ପୁଣେ: ଚଳିତ ଦିନିକିଆ ବିଶ୍ବକପ୍ରେ ଭାରତ ଗୁରୁବାର ବାଂଲାଦେଶ ସହିତ ଖେଳିବା ଆରମ୍ଭ କରିଛି। ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ବାଂଲାଦେଶ। ବିଶ୍ବ କପ୍ ପାଇଁ ବାଂଲାଦେଶୀ ଟିମ୍ରେ ଲିଟନ୍ ଦାସ ସାମିଲ୍ ଅଛନ୍ତି। ଲିଟନ୍ ଇଂଲଣ୍ଡ ବିପକ୍ଷରେ ଖେଳିଥିବା ମ୍ୟାଚ୍ରେ ୭୬ ରନ୍ କରିଥିଲେ।
୨୯ ବର୍ଷୀୟ ଏହି କ୍ରିକେଟର୍ ତାଙ୍କ ଖେଳ ଦକ୍ଷତା ସହିତ ବ୍ୟକ୍ତିଗତ ଜୀବନକୁ ନେଇ ବେଶି ଚର୍ଚ୍ଚାରେ ରହିଥାନ୍ତି। ଲିଟନ୍ ଦାସଙ୍କ ପତ୍ନୀଙ୍କ ନାମ ଶ୍ରୀଦେବୀ ସଞ୍ଚିତା। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ଶ୍ରୀଦେବୀ ପେଶାରେ ଜଣେ ଚାଷୀ।
ଶ୍ରୀଦେବୀ ଓ ଲିଟନ୍ ପରସ୍ପରଙ୍କୁ ଦୀର୍ଘ ବର୍ଷ ଧରି ଡେଟିଂ କରି ୨୦୧୯ ମସିହାରେ ନିର୍ବନ୍ଧ କରିଥିଲେ। ସେହିବର୍ଷ ହିଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଲିଟନ ଓ ଶ୍ରୀଦେବୀ। ଦୁଇ ଜଣ ଯାକ ହିନ୍ଦୁ ରୀତିନୀତିରେ ପରସ୍ପରଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରିଥିଲେ।
ଶ୍ରୀଦେବୀ ସୋସିଆଲ୍ ମିଡିଆରେ ଖୁବ୍ ସକ୍ରିୟ। ତାଙ୍କ ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଜୋର୍ରେ ଭାଇରାଲ୍ ହୋଇଥାଏ। ଏହି ପତି-ପତ୍ନୀ ଦୀପାବଳି, ହୋଲି ଓ ଦୁର୍ଗାପୂଜା ପରି ଉତ୍ସବକୁ ଖୁବ୍ ଜୋର୍ଦାର୍ରେ ମନାଇଥାଆନ୍ତି।
ଉଲ୍ଲେଖଯୋଗ୍ୟ, ଆଜି ପୁଣେର ‘ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍’ରେ ଆୟୋଜିତ ‘ଆଇସିସି’ କ୍ରିକେଟ୍ ବିଶ୍ବକପ୍ ୨୦୨୩ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ରେ ‘ଟସ୍’ ଜିଣିବା ପରେ ବାଂଲାଦେଶ ଟିମ୍ର କାର୍ଯ୍ୟନିର୍ବାହୀ ଅଧିନାୟକ ନାଜମୁଲ ହୋସେନ୍ ଶାନ୍ତୋ ଭାରତ ବିପକ୍ଷରେ ପ୍ରଥମେ ବ୍ୟାଟିଙ୍ଗ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି।