ପୂର୍ବାଞ୍ଚଳ ବ୍ୟାଡ୍‌ମିିଣ୍ଟନ୍ମି: ଶ୍ରିତ ଯୁଗଳରେ ଓଡ଼ିଶାର ଆଶା

ଭୁବନେଶ୍ବର: ସ୍ଥାନୀୟ ସହିଦ ନଗର ଇନ୍‌ଡୋର ହଲ୍‌ରେ ଚାଲିଥିବା ପୂର୍ବାଞ୍ଚଳ ବ୍ୟାଡ୍‌ମିଣ୍ଟନ୍ ପ୍ରତିଯୋଗିତାରେ ଏକକ ବର୍ଗରେ ଓଡ଼ିଶା ନିରାଶ ହେ‌ାଇଥିବାବେଳେ ମିଶ୍ରିତ ଯୁଗଳରେ ଆଶା ଉଜ୍ଜୀବିତ ହୋଇଛି। ବରିଷ୍ଠ ବର୍ଗ ମିଶ୍ରିତ ଯୁଗଳରେ କେ ମୁରଲୀକୃଷ୍ଣ-ଯଶଶ୍ରୀ ସାମଲ ଏବଂ କନିଷ୍ଠ ବର୍ଗର ମିଶ୍ରିତ ଯୁଗଳରେ ପି ଚକ୍ରଧର-ଅନୁଜା ଦାସ ମହାପାତ୍ର ସେମିଫାଇନାଲ୍‌କୁ ଉଠିଛନ୍ତି। ଗୁରୁବାର ଏକ ଉକଣ୍ଠାପୂର୍ଣ୍ଣ କ୍ବାର୍ଟରଫାଇନାଲ୍‌ରେ ମୁରଲୀକୃଷ୍ଣ-ଯଶଶ୍ରୀ ଯୋଡ଼ି ଚମତ୍କାର ପ୍ରତ୍ୟାବର୍ତନ କରି ୨୧-୧୪, ୧୧-୨୧, ୨୧-୧୯ରେ ବିହାର ଯୋଡ଼ି ଏସ୍ ଶୁଭମ-ଅନୁସ୍ମିତା ଶ୍ରୀବାସ୍ତବଙ୍କୁ ହରାଇ ଦେଇଥିଲେ। ସେହିଭଳି ଏକ କନିଷ୍ଠ ବର୍ଗ ମିଶ୍ରିତ ଯୁଗଳ କ୍ବାର୍ଟର ଫାଇନାଲ୍‌‌ରେ ପି ଚକ୍ରଧର-ଅନୁଜା ଦାସମହାପାତ୍ର ୨୧-୧୭, ୨୧-୧୭ରେ ଅନ୍ୟତମ ବିହାର ଯୋଡ଼ି ସମୀର ରାଜ-ସାଲୋନି କୁମାରୀଙ୍କୁ ମାତ ଦେଇଥିଲେ। ପୂର୍ବରୁ ପ୍ରସନ୍ନ ଦାସ-ଶ୍ରୁତି ସ୍ବାଇଁ କ୍ବାର୍ଟରଫାଇନାଲ୍‌ରେ ହାରିଯାଇଥିଲେ। ସେହିଭଳି ୧୯ ବର୍ଷରୁ କମ୍ ବାଳକ ଏକକରେ ପ୍ରିକ୍ବାର୍ଟରରୁ ଆଦତ୍ୟ କରଣ ଦାସ, ପ୍ରଜେଶ ମୁର୍ମୁ, ବାଳିକ‌ା କ୍ବାର୍ଟରରୁ ଯଶଶ୍ରୀ ସାମଲ, ଶ୍ରୁତି ସ୍ବାଇଁ ହାରି ବିଦାୟ ନେଇଥିଲେ। ପୁରୁଷ ଏକକରେ ଅରବିନ୍ଦ ସାହୁ, କେ ମୁରଲୀକୃଷ୍ଣ ଏବଂ ଯୁଗଳରେ ରଜିତ କୁମାର ବାଣ୍ଠ- ସୁଶାନ୍ତ କୁମାର ରାଉତ କ୍ବାର୍ଟରଫାଇନାଲ ହାରିଯାଇଥିଲେ। ବୁଧବାର କନିଷ୍ଠ ଓ ବରିଷ୍ଠ ଦଳଗତ ବିଭାଗରେ ଉତ୍ତରପ୍ରଦେଶ ବିଜେତା ହୋଇ ଦ୍ବିମୁକୁଟ ଅର୍ଜନ କରିଥିଲା। ଉ ଭୟ ଫାଇନାଲ୍‌ରେ ମଧ୍ୟ ଉତ୍ତରପ୍ରଦେଶ ସମାନ ୩-୧ ବ୍ୟବଧାନରେ ଉତ୍ତରାଖଣ୍ଡକୁ ହରାଇଥିଲା। ଓଡ଼ିଶା ମଧ୍ୟ ଉଭୟ କ୍ବାର୍ଟରଫାଇନାଲ୍‌ରେ ଝାଡ଼ଖଣ୍ଡଠାରୁ ହାରିଯାଇଥିଲା।

ସମ୍ବନ୍ଧିତ ଖବର