ଓସିଏ ସ୍କୋରର୍‌ କର୍ମଶାଳା ଆରମ୍ଭ; ଶନିବାର ପରୀକ୍ଷା

କଟକ: ଓଡ଼ିଶା କ୍ରିକେଟ୍‌ ସ˚ଘ (ଓସିଏ) ଆନୁକୂଲ୍ୟରେ ବାରବାଟୀ ଷ୍ଟାଡିୟମସ୍ଥିତ ଓସିଏ ସମ୍ମିଳନୀ କକ୍ଷରେ ସ୍କୋରର୍‌ କର୍ମଶାଳା ଆରମ୍ଭ ହୋଇଛି। ଏହି କର୍ମଶାଳାରେ ୮୩ ଜଣ ଅ˚ଶଗ୍ରହଣ କରିଛନ୍ତି। ଆଗକୁ ଓସିଏ ପକ୍ଷରୁ ସମସ୍ତ ଜିଲ୍ଲାଗୁଡ଼ିକରେ ଅନ୍ତଃକ୍ଲବ୍‌, ସ୍କୁଲ୍‌, କଲେଜସ୍ତରରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ସ୍କୋରର୍‌ ଆବଶ୍ୟକତା ରହିଛି। ତେଣୁ ଅଧିକ ମାତ୍ରାରେ ସ୍କୋରର୍‌ ସୃଷ୍ଟି କରିବା ପାଇଁ ଏହି କର୍ମଶାଳା ଆୟୋଜନ ହେଉଥିବା ଓସିଏ ସମ୍ପାଦକ ସ˚ଜୟ ବେହେରା ସୂଚନା ଦେଇଛନ୍ତି। ଦୁଇ ଦିନ ଧରି ଚାଲିବାକୁଥିବା ଏହି କର୍ମଶାଳାରେ ସ୍କୋରି˚ ପଦ୍ଧତି, ନୀତି ନିୟମ, ଡିଜିଟାଲ ସ୍କୋରି˚ ଇତ୍ୟାଦି ଉପରେ ତାଲିମ ପ୍ରଦାନ କରାଯାଉଛି। ଶନିବାର ପରୀକ୍ଷା ହେବ। ଯେଉଁମାନେ ଯୋଗ୍ୟ ବିବେଚିତ ହେବେ ସେମାନେ ଆଗାମୀ ଦିନରେ ଓସିଏର ବିଭିନ୍ନ ଘରୋଇ ପ୍ରତିଯୋଗିତାରେ ସ୍କୋରି˚ ପରିବାରକୁ ମନୋନୀତ ହେବେ ବୋଲି କୁହାଯାଇଛି। ଶିବିର ଉଦ୍‌ଘାଟନୀ ସଭାରେ ଓସିଏ ସମ୍ପାଦକଙ୍କ ସହ ସ˚ଯୋଜକ ଡାନିଏଲ ରାଉତ ଉପସ୍ଥିତ ଥିଲେ। ଏହି ଅବସରରେ ଡିଜିଟାଲ ସ୍କୋରି˚ ପାଇଁ ଓସିଏର ନୂଆ ମୋବାଇଲ୍‌ ଆପ୍ଲିକେସନ୍‌କୁ ସ˚ଜୟ ବେହେରା ଉଦ୍‌ଘାଟନ କରିଥିଲେ। ବିସିସିଆଇ ସ୍କୋରର ସି.ଡି. ସୁନୀଲ ଓ ବିରାଜ ଦାଶ ଏହି କର୍ମଶାଳାକୁ ପରିଚାଳନା କରୁଥିବା ବେଳେ ମିତ୍‌ ଶାହା ଡିଜିଟାଲ ସ୍କୋରି˚ ଉପରେ ତାଲିମ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର