ସିକେ ନାଇଡୁ କ୍ରିକେଟ: ଓଡ଼ିଶା ୧୧୧ରନରେ ଅଲ ଆଉଟ୍‌

ବଲାଙ୍ଗୀର: ଛତିଶଗଡ଼ ସ୍ପିନର ଅଜୟ ମଣ୍ଡଳଙ୍କ ଯାଦୁକରୀ ସ୍ପିନ୍‌ ଆଗରେ ହାର ମାନିଛି ଓଡ଼ିଶା ଦଳ। ବଲାଙ୍ଗୀର ଠାରେ ଖେଳାଯାଉଥିବା ସିକେ ନାଇଡୁ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଦଳ ଶ୍ରୀ ମଣ୍ଡଳଙ୍କ ନିଖୁଣ ବୋଲିଂ ସାମ୍‌ନା କରି ନ ପାରି ମାତ୍ର ୧୧୧ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ସ୍ପନର ଅଜୟ ମଣ୍ଡଳ ୬ ଉଇକେଟ ହାସଲ କରି ଓଡ଼ିଶା ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଶ୍ରୀ ମଣ୍ଡଳ ୨୨ ଓଭର ବୋଲିଂ କରି ୧୨ଟି ମେଡେନ୍‌ ସହିତ ମାତ୍ର ୨୬ ରନ ବ୍ୟୟ କରି ଏହି ସଫଳତା ପାଇଛନ୍ତି। ଛତିଶଗଡ଼ କୌଣସି ଉଇକେଟ ନ ହରାଇ ୪ ଓଭରରେ ସଂଗ୍ରହ କରିଛି ୧୨ ରନ।

ସମ୍ବନ୍ଧିତ ଖବର