ଛତିଶଗଡ଼କୁ ୬-୦ରେ ହରାଇଲା ଓଡ଼ିଶା:ଜାତୀୟ ବାଳକ ଫୁଟ୍‌ବଲ୍‌

ଭୁବନେଶ୍ୱର: ବିହାରର ପାଟନାରେ ଚାଲିଥିବା ଉପକନିଷ୍ଠ ଜାତୀୟ ଫୁଟ୍‌ବଲ୍‌ ପ୍ରତିଯୋଗିତା (ପୂର୍ବାଞ୍ଚଳ ଯୋଗ୍ୟତାପର୍ଯ୍ୟାୟ)ରେ ମଙ୍ଗଳବାର ଓଡ଼ିଶା ବାଳକ ଦଳ ଏକତରଫା ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଓଡ଼ିଶା ୬-୦ ଗୋଲ୍‌ରେ ଛତିଶଗଡ଼କୁ ପରାସ୍ତ କରିଦେଇଛି। ଅର୍ବିନ୍‌ ଲାକ୍ରା (୨୪ ଓ ୮୨ ମିନିଟ୍‌) ଏବଂ ଅନିଲ ଟପ୍ପୋ (୬୬ ଓ ୯୦ ମିନିଟ୍‌) ଦୁଇଟି ଲେଖାଏଁ ଗୋଲ୍‌ କରିଥିଲା ବେଳେ ବିନୋଦ ମାଝୀ (୭ ମିନିଟ୍‌) ଓ ଅଜୟ ଟପ୍ପୋ (୬୫ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଯୋଡ଼ି ବ୍ୟବଧାନ ବଢାଇଥିଲେ। ଓଡ଼ିଶା ତା’ର ପରବର୍ତୀ ମ୍ୟାଚ୍‌ରେ ୮ ତାରିଖ ଦିନ ପଶ୍ଚିମବଙ୍ଗକୁ ଭେଟିବ।

ସମ୍ବନ୍ଧିତ ଖବର