ଭୁବନେଶ୍ୱର: ରାଜସ୍ଥାନର ଜୟପୁରସ୍ଥିତ ସବାଇ ମାନସିଂହ ଇନ୍ଡୋର୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ୩୨ତମ ଆଇଟିଏଫ୍ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାକୁ ୩ ସ୍ୱର୍ଣ୍ଣ ପଦକ ସହିତ ମୋଟ ୭ ପଦକ ମିଳିଛି। ୨ ଲେଖାଏଁ ରୌପ୍ୟ ଓ କାଂସ୍ୟ ପଦକ ଜିତିଛନ୍ତି ରାଜ୍ୟ ଟାଏକୋଣ୍ଡୋ ଖେଳାଳି। ୨୪ ରାଜ୍ୟରୁ ୯୬୦ ଜଣ ଭାଗ ନେଇଥିବା ଏହି ପ୍ରତିଯୋଗିତାର ଦ୍ୱିତୀୟ ଡାନ୍ ବ୍ଲାକ ବେଲ୍ଟଧାରୀ ଲକ୍ଷ୍ମୀପ୍ରସାଦ ନାୟକଙ୍କ ତତ୍ୱାବଧାନରେ ଓଡ଼ିଶାରୁ ୧୨ ଜଣ ଭାଗ ନେଇଥିଲେ। ବ୍ୟକ୍ତିଗତ ବର୍ଗରେ ସତ୍ୟଜିତ ସାହୁ, ଶ୍ରୁତି ସାଗର ଜେନା, ବର୍ଷା କୁମାରୀ ଗୋଟିଏ ଲେଖାଏଁ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଋତୁପର୍ଣ୍ଣା ସାମଲ, ବିଶ୍ୱଜିତ୍ ଦାସ ରୌପ୍ୟ ଏବଂ ବିଶେଷ ମିଶ୍ର ଓ ରିତିକା କହଁର କାଂସ୍ୟ ପଦକ ହାସଲ କରିଥିଲେ। ଏହି ସଫଳତା ପାଇଁ ସେଣ୍ଟ୍ ଜାଭିୟର୍ସ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ର ଅଧ୍ୟକ୍ଷ ଡକ୍ଟର ବିଏନ୍ ପଟ୍ଟନାୟକ ଓଡ଼ିଶା ଦଳର ଖେଳାଳି ଏବଂ ପ୍ରଶିକ୍ଷକ ଲକ୍ଷ୍ମୀ ପ୍ରସାଦ ନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଓଡ଼ିଶାକୁ ୩ ସ୍ୱର୍ଣ୍ଣ ସହିତ ୭ ପଦକ
ଜାତୀୟ ଆଇଟିଏଫ୍ ଟାଏକୋଣ୍ଡୋ
/sambad/media/post_attachments/wp-content/uploads/2018/01/TAKEWONDO.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)