ଭୁବନେଶ୍ବର: ବିଦେଶରେ ଓଡ଼ିଶା ଖେଳାଳିଙ୍କ କମାଲ । ଖୀଷ୍ଟମାସ ଉପଲକ୍ଷେ କୁଏଟରେ ଅନୁଷ୍ଠିତ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ବିଜୟୀ ହୋଇଛନ୍ତି ଓଡ଼ିଆ ଖେଳାଳି। କୁଏଟରେ ଆରିଫଜାନରେ ଖେଳା ଯାଇଥିବା ଖୀଷ୍ଟମାସ କ୍ରିକେଟ ଟୁର୍ଣ୍ଣାମେଣ୍ଟ-୨୦୧୯ରେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଠିତ ଖେଳାଳି ବାଜି ଜିତି ଯାଇଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ନଭେମ୍ବର ୨୩ରୁ ଆରମ୍ଭ ହୋଇ ଡିସେମ୍ବର ୨୩ରେ ଶେଷ ହୋଇଛି । ୭ ଓଭର ବିଶିଷ୍ଟ କ୍ରିକେଟ୍ ମ୍ୟାଚରେ ସମୁଦାୟ ୭ଟି ଟିମ ଭାଗ ନେଇଥିଲେ ।
/sambad/media/post_attachments/wp-content/uploads/2019/12/kuewt.jpg)
କୁଏଟର ଆରିଫଜାନରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଓଡ଼ିଶା ଯୁବକମାନଙ୍କ ଟିମ ବିପିସି ସହ ରେଟ୍ରୋ ବଏଜ୍ ଟିମର ମୁକାବିଲା ହୋଇଥିଲା । ରେଟ୍ରୋ ଟସ ଜିତି ବିପିସି ଟିମକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଟିମ ବିପିସି ୭ ଓଭରରେ ୪ ୱିକେଟରେ ହରାଇ ୫୦ ରନ ସଂଗ୍ରହ କରିଥିଲା । ପରେ ବ୍ୟାଟିଂ ପାଇଁ ଆସିଥିବା ରେଟ୍ରୋ ଖେଳାଳିମାନେ ୭ ଓଭରରେ ୬ ୱିକେଟରେ ହରାଇ ୪୩ ରନ କରିପାରିଥିଲେ । ଶେଷରେ ବିପିସିକୁ ବିଜୟୀ ଘୋଷଣା କରାଯାଇଥିଲା ଓ ବିଜେତା ଟ୍ରଫି ପ୍ରଦାନ କରାଯାଇଥିଲା । କୁଏଟରେ ଥିବା ପ୍ରବାସୀ ଓଡ଼ିଆ ସୁଶାନ୍ତ ନାୟକଙ୍କଠାରୁ ଏହି ଖବର ହସ୍ତଗତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/Indian-victory_thumb.jpg)