ଭୁବନେଶ୍ବର,ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ୍ ଜଗତରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ପ୍ରଥମ ଥର ପାଇଁ ରାଜ୍ୟର ଏକ ଦୃଷ୍ଟିହୀନ ମହିଳା କ୍ରିକେଟ୍ ଦଳ ବଛାଯାଇଛି। ଏହି ଦଳ ଉତ୍ତରାଖଣ୍ଡରେ ଚଳିତ ମାସ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ଏବଂ ଉତ୍ତରାଖଣ୍ଡ ବିପକ୍ଷରେ ଶୃଙ୍ଖଳା ଖେଳି ତା’ର ଅଭିଯାନ ଆରମ୍ଭ କରିବ। ସେହିଭଳି ଚଳିତ ମାସ ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଝାଡ଼ଖଣ୍ଡ ବିପକ୍ଷରେ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳିବ। ଓଡ଼ିଶା ଦଳର ପ୍ରସ୍ତୁତି ଶିବିର ପୋଖରିପୁଟ ସ୍ଥିତ ବିହାରିଲାଲ ଷ୍ଟାଡିୟମରେ ଚାଲିଛି। ଏହା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ସେହି ଦିନ ହିଁ ଓଡ଼ିଶା ଦଳ ଉତ୍ତରାଖଣ୍ଡ ଅଭିମୁଖେ ଯାତ୍ରା କରିବ। ଦଳ ଚୟନ ବେଳେ ଓଡ଼ିଶାର ଅନ୍ତର୍ଜାତୀୟ ଦୃଷ୍ଟିହୀନ କ୍ରିକେଟର ଜାଫର ଇକବାଲ, ସୁଖରାମ ମାଝୀ, ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ୍ ସଂଘ (କ୍ୟାଭି)ର ପରାମର୍ଶଦାତା ପ୍ରକାଶ ରଥ, ଯୁଗ୍ମ ସଂପାଦକ ବିରଞ୍ଚି ନାରାୟଣ ସାହୁ, ଦୃଷ୍ଟିହୀନ ମହିଳା କ୍ରିକେଟର ମାର୍ଗଦର୍ଶିକା ଅର୍ପିତା ମହାପାତ୍ର, କ୍ୟାଭି ପ୍ରତିଷ୍ଠାତା ସଦସ୍ୟ ପ୍ରଜ୍ଞ ପାରମିତା ବେହେରା, ଅକ୍ଷୟ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ଦଳରେ ସ୍ଥାନ ପାଇଥିବା ଖେଳାଳିମାନେ ହେଲେ: ଲିନା ସ୍ବାଇଁ (ଅଧିନାୟିକା), ବାସନ୍ତି ହାଂସଦା (ଉପଅଧିନାୟିକା), ବୁଧୁନି ପୂର୍ତି, ଗୁରୁବାରୀ ବନରା, ମାମିନା ନାୟକ, ଫୁଲ ସୋରେନ୍, ପଦ୍ମିନୀ ଦୁଦୁ, ଝିଲି ବିରୁଆ, ଗାୟତ୍ରୀ ମଲ୍ଲିକ, ରାନୁଲତା ବିଶ୍ବାଳ, ରଚନା ଜେନା, ଜମୁନା ଟୁଡୁ, ସକୁନ୍ତନା ବେହେରା, ସୁମିତ୍ରା ଦେହୁରୀ, ପାର୍ବତି ଟୁଡୁ। ଦେବାଶିଷ ଜେନା (ପ୍ରଶିକ୍ଷକ), ବିରଞ୍ଚି ନାରାୟଣ ସାହୁ (ପ୍ରବନ୍ଧକ)। ସୂଚନାଯୋଗ୍ୟ ଯେ ପୁରୁଷ ଦୃଷ୍ଟିହୀନ କ୍ରିକେଟରେ ଓଡ଼ିଶା ଆଜି ପର୍ଯ୍ୟନ୍ତ ଜାଫର ଇକବାଲ, ସୁଖରାମ ମାଝୀ, ପଙ୍କଜ ଭୂଏ, ନକୁଳ ବଡ଼ନାୟକ ଓ ଲିଙ୍ଗରାଜ ରାଉତରାଙ୍କ ରୂପରେ ୫ ଜଣ ଅନ୍ତର୍ଜାତୀୟ ତାରକା ସୃଷ୍ଟି କରିପାରିଛି।
ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ୍ରେ ନୂଆ ଅଧ୍ୟାୟ, ପ୍ରଥମ ଥର ଗଠିତ ହେଲା ମହିଳା ଦଳ
ତ୍ରି-କୋଣୀୟ ଶୃଙ୍ଖଳାରୁ ଅଭିଯାନ
/sambad/media/post_attachments/wp-content/uploads/2018/12/PD4832114_Action-Images_Cricket-West-Indies-V-New-Zealand-World-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)