ଓଡ଼ିଶାକୁ ୮ ସ୍ୱର୍ଣ୍ଣ ସହ ୨୧ ପଦକ

ଭୁବନେଶ୍ୱର: ମହୀଶୂରରେ ଚାଲିଥିବା ତିନିଦିନିଆ ଜାତୀୟ ମାଷ୍ଟର୍ସ ସନ୍ତରଣ ପ୍ରତିଯୋଗିତାରେ ଓଡ଼ିଶା ମୋଟ ୨୧ ପଦକ କରାୟତ କରିଛି। ଏଥିରେ ୮ ସ୍ୱର୍ଣ୍ଣ, ୭ ରୌପ୍ୟ ଓ ୬ କାଂସ୍ୟ ସାମିଲ ରହିଛି। ପ୍ରଥମ ଦିନ ୨ ସ୍ୱର୍ଣ୍ଣ, ୨ ରୌପ୍ୟ ଓ ଗୋଟିଏ କାଂସ୍ୟ, ଦ୍ୱିତୀୟ ଦିନ ୪ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ୨ କାଂସ୍ୟ ପାଇଥିବା ଓଡ଼ିଶା ଶୁକ୍ରବାର ତୃତୀୟ ତଥା ଅନ୍ତିମ ଦିନ ୯ ପଦକ ଜିତିନେଇଛି। ୪୦୦ ମିଟର ଫ୍ରିଷ୍ଟାଇଲ୍‌ରେ ଦିଲ୍‌ଓ୍ଵାର୍‌ ହୋସେନ୍‌ ରୌପ୍ୟ, ୫୦ ମିଟର ବ୍ୟାକ୍‌ ଷ୍ଟ୍ରୋକ୍‌ରେ ଅଜିତ୍‌ ସାଙ୍ଗ୍‌ଓ୍ଵାନ୍‌ ସ୍ୱର୍ଣ୍ଣ ଓ ଶିବ ନାରାୟଣ ଦାଶ ରୌପ୍ୟ ଜିତିଛନ୍ତି। ସେହିପରି ୫୦ରୁ ୫୫ ବୟସ ବର୍ଗ ଫ୍ରିଷ୍ଟାଇଲ୍‌ ରିଲେରେ ରୌପ୍ୟ (ଅଜିତ୍‌, ଦାଶରଥୀ ପଟେଲ, ଜୟକୃଷ୍ଟ ପଟେଲ ଓ ଜଗଦୀଶ ପନ୍‌ଓ୍ଵାର) ଓ କାଂସ୍ୟ (ଅନିଲ ବେରିହା, ପ୍ରଦୀପ ପାଢ଼ୀ, ଶିବ ନାରାୟଣ ଦାଶ ଓ ଦିଲ୍‌ଓ୍ଵାର ହୋସେନ୍‌) ଜିତିଥିଲେ। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୧୫ ଜଣିଆ ଦଳ ଭାଗ ନେଇଥିଲା।

ସମ୍ବନ୍ଧିତ ଖବର