ଭୁବନେଶ୍ବର: ଚଳିତ ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସ୍ଏଲ୍)ରେ ଓଡ଼ିଶା ଏଫ୍ସି ଗୁରୁବାର ନିଜ ଘରୋଇ ପଡ଼ିଆ କଳିଙ୍ଗ ଷ୍ଟାଡିୟମରେ ବେଙ୍ଗାଲୁରୁ ଏଫ୍ସିକୁ ଭେଟିବ। ରବିବାର କେରଳ ବ୍ଲାଷ୍ଟର୍ସକୁ ହରାଇ ଘରୋଇ ଅଭିଯାନ ଆରମ୍ଭ କରିଥିଲା ଓଡ଼ିଶା। ତେଣୁ ଗୁରୁବାର ମ୍ୟାଚ୍ରେ ଅଧିକରୁ ଅଧିକ ଦର୍ଶକ ଆସିବା ସମ୍ଭବନା ରହିଛି। ଟିକେଟ୍ ବିକ୍ରି ମଧ୍ୟ ଜୋର୍ଦାର ଚାଲିଛି। ଇଚ୍ଛୁକ ଦର୍ଶକ ଅନ୍ଲାଇନ୍ (https://insider.in/isl-odisha-fc)ରେ କିମ୍ବା ଷ୍ଟାଡିୟମ ନିକଟରେ ଥିବା ବକ୍ସ ଅଫିସ୍ରେ ଅଫ୍ଲାଇନ୍ ଟିକେଟ୍ କରି ମ୍ୟାଚ୍ର ମଜା ନେଇପାରିବେ। ଦର୍ଶକମାନେ ଷ୍ଟାଡିୟମକୁ ପାୱାର ବ୍ୟାଙ୍କ୍, ସିଗାରେଟ ଲାଇଟର, ସେଲ୍ଫି ଷ୍ଟିକ୍, ବାଡ଼ି, ବ୍ୟାଗ୍, ପାଣି ବୋତଲ, ଛତା, କ୍ୟାମେରା, ମାରଣାସ୍ତ୍ର, ଖାଦ୍ୟପଦାର୍ଥ, ହେଲ୍ମେଟ୍, କଏନ୍ସ, ବାଇନାକୁଲାର ନେଇପାରିବେନି। ଦର୍ଶକମାନେ ଗାଡ଼ି ନ୍ୟୁ ଏଜି କଲୋନି, ନିକୋ ପାର୍କ ରାସ୍ତାରେ ଥିବା ପାର୍କିଂ ସ୍ଥାନରେ ରଖିବେ। ଗେଟ୍ ନମ୍ବର ୧ ଓ ୪ରେ ପ୍ରବେଶ କରିବାକୁ ଥିବା ଦର୍ଶକଙ୍କ ପାଇଁ ନ୍ୟୁ ଏଜି କଲୋନି ଏବଂ ୩ ନମ୍ବର ଗେଟ୍ରେ ପ୍ରବେଶ କରିବାକୁ ଥିବା ଦର୍ଶକଙ୍କ ପାଇ ନିକୋ ପାର୍କ ରାସ୍ତାରେ ବାଇକ୍, କାର୍ ରଖିବାର ବ୍ୟବସ୍ଥା କରାଯାଇଛି।
ଆଇଏସ୍ଏଲ୍ରେ ଗୁରୁବାର ଓଡ଼ିଶା-ବେଙ୍ଗାଲୁରୁ ମୁହାଁମୁହିଁ
/sambad/media/post_attachments/wp-content/uploads/2022/10/56dg65a4dg65gd465gdgda.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)