ଭୁବନେଶ୍ବର: ବରଗଡ଼ର ବିକାଶ ଗ୍ରାଉଣ୍ଡରେ ଚାଲିଥିବା ସିକେ ନାୟୁଡ଼ୁ ଟ୍ରଫିର କେରଳ ବିପକ୍ଷ ମ୍ୟାଚ୍ରେ ଘରୋଇ ଓଡ଼ିଶା ପରାଜୟ ଦ୍ବାରରେ ରହିଛି। ପ୍ରଥମ ପାଳିରେ ୨୯୦ ରନ୍ କରିଥିବା କେରଳ ଦ୍ବିତୀୟ ପାଳିରେ ୨୮୩/୫ରେ ପାଳି ଘୋଷଣା କରିଦେଇଥିଲା। ଫଳରେ ପ୍ରଥମ ପାଳିରେ ୨୦୩ ରନ୍ କରି ୮୭ ରନ୍ର ପଛୁଆ ରହିଥିବା ଓଡ଼ିଶା ଆଗରେ ୩୭୧ ରନ୍ର ବିଜୟ ଲକ୍ଷ୍ୟ ରଖିଛି। କେରଳ ଦ୍ବିତୀୟ ପାଳିେର ସୁବିନ୍ ଏସ୍ (୬୩), ଡାରିଲ୍ ଫେରାରିଓ (୫୫) ଓ ସଲ୍ମନ୍ ନିସାର (୫୬) ଅର୍ଧଶତକ ଜମାଇଥିଲା ବେଳେ ଓଡ଼ିଶାର ସଫଳ ବୋଲର ଭାବେ ଆଶିଷ ରାଏ ୬୯ ରନ୍ରେ ୪ ୱିକେଟ୍ ଅକ୍ତିଆର କରିଥିଲେ। ଜବାବରେ ଓଡ଼ିଶା ତୃତୀୟ ଦିନର ଷ୍ଟମ୍ପ୍ ଅପସାରଣ ବେଳକୁ ଦ୍ବିତୀୟ ପାଳିର ୩ ୱିକେଟ୍ ହରାଇ ୨୪ ରନ୍ କରି ସଙ୍କଟରେ ପଡ଼ିଯାଇଛି। ହାତରେ ଆଉ ୭ ୱିକେଟ୍ ଥିଲା ବେଳେ ଓଡ଼ିଶା ବିଜୟଠୁ ୩୪୭ ରନ୍ ପଛରେ ରହିଛି। ଅମ୍ରିତ ଖଟୁଆ ୫, ବିଶ୍ବଜିତ ଭୂ୍ୟାଁ ୬ ଓ ଦେବାଶିଷ ସାମନ୍ତରାୟ ୧୧ ରନ୍ କରି ଆଉଟ୍ ହୋଇଥିଲା ବେଳେ ଗୋବିନ୍ଦ ତାଣ୍ଡିଆ ୧ ରନ୍ରେ ଅପରାଜତ ଅଛନ୍ତି। ଫାନୁସ୍ ଏଫ୍, ବିଶ୍ବେଶର ସୁରେଶ ଓ ସିଜୋମେନ୍ ଜୋସେଫ୍ ଗୋଟିଏ ଲେଖାଏଁ ୱିକେଟ୍ ବାଣ୍ଟି ନେଇଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp