ଆସାମକୁ ହରାଇଲା ଓଡ଼ିଶା

ଜାତୀୟ ବିଦ୍ୟାଳୟ ସମୂହ ବାଳିକା ଫୁଟ୍‌ବଲ୍‌

ଅନୁଗୁଳ: ଏଠାରେ ଚାଲିଥିବା ୬୩ତମ ଜାତୀୟ ବିଦ୍ୟାଳୟ ସମୂହ ୧୭ ବର୍ଷରୁ କମ୍‌ ବାଳିକା ଫୁଟବଲ୍‌ ପ୍ରତିଯୋଗିତାରେ ମଙ୍ଗଳବାର ଏକ ମ୍ୟାଚ୍‌ରେ ଓଡ଼ିଶା ୨-୦ ଗୋଲ୍‌ରେ ଆସାମକୁ ପରାସ୍ତ କରିଛି। ଅନ୍ୟ ମ୍ୟାଚ୍‌ଗୁଡ଼ିକରେ ଛତିଶଗଡ଼ ୧୯-୦ରେ ଆଇବିଏସ୍‌ଓକୁ, ଗୁଜୁରାଟ ୧୨-୦ରେ ସିବିଏସ୍‌ଇଡବ୍ଲ୍ୟୁଏସ୍‌ଓକୁ, ଝାଡ଼ଖଣ୍ଡ ୮-୦ରେ ମଧ୍ୟପ୍ରଦେଶକୁ, ମହାରାଷ୍ଟ୍ର ୭-୦ରେ ଆଇବିଏସ୍‌ଓକୁ, ଛତିଶଗଡ଼ ୨-୦ରେ କର୍ଣ୍ଣାଟକକୁ, ବିହାର ୨-୦ରେ ଦଦ୍ରାନଗରକୁ, ଗୁଜୁରାଟ ୫-୦ରେ ଦିଲ୍ଲୀକୁ ପରାସ୍ତ କରିଛି। ଅନ୍ୟପକ୍ଷରେ ପଞ୍ଜାବ-ଗୋଆ ମ୍ୟାଚ୍‌ ୧-୧ ଗୋଲ୍‌ରେ ଅମୀମାଂସିତ ରହିଥିବା ବେଳେ ପଶ୍ଚିମବଂଗ ୩-୦ରେ ଆଇପିଏସ୍‌ଓକୁ, ଆନ୍ଧ୍ରପ୍ରଦେଶ ୨-୦ରେ ଆଇପିଏସ୍‌ଓକୁ ପରାସ୍ତ କରିଛି।

ସମ୍ବନ୍ଧିତ ଖବର