ବ୍ରହ୍ମପୁର: କେରଳର କୋଜିକୋଡ଼େ ଠାରେ ଅନୁଷ୍ଠିତ ୬ଷ୍ଠ ଜାତୀୟ ଫୁଟ୍ ଭଲି ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। ଏଥିରେ ଓଡ଼ିଶାର ଉଭୟ ପୁରୁଷ ମହିଳା ଦଳ ବିଜେତା ହୋଇଛନ୍ତି। ଓଡ଼ିଶା ପୁରୁଷ ଦଳ ଫାଇନାଲ ମୁକାବିଲାରେ ମହାରାଷ୍ଟ୍ରକୁ ୨-୧ସେଟ୍(୧୧-୬, ୬-୧୧, ୧୧-୫ପଏଣ୍ଟ)ରେ ପରାସ୍ତ କରିଥିଲା। ରାଜେଶ ବେହେରା ଏହି ବିଜେତା ଦଳର ଅଧିନାୟକ ଥିବା ବେଳେ ମନୋଜ କୁମାର ସେଠୀ ବିବେକାନନ୍ଦ ସାହୁ, ରୋହନ ପ୍ରସାଦ ମଲ୍ଲିକ ବେଶ୍ ଉନ୍ନତ ପ୍ରଦର୍ଶନ କରିଥିଲେ। ସେହିପରି ତୁଳସୀ ବେହେରାଙ୍କ ଅଧିନାୟକତ୍ୱରେ ଦୀପିକା ଲାକ୍ରା, ସୁପ୍ରୀତି ବରୁଆ, ସୁଚିସ୍ମିତା ଛୋଟରାୟଙ୍କୁ ନେଇ ଗଠିତ ଓଡ଼ିଶା ମହିଳା ଦଳ ଫାଇନାଲରେ ଦିଲ୍ଲୀକୁ ୨-୦ ସେଟ୍(୧୧-୭,୧୩-୧୧ ପଏଣ୍ଟ)ରେ ପରାସ୍ତ କରି ବିଜେତା ହୋଇଛି। ଦଳ ସହ ଓଡ଼ିଶା ଫୁଟ୍ଭଲି ସଂଘ ସମ୍ପାଦକ ସୁଶାନ୍ତ କୁମାର ବେହେରା, ପ୍ରଶିକ୍ଷକ ଏବଂ ପ୍ରତିଯୋଗିତାରେ ରେଫରୀ ଭାବେ ଯୋଗ ଦେବାପାଇଁ ସୁଜିତ୍ କୁମାର ପାତ୍ର ଗସ୍ତ କରିଥିଲେ।
ଜାତୀୟ ଫୁଟ୍ ଭଲିରେ ଓଡ଼ିଶାକୁ ଦ୍ୱିମୁକୁଟ
/sambad/media/post_attachments/wp-content/uploads/2018/01/7000.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)