ଭୁବନେଶ୍ବର: ଓଡ଼ିଶାର ଭଂଜନଗର ଦୃଷ୍ଟିହୀନ କ୍ରିକେଟ୍ ଖେଳାଳି କାଳିଆ ପ୍ରଧାନ ଜାତୀୟ ଦଳରେ ସ୍ଥାନ ପାଇଛନ୍ତି । ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳରେ ସାମିଲ ହେବାକୁ ଡାକରା ପାଇଛନ୍ତି କାଳିଆ। ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଆନନ୍ଦ ଦେଖାଯାଇଛି । ନେପାଳ ବିପକ୍ଷରେ ଖେଳାଯିବାକୁ ଥିବା ଦ୍ୱିପାକ୍ଷିକ ସିରିଜ ପାଇଁ ଦୃଷ୍ଟିହୀନ କାଳିଆଙ୍କୁ ଭାରତୀୟ ଦଳ ପାଇଁ ଚୟନ କରାଯାଇଛି । ଏହି ସିରିଜ କାନପୁର ଓ ଡେରାଡୁନରେ ଖେଳାଯିବ ।
ସାଥୀ ଖେଳାଳିଙ୍କ ସହିତ ମିଶି ଏବେ ସେ ନିଜକୁ ଜାତୀୟ ସ୍ତରର ସିରିଜ ପାଇଁ ପ୍ରସ୍ତୁତ କରୁଛନ୍ତି । ୨୪ ବର୍ଷୀୟ କାଳିଆଙ୍କୁ ଦଳରେ ଅତିରିକ୍ତ ଖେଳାଳି ଭାବେ ସ୍ଥାନ ଦିଆଯାଇଛି । ଏପରି ଡାକରା ପାଇବା ପରେ ଆନନ୍ଦ ପ୍ରକାଶ କରିଛନ୍ତି କାଳିଆ । ୨୦୧୫ ମସିହାରୁ ତାଙ୍କର ବାପାଙ୍କ ପରଲୋକ ଘଟିଛି । ଏହା ପରଠାରୁ ତାଙ୍କ ମାଆ ଦିନ ମଜୁରିଆ ଭାବେ କାମ କରି ପରିବାରକୁ ଚଳାଉଛନ୍ତି । ଏପରି ଦାରିଦ୍ର୍ୟ ଭିତରେ କାଳିଆଙ୍କୁ ଜାତୀୟ ଦଳ ପାଇଁ ଡାକରା ଆସିବାକୁ ଭଗବାନଙ୍କ ଆଶୀର୍ବାଦ ବୋଲି ସେ ଭାବିଛନ୍ତି ।
Odisha: Kalia Pradhan from Ganjam district has been selected in India's Blind Cricket Team for the upcoming bilateral series against Nepal at Kanpur and Dehradun. He says,"I am very happy that I have been selected. I am playing since 2009 and it was my dream to play for India." pic.twitter.com/dgqMsunHnz
— ANI (@ANI) November 28, 2019
ନେପାଳ ବିପକ୍ଷ ଏହି ଶୃଙ୍ଖଳା ଯଥାକ୍ରମେ କାନପୁର ଓ ଡେରାଡୁନରେ ଖେଳାଯିବ। ଡିସେମ୍ବର ୨ରୁ ୪ ତାରିଖ ପର୍ଯ୍ୟନ୍ତ କାନୁପରରେ ୩ ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ଶୃଙ୍ଖଳା ଏବଂ ୬ରୁ ୮ ତାରିଖ ପର୍ଯ୍ୟନ୍ତ ଡେରାଡୁନରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଖେଳାଯିବ। ଭାରତ ଉଭୟ ଫର୍ମାଟରେ ବର୍ତମାନ ବିଶ୍ବ ବିଜେତା ରହିଛି।
ଭାରତୀୟ ଦଳ: ବିଷ୍ଣ ବି, ମାଧବାଲୁ, ନୀଲେଶ, ଶୋଭେନ୍ଦ୍ର ଭଣ୍ଡାରି, କାଳିଆ ପ୍ରଧାନ, ଅଜୟ କୁମାର ରେଡ୍ଡୀ, ଲୋକେଶ, ମହମ୍ମଦ ଇରଫାନ୍, ସୁନୀଲ ରମେଶ, ଏ ରବି, ଦୀପକ ମଲ୍ଲିକ, ରାହୁଲ ମାହାଲେ, ଲିଙ୍ଗରାଜ ରାଉତରା। ମହମ୍ମଦ ଫୈଜଲ (କେବଳ ଏକଦିବସୀୟ), ବିନିତ୍ କୁମାର (କେବଳ ଟି-୨୦ )।