ହରିଆଣାରେ ଓଡ଼ିଶା ଝିଅ ନେମାଙ୍କ ଚମକ

ଭୁବନେଶ୍ବର : ଓଡ଼ିଶା ଝିଅ ନେମା ସାରା କିସ୍‌ପୋଟ୍ଟା ହରିଆଣାର ବାହୁଦୂରଗଡ଼ରେ ଆୟୋଜିତ ଆଇଟା ଚାମ୍ପିଅନ୍‌ସିପ୍‌ ସିରିଜ୍‌ (ସିଏସ୍‌)-୭ରେ ୧୬ ବର୍ଷରୁ କମ୍‌ ବାଳିକା ବର୍ଗରେ ଟ୍ରଫି ହାସଲ କରିଛନ୍ତି। ‌ବୁଧବାର ଫାଇନାଲ୍‌ରେ ସେ ୭-୫, ୬-୦ ସେଟ୍‌ରେ ଗତ ଥରର ବିଜେତା ସୌମ୍ୟା ସିଂହଙ୍କୁ ପରାସ୍ତ କରିଥିଲେ। ନେମା ମଧ୍ୟ ୧୮ ବର୍ଷରୁ କମ୍‌ ବୟସ ବର୍ଗ ବାଳିକା ଫାଇନାଲ୍‌ରେ ପହଞ୍ଚି ଆଉ ଏକ ଟ୍ରଫି କରାୟତ୍ତର ନିକଟତର ହୋଇଛନ୍ତି। ସେମିଫାଇନାଲ୍‌ରେ ସେ ୬-୩, ୪-୬, ୬-୩ ସେଟ୍‌ରେ ଅନ୍ୟାଶ ଚୌଧୁରୀଙ୍କୁ ହରାଇଥିଲେ।

ସମ୍ବନ୍ଧିତ ଖବର