ଜାତୀୟ ଅସୀଚାଳନା: ଓଡ଼ିଶା ପୁରସ୍କୃତ

ଭୁବନେଶ୍ୱର: ମହାରାଷ୍ଟ୍ରର ସୋଲାପୁରଠାରେ ଆୟୋଜିତ ୨୮ତମ ଜାତୀୟ ଅସୀଚାଳନା ପ୍ରତିଯୋଗିତାରେ ଓଡ଼ିଶା ଆଶାଜନକ ପ୍ରଦର୍ଶନ କରି ପୁରସ୍କୃତ ହୋଇଛି। ଫଏଲ୍‌ ବାଳିକା ବର୍ଗରେ ଶିଖା ବାଗ ଉଲ୍ଲେଖନୀୟ ପ୍ରଦର୍ଶନ କରି ପୁଲ୍‌ରୁ ଏଲିମିନେସନ୍‌ ରାଉଣ୍ଡ୍‌କୁ ଉନ୍ନୀତ ହେବାର ସୌଭାଗ୍ୟ ପାଇଥିଲେ। ସେହିଭଳି ଏପି ବର୍ଗରେ କରିସ୍ମା ରାଉତ ୬ ରାଉଣ୍ଡ୍‌ରୁ ୧୭ ପଏଣ୍ଟ୍‌ ପାଇବାର ଗୌରବ ପାଇଥିଲେ। ବାଳକ ବର୍ଗର ଫଏଲ୍‌ରେ ଦେବାଶିଷ ବାରିକ ୬ ରାଉଣ୍ଡ୍‌ରୁ ୧୨ ପଏଣ୍ଟ୍‌ ଓ କୈଳାସ ମାଝୀ ୬ ପଏଣ୍ଟ୍‌ ପାଇଥିଲେ। ଏପି ବାଳକ ବର୍ଗରେ ଅଙ୍କିତ ସାହୁ ୬ ପଏଣ୍ଟ୍‌, ଲକ୍ଷ୍ମୀକାନ୍ତ ପଟ୍ଟନାୟକ ୮ ପଏଣ୍ଟ୍‌, ରିକ୍‌ କୁମାର ମିଶ୍ର ୯ ପଏଣ୍ଟ୍‌ ପାଇଥିଲେ। ଓଡ଼ିଶାରୁ ଏକ ୨୪ ଜଣିଆ ବାଳକ ଓ ବାଳିକା ଦଳ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲା। ଶିଖା ବାଗ୍‌ଙ୍କ ପ୍ରଦର୍ଶନ ଆମ ପାଇଁ ବଡ଼ ଉପଲବ୍‌ଧି ବୋଲି କହିଛନ୍ତି ରାଜ୍ୟ ରାଜ୍ୟ ଅସୀଚାଳନା ସଂଘ ଯୁଗ୍ମ ସମ୍ପାଦକ ସୁମିତ ରଂଜନ ପୁରୋହିତ। ଓଡ଼ିଶା ଦଳ ମଧ୍ୟ ଶ୍ରେଷ୍ଠ ଶୃୃଙ୍ଖଳିତ ଦଳର ସମ୍ମାନ ପାଇଥିବାରୁ ରାଜ୍ୟ ସଂଘ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର