ନିଖିଳ ଓଡ଼ିଶା ୬ ରେଡ୍‌ ସ୍ନକର, ସମୀରଙ୍କ ଲଢ଼ୁଆ ବିଜୟ

ଭୁବନେଶ୍ୱର: ପିଟିଆସ୍ଥିତ ୬ ପକେଟ୍‌ସ ପକ୍ଷରୁ ଚାଲିଥିବା ପ୍ରଥମ ନିଖିଳ ଓଡ଼ିଶା ୬ ରେଡ୍‌ ସ୍ନକର ପ୍ରତିଯୋଗିତାରେ ସମୀର ଅଲୀ ଚମତ୍କାର ପ୍ରତ୍ୟାବର୍ତନ ଭରା ବିଜୟ ହାସଲ କରିଛନ୍ତି। ଏକଦା ୧-୩ ଫ୍ରେମ୍‌ରେ ପଛରେ ପଡ଼ିଥିବା ସମୀର ଶେଷକୁ ୪-୩ରେ ଅଭିଜ୍ଞ ବିରାଜ ଦାଶଙ୍କୁ ପରାସ୍ତ କରିଥିଲେ। ଅନ୍ୟ ମ୍ୟାଚ୍‌ ଗୁଡ଼ିକରେ ଶ୍ୟାମ ଅଗ୍ରଓ୍ଵାଲ୍‌ ୪-୩ରେ ହନି ଗୁରୁଙ୍କୁ, ଅବିନାଶ ମହାପାତ୍ର ୪-୨ରେ ଅଙ୍କିତ ଜୈନଙ୍କୁ, ଗୋବିନ୍ଦ ଶର୍ମା ୪-୩ରେ ରାହୁଲ ହାଲିଙ୍‌କୁ, ଜାକିର ଅଲୀ ଖାନ ୪-୩ରେ ନିଶି ପ୍ରକାଶଙ୍କୁ, ଆକାଶ ମହାପାତ୍ର ୪-୦ରେ ଅବିନାଶ ମହାପାତ୍ରଙ୍କୁ, ରୁମିତ ଗୁପ୍ତା ୪-୨ରେ ଅର୍ପିତ ଅଗ୍ରଓ୍ଵାଲଙ୍କୁ, ଅଶ୍ୱିନୀ ପଟ୍ଟନାୟକ ୪-୧ରେ ରାହୁଲ ନାଏକଙ୍କୁ, ଅନୂଜ ପଣ୍ଡା ୪-୦ରେ ଶ୍ୟାମ ଅଗ୍ରଓ୍ଵାଲଙ୍କୁ, ଜିତେନ ଷଡ଼ଙ୍ଗୀ ୪-୧ରେ ଜାକିର୍‌ ଅଲୀ ଖାନ୍‌ଙ୍କୁ, ରଂଜିତ୍‌ ପତି ୪-୧ରେ ସୁବ୍ରଜିତ୍‌ ପଟ୍ଟନାୟକଙ୍କୁ, ସତ୍ୟଦୀପ ଦାସ ୪-୧ରେ ସ୍ପନ୍ଦନ ଦେବତାଙ୍କୁ, ମିଶାଲ ସ୍ୱାଇଁ ୪-୦ରେ ଗୋବିନ୍ଦ ଶର୍ମାଙ୍କୁ ପରାସ୍ତ କରିଥିଲେ। ସେହିଭଳି ଜ୍ଞାନ ଦାସଙ୍କ ବିପକ୍ଷରେ ଆକ୍ରମ ଖାନ୍‌ ଓ୍ଵାକ୍‌ ଓଭର ପାଇଥିଲେ।

ସମ୍ବନ୍ଧିତ ଖବର