ଜାତୀୟ ଦୃଷ୍ଟିହୀନ ‘ବି’ ଚେସ୍‌ରେ ଓଡ଼ିଆଙ୍କ କମାଲ

ଭୁବନେଶ୍ବର: ଗୁଜରାଟର ଭୂଜରେର ଶେଷ ହୋଇଥିବା ଜାତୀୟ ଦୃଷ୍ଟିହୀନ‌େ ଚସ୍ ପ୍ରତିଯୋଗିତାରେ ଓଡ଼ିଶାର ପ୍ରଧାନ ଭାଇ ପ୍ରାଚୁର୍ଯ୍ୟ ଓ ସୌନ୍ଦର୍ଯ୍ୟ ପଦକ ଜିତିଛନ୍ତି। କର୍ଣ୍ଣାଟକର କିଷନ ଗାଙ୍ଗୁଲି ୯ ରାଉଣ୍ଡରୁ ୮ ପଏଣ୍ଟ୍ ପାଇ ସ୍ବର୍ଣ୍ଣ ପଦକ ବିଜେତା ହୋଇଥିବାବେଳେ ଅପରାଜିତ ପ୍ରାଚୁର୍ଯ୍ୟ ଓ ସୌନ୍ଦର୍ଯ୍ୟ ସମାନ ୭ ପଏଣ୍ଟ୍ ପାଇ ଯଥାକ୍ରମେ ରୌପ୍ୟ ଏବଂ କାଂସ୍ୟ ପଦକ ପାଇଛନ୍ତି। ଅନ୍ୟତମ ଓଡ଼ିଆ ଖେଳାଳି ଶୁଭେନ୍ଦୁ ପାତ୍ର ଚମତ୍କାର ଖେଳି ୬ ପଏଣ୍ଟ ସହ ଚତୁର୍ଥରେ ରହିଥିଲେ। ଏହି ୪ ଜଣ ଖେଳାଳି ମଧ୍ୟ ଜାତୀୟ ଦୃଷ୍ଟିହୀନ ଚେସ୍ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି।

ସମ୍ବନ୍ଧିତ ଖବର