ଓଡ଼ିଶା ବଲ୍‌ ବ୍ୟାଡ୍‌ମିଣ୍ଟନ ଦଳର ହରିଆନା ଯାତ୍ରା

ଭୁବନେଶ୍ୱର: ଆସନ୍ତା ୫ରୁ ୯ ତାରିଖ ପର୍ଯ୍ୟନ୍ତ ହରିଆନାର ଗୁରଗାଓଁରେ ଆୟୋଜିତ ହେବାକୁ ଥିବା ୬୩ତମ ଜାତୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଓଡ଼ିଶା (ଉଭୟ ପୁରୁଷ ଓ ମହିଳା) ଦଳ ଘୋଷିତ ହୋଇଛି। ପୁରୁଷ ଦଳରେ ବିଜୟ କୁମାର ଖୁଣ୍ଟିଆ, ସୋମେସ ରଞ୍ଜନ ପାତ୍ର, ଭେଙ୍କଟରମଣ ସାହୁ, ଦିବ୍ୟମୋହନ ଦଳବେହେରା, କୁଲ୍‌ଦୀପ ବେହେରା, ସୁଧାଂଶୁ କୁମାର ମଲ୍ଲିକ, ପିଣ୍ଟୁ ବୈରାଗୀ, ବିସ୍ମୟ ଦେହୁରୀ, ଅଜୟ କୁମାର ସାହୁ ଓ ବି ତ୍ରିନାଥ ରାଓ ଏବଂ ମହିଳା ଦଳରେ ମଧୁସ୍ମିତା ସ୍ୱାଇଁ, ସୁଚେତା ପରିଡ଼ା, ସୁଶାନ୍ତି ନାୟକ, ସନ୍ତୋଷୀ ମହାପାତ୍ର, ସଂଘମିତ୍ରା ସ୍ୱାଇଁ, ସୁନିତା ସ୍ୱାଇଁ, ସୋନାଲି ମହାପାତ୍ର, ସୁଚିସ୍ମିତା ମିଶ୍ର ଓ ସୂର୍ଯ୍ୟକାନ୍ତୀ ବେହେରା ସାମିଲ ହୋଇଛନ୍ତି। ଓଡ଼ିଶା ଦଳ ମଙ୍ଗଳବାର ଏଠାରୁ ହରିଆନା ଅଭିମୁଖେ ଯାତ୍ରା କରିଛି।

ସମ୍ବନ୍ଧିତ ଖବର