କଟକ : ଓଡ଼ିଶା ଅଲିମ୍ପିକ ସ˚ଘ ସମ୍ମିଳନୀ କକ୍ଷରେ ଓଡ଼ିଶା ବାସ୍କେଟବଲ ସ˚ଘ (ଓବିଏ)ର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଛି। କେବଳ ଯୁଗ୍ମ ସମ୍ପାଦକ ପଦବିକୁ ଛାଡ଼ି ଅନ୍ୟ ସମସ୍ତେ ଅପ୍ରତିଦ୍ବନ୍ଦୀ ଭାବେ ବିଜୟୀ ହୋଇଥିଲେ। ତେବେ ଏଥର ସଭାପତି ଓ ସଂପାଦକ ପଦ ଅଦଳବଦଳ ହୋଇଛି। ପୂର୍ବତନ ସମ୍ପାଦକ ଜ୍ଞାନରଞ୍ଜନ ପରିଡ଼ା ସଭାପତି ଓ ପୂର୍ବତନ ସଭାପତି ଅଶୋକ କୁମାର ସାହୁ ସମ୍ପାଦକ ଭାବେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ଏମାନଙ୍କ ବ୍ୟତୀତ କାର୍ଯ୍ୟକାରୀ ସଭାପତି ଭାବେ ସୌରଭ ବେହେରା, ଉପସଭାପତି ଭାବେ ସୟଦ ଅକମଲ ଅଲ୍ଲୀ, ଶରତ ଚନ୍ଦ୍ର ମହାପାତ୍ର, ରଶ୍ମୀରଞ୍ଜନ ସାମନ୍ତରାୟ, ଏନବି ଯାଦବ, ମଦନ ରାଓ, ଅମୀୟ ମହାପାତ୍ର, କୋଷାଧ୍ୟକ୍ଷ ଭାବେ ପିକେ ବେହେରା ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ଉପେନ୍ଦ୍ର କୁମାର ପଟ୍ଟନାୟକ, ଆର‌୍‌ଏନ୍‌ ପାଢୀ, ଅଶୋକ କୁମାର ସାହୁ, ସନ୍ତୋଷ କୁମାର ମହାନ୍ତି, ବିନୋଦ କୁମାର ସାହୁ, ପ୍ରଶାନ୍ତ କୁମାର ନାୟକ, ମହେଶ କୁମାର ସାହୁ, ସତୀଶ ସାହୁ, ଗୌତମ ଗଜପତି କାଉନସିଲ ସଦସ୍ୟ ଭାବେ ଅପ୍ରତିଦ୍ବନ୍ଦ୍ବୀ ରହିଥିଲେ। ତେବେ କେବଳ ୩ ଯୁଗ୍ମ ସମ୍ପାଦକ ପଦବି ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ବେଳେ ୪ ଜଣ ଆଶାୟୀ ପ୍ରାର୍ଥୀ ରହିଥିଲେ। ନିର୍ବାଚନରେ ଦ୍ବାରିକା ଶେଖର ମହାନ୍ତି ସର୍ବାଧିକ ୪୯ ଭୋଟ ପାଇଥିବା ବେଳେ ଅମିତ ଦାସ ମହାପାତ୍ର ୪୮ ଓ ତବସୁମ ବାହାର ୪୭ ଭୋଟରେ ବିଜୟୀ ହୋଇଥିଲେ। ସେକ ସହିଦ ୩ଟି ଭୋଟ ପାଇ ପରାଜିତ ହୋଇଥିଲେ। ନିର୍ବାଚନରେ ମୋଟ ୬୧ ଭୋଟରଙ୍କ ମଧ୍ୟରୁ ୪୯ ଜଣ ଭୋଟ ଦେଇଥିଲେ। ନିର୍ବାଚନ ଅଧିକାରୀ ଅଜୟ ବେହେରା ନିର୍ବାଚନ ପରିଚାଳନା କରିଥିଲା ବେଳେ ବିହାରର ସୁଶୀଲ କୁମାର ଭାରତୀୟ ବାସ୍କେଟବଲ ମହାସ˚ଘର ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇଥିଲେ।

Advertisment

ସୂଚନାଯୋଗ୍ୟ, ଓବିଏ ନିର୍ବାଚନ ନିମନ୍ତେ ଗତ ମାର୍ଚ୍ଚ ୨୫ରେ ନାମାଙ୍କନପତ୍ର ଦାଖଲ ଓ ୨୬ ତାରିଖରେ ନାମାଙ୍କନପତ୍ର ଯାଞ୍ଚ କରାଯାଇଥିଲା। ଏପ୍ରିଲ ୨ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଦାଖଲ ତାରିଖ ଧାର୍ଯ୍ୟ ହୋଇଥିଲା। ଉପସଭାପତି ପଦବି ପାଇଁ ଆଶାୟୀ ପ୍ରାର୍ଥୀ ଖୋର୍ଦ୍ଧା ଜିଲ୍ଲାର ରାଜେନ୍ଦ୍ର ପ୍ରସାଦ ପାଣି ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଇଥିଲେ। ହେଲେ ୩ଟି ଯୁଗ୍ମସମ୍ପାଦକ ପଦବି ନିମନ୍ତେ ରବିବାର ନିର୍ବାଚନ ହୋଇଥିଲା। ନିର୍ବାଚିତ କର୍ମକର୍ତ୍ତାମାନେ ଆସନ୍ତା ୨୦୨୫ ମସିହା ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ ବୋଲି ସୂଚନା ଦିଆଯାଇଛି।