ଭୁବନେଶ୍ୱର: ଭାରତୀୟ ଆମେଚର ମୁଷ୍ଟିଯୁଦ୍ଧ ସଂଘ (ଆଇଏବିଏଫ୍) ପକ୍ଷରୁ ଆୟୋଜିତ ୬୦ତମ ଜାତୀୟ ବରିଷ୍ଠ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତା ଲାଗି ଏକ ୭ ଜଣିଆ ଓଡ଼ିଶା ଦଳ ବାଙ୍ଗାଲୋର ଗସ୍ତ କରିଛି। ଏହି ୭ ଜଣ ହେଲେ ତନୁଜ ନାୟକ (୪୯ କିଲୋଗ୍ରାମ, ଗଞ୍ଜାମ), ଗଣେଶ କୁମାର ଗୌଡ଼ (୫୨ କିଲୋଗ୍ରାମ, ଗଞ୍ଜାମ), ସନ୍ତୋଷ କୁମାର ବେହେରା (୬୦ କିଲୋଗ୍ରାମ, ଗଞ୍ଜାମ), ରାଜୁ ନାୟକ (୫୬ କିଲୋଗ୍ରାମ, ପୁରୀ), ଆଲୋକ କୁମାର ମଲ୍ଲିକ (୬୪ କିଲୋଗ୍ରାମ), ସତ୍ୟଜିତ୍ ବାହୁବଳେନ୍ଦ୍ର (୬୯ କିଲୋଗ୍ରାମ, ଭୁବନେଶ୍ୱର), ଧନଞ୍ଜୟ ବେଉରା (୭୫ କିଲୋଗ୍ରାମ, କଟକ)। ଦଳ ସହିତ ଶଙ୍କର ପ୍ରସାଦ ଅଧିକାରୀ ପ୍ରବଂଧକ ଏବଂ ମନୋରମା ମହାରଣା ପ୍ରଶିକ୍ଷକ ଭାବେ ଗସ୍ତ କରିଛନ୍ତି। ଖୋର୍ଧା ଜିଲ୍ଲା ମୁଷ୍ଟିଯୁଦ୍ଧ ସଂଘ ପକ୍ଷରୁ ରେଫରି ଓ ବିଚାରକ ଭାବେ ଅର୍ମାନ ଅଲୀ ମଧ୍ୟ ଗସ୍ତ କରିଛନ୍ତି। ଏହି ପ୍ରତିଯୋଗିତା ଜାନୁଆରି ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ବ୍ରହ୍ମପୁର ରେଳଷ୍ଟେସନ୍ରେ ବକ୍ସିଂ ଓଡ଼ିଶା ପକ୍ଷରୁ ଖେଳାଳିମାନଙ୍କୁ ଶୁଭକାମନା ପ୍ରଦାନ କରାଯାଇଥିଲା। ସଭାପତି ଟି କ୍ରିଷ୍ଣା ପାତ୍ର, ଉପ ସଭାପତି ସୁଖେନ୍ଦୁ ଦାସ, ସମ୍ପାଦକ କବିରାଜ ଗୌଡ଼, ସହ ସମ୍ପାଦକ ଟି ଭେଙ୍କଟ ରାଓ, କୋଷାଧ୍ୟକ୍ଷ ପ୍ରଦୀପ କୁମାର ରାଉତ ପ୍ରମୁଖ ଶୁଭକାମନା ଜଣାଇଛନ୍ତି।
ଓଡ଼ିଶା ମୁଷ୍ଟିଯୁଦ୍ଧ ଦଳର ବାଙ୍ଗାଲୋର ଯାତ୍ରା
/sambad/media/post_attachments/wp-content/uploads/2018/01/13-Boxing-Team.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)