ୍କ ଅର୍ଦ୍ଧଶତକ ଫିକା ପଡ଼ିଥିଲା। ବିଜୟୀ ଦଳର ସୁଜାତା ମଲ୍ଲିକ, ପ୍ରୀତି ପ୍ରିୟଦର୍ଶିନୀ, ତନ୍ମୟୀ ବେହେରା ଦୁଇଟି ଲେଖାଏଁ ଏବ˚ ସୁଶ୍ରୀ ଦିବ୍ୟଦର୍ଶିନୀ ଓ ପ୍ରାଞ୍ଜଳ ସି˚ହ ୧ଟି ଲେଖାଏଁ ଵିକେଟ୍ ନେଇଥିଲେ।
ମୂଳା ପଡ଼ିଆରେ ଓଡ଼ିଶା ଗ୍ରିନ୍ ୮ ଵିକେଟ୍ରେ ଓଡ଼ିଶା ପର୍ପଲକୁ ମାତ୍ ଦେଇଛି। ଗ୍ରିନ୍ ଟସ୍ ଜିତି ବୋଲି˚ କରିଥିଲା ବେଳେ ପର୍ପଲକୁ ୧୨୭ ରନ୍ରେ ରୋକିପାରିଥିଲା। ଅଲିପ୍ସା ବିଶ୍ବାଳ ୩୭, ରାଣୀ ଟୁଡୁ ୧୩, ମଧୁସ୍ମିତା ବେହେରା ୨୭ ରନ୍ ସ˚ଗ୍ରହ କରିଥିଲେ। ଗ୍ରିନ୍ ପକ୍ଷରୁ ଜାନକୀ ରେଡ୍ଡୀ ୫ ଵିକେଟ୍ ସଫଳତା (୯.୧-୨-୧୪-୫) ପାଇଥିଲା ବେଳେ କଳ୍ପନା ନାୟକ ଓ ଏସ୍ବି ଲରେନ୍ସ ଦୁଇଟି ଲେଖାଏଁ ଵିକେଟ୍ ପାଇଥିଲେ। ୧୨୮ ରନ୍ର ଲକ୍ଷ୍ୟକୁ ଗ୍ରିନ୍ ୩୭.୫ ଓଭରରେ ଦୁଇ ଵିକେଟ୍ ବିନିମୟରେ ହାସଲ କରିଥିଲା। ସସ୍ମିତା ମହାଳିକ ୩୭, ସ୍ବର୍ଣ୍ଣଲତା ନାୟକ ୩ ରନ୍ କରି ଆଉଟ୍ ହୋଇଥିଲା ବେଳେ ଶୁଭ୍ରନିର୍ଝରିଣୀ ସ୍ବାଇଁ ଓ ପ୍ରଜ୍ଞା ମହାନ୍ତି ଯଥାକ୍ରମେ ୩୧ ଓ ୪୪ ରନ୍ରେ ଅପରାଜିତ ରହିଥିଲେ। ଏହି ଦୁଇଟି ଵିକେଟ୍କୁ ରାଣୀ ପ୍ରସାଦ ଅକ୍ତିଆର କରିଥିଲେ।