କଟକ,: ଚଳିତ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଓଡ଼ିଶା ପୁଡୁଚେରୀ ଭଳି ଦୁର୍ବଳ ଦଳଠୁ ମଧ୍ୟ ପରାସ୍ତ ହୋଇଛି। ମଙ୍ଗଳବାର ଖେଳାଯାଇଥିବା ଶେଷ ଲିଗ୍‌ ମ୍ୟାଚ୍‌ ହାରି ଓଡ଼ିଶା ଏବେ ଏଲିଟ୍‌ ଗ୍ରୁପ୍‌ ଏ’ର ସବୁଠୁ ତଳେ (୪) ରହିବା ସହ ପ୍ରତିଯୋଗିତାରୁ ବିଦାୟ ନେଇଛି। ଏଥିପୂର୍ବରୁ ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍‌ରେ ଗୋଆକୁ ୪ ଵିକେଟ୍‌ରେ ହରାଇଥିଲା ବେଳେ ତାମିଲନାଡୁ, ମହାରାଷ୍ଟ୍ର, ପଞ୍ଜାବଠୁ ହାରିଯାଇଥିଲା। ଲକ୍ଷ୍ନୌରେ ଅନୁଷ୍ଠିତ ଶେଷ ଲିଗ୍‌ ମ୍ୟାଚ୍‌ରେ ପୁଡୁଚେରୀ ୬ ଵିକେଟ୍‌ରେ ଓଡ଼ିଶାକୁ ହରାଇଛି।

Advertisment

ପୁଡୁଚେରୀ ଟସ୍‌ ଜିତି ବୋଲି˚ କରିଥିଲା। ଓଡ଼ିଶା ପାଇଁ ବି ଶିବା ଓ ହର୍ଷିତ ରାଥୋଡ଼ ଟ୍ବେଣ୍ଟି-୨୦ ପଦାର୍ପଣ କରିଥିଲେ। ରାଜେଶ ଧୂପରଙ୍କ ସହ ଏଥର ସନ୍ଦୀପ ପଟ୍ଟନାୟକ ପାଳି ଆରମ୍ଭ କରିବାକୁ ଆସିଥିଲେ ବି ଦ୍ବିତୀୟ ଓଭରରେ ଏହି ଯୋଡ଼ି ଭାଙ୍ଗିଥିଲା। ସନ୍ଦୀପ ମାତ୍ର ୧ ରନ୍‌ କରି ଆଉଟ ହୋଇଥିଲେ। ପରେ ଧୂପର (୧୯) ଓ ଶୁଭ୍ରା˚ଶୁ ସେନାପତି (୩୯)ଙ୍କ ୫୦ ରନ୍‌ର ଭାଗୀଦାରି ପରେ ଵିକେଟ ଝଡ଼ିବା ପରମ୍ପରା ଆରମ୍ଭ ହୋଇଥିଲା। ପ୍ରତୀକ ଦାସ ୧୪, ଅଭିଷେକ ଯାଦବ ୧୨, ଅଭିଷେକ ରାଉତ ୧୮, ପ୍ରୟାସ ସି˚ହ ୪ ରନ୍‌ କରି ଆଉଟ ହୋଇଥିଲେ। ଫଳରେ ଓଡ଼ିଶା ୭ ଵିକେଟ୍‌ ବିନିମୟରେ ୧୩୨ ରନ୍‌ କରିପାରିଥିଲା। ପ୍ରତିପକ୍ଷର ସଫଲ ବୋଲର ଭାବେ ସୁବୋଧ ଭାଟୀ ୪ ଓ ଭାରତ ଭୂଷଣ ଶର୍ମା ୨ ଵିକେଟ୍‌ ନେଇଥିଲେ। ପୁଡୁଚେରୀ ୧୩୩ ରନ୍‌ର ଲକ୍ଷକୁ ୧୯ତମ ଓଭରରେ ୪ ଵିକେଟ୍‌ ହରାଇ ହାସଲ କରିଥିଲା। ରାମଚନ୍ଦ୍ରନ ରଘୁପତି ୩୯, ପାରସ ଡୋଗ୍ରା ୫୪ ରନ୍‌ କରି ଦଳକୁ ଜିତାଇଥିଲେ। ରାଜେଶ ମହାନ୍ତି, ହର୍ଷିତ ରାଥୋଡ଼, ଅଭିଷେକ ରାଉତ ପ୍ରତ୍ୟେକ ୧ ଵିକେଟ ଲେଖାଏଁ ନେଇଥିଲେ।

୧୦୦ରୁ ଅଧିକ ରନ୍‌ ମାତ୍ର ୨ ଜଣ, ବୋଲରଙ୍କ ଭିତରେ ବିକାଶ ଶ୍ରେଷ୍ଠ
ନୂଆ ପ୍ରଶିକ୍ଷକ ଵାସିମ୍‌ ଜାଫରଙ୍କ ପ୍ରଶିକ୍ଷଣରେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଖେଳିଥିବା ଓଡ଼ିଶାର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ୫ ମ୍ୟାଚ୍‌ରୁ ମାତ୍ର ଗୋଟିଏ ମ୍ୟାଚ୍‌ରେ ଦଳ ବିଜୟୀ ହୋଇଥିଲା ବେଳେ ତାମିଲ୍‌ନାଡୁଠୁ ବିବାଦୀୟ ଭାବେ ପରାସ୍ତ ହୋଇଥିଲା। ହେଲେ ଅନ୍ୟ ମ୍ୟାଚ୍‌ଗୁଡ଼ିକରେ ଅସ୍ଥିର ପ୍ରଦର୍ଶନ ଜାରି ରହିଥିଲା। ମୋଟ ଉପରେ ଓଡ଼ିଶା ପାଇଁ କେବଳ ଅଭିଷେକ ରାଉତ ଓ ଶୁଭ୍ରା˚ଶୁ ସେନାପତି ଗୋଟିଏ ଲେଖାଏଁ ଅର୍ଧଶତକ ଅର୍ଜନ କରିବାକୁ ସକ୍ଷମ ହୋଇଥିଲେ। ଅଭିଷେକ ଦଳର ସବୁଠୁ ଅଧିକ ରନ୍‌ ସ˚ଗ୍ରହକାରୀ ଭାବେ ୧୭୧ ରନ୍‌ କରିଥିଲେ। ତାଙ୍କ ପଛକୁ ଶୁଭ୍ରା˚ଶୁ ସେନାପତି ୧୩୮ ରନ୍‌ କରି ୧୦୦ରୁ ଅଧିକ ରନ୍‌ ହାସଲକାରୀଙ୍କ ତାଲିକାରେ ନାମ ରଖିପାରିଛନ୍ତି। ହେଲେ ଅଧିନାୟକ ରାଜେଶ ଧୂପର (୫୫), ଅ˚ଶୁମାନ ରଥ (୭୪), ଗୋବିନ୍ଦ ପୋଦ୍ଦାର (୮୭), ଅଭିଷେକ ଯାଦବ (୫୪)ଙ୍କ ଭଳି ବଡ଼ ଖେଳାଳିମାନେ ସ୍ଥିର ପ୍ରଦର୍ଶନ ଦେବାରେ ବିଫଳ ହୋଇଛନ୍ତି।

ସେହିପରି ବୋଲରଙ୍କ ମଧ୍ୟରେ ଢେଙ୍କାନାଳର ବିକାଶ ରାଉତ (୭) ଦଳ ପାଇଁ ସର୍ବାଧକ ଵିକେଟ ହାସଲକାରୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କ ପଛକୁ ଅଭିଜ୍ଞ ବୋଲର ଜୟନ୍ତ ବେହେରା ୬ ଵିକେଟ୍‌ ନେଇଥିଲା ବେଳେ ଆଶିଷ ରାଏ ୫, ଅଭିଷେକ ରାଉତ ୪, ଦେବବ୍ରତ ପ୍ରଧାନ ୪ ଵିକେଟ ନେଇଛନ୍ତି। ରାଜେଶ ମହାନ୍ତି କେବଳ ପୁଡୁଚେରୀ ବିପକ୍ଷରେ ଖେଳିବାକୁ ସୁଯୋଗ ପାଇଥିବାରୁ ସେ ଗୋଟିଏ ଵିକେଟ୍‌ ପାଇଥିଲେ। ଅଲରାଉଣ୍ତର ସର୍ବେଶ୍ବର ମହାନ୍ତି ମଧ୍ୟ ୩ ମ୍ୟାଚ୍‌ ଖେଳିଥିବା ବେଳେ ତାଙ୍କୁ ମାତ୍ର ୧ ଓଭର ବୋଲି˚ କରିବାକୁ ଦିଆଯାଇଥିଲା। କିନ୍ତୁ ଗୋବିନ୍ଦ ପୋଦ୍ଦାର ୪ ମ୍ୟାଚ୍‌ରେ ବୋଲି˚ କରିଥିଲେ ମଧ୍ୟ କୌଣସି ଵିକେଟ ନେଇପାରିନଥିଲେ। ତେଣୁ ତାଙ୍କୁ ଶେଷ ମ୍ୟାଚ୍‌ରୁ ବାହାରେ ବସିବାକୁ ପଡ଼ିଥିଲା।