କଟକ: ଉତ୍ତର ପ୍ରଦେଶର ସେଫାଇରେ ଚାଲିଥିବା ଜାତୀୟ ବାଳକ ହକି (ଏ-ଡିଭିଜନ) ପ୍ରତିଯୋଗିତାର ଫାଇନାଲ୍ରେ ଓଡ଼ିଶା ପ୍ରବେଶ କରିଛି। ଶନିବାର ସେମିଫାଇନାଲ୍ରେ ଓଡ଼ିଶା ୧-୦ ଗୋଲ୍ରେ ଗାଙ୍ଗପୁର-ଓଡ଼ିଶା ଦଳକୁ ପରାସ୍ତ କରିଦେଇଛି। ଓଡ଼ିଶା ପାଇଁ ଲାବନ ଲୁଗୁନ୍ ମ୍ୟାଚ୍ର ଷଷ୍ଠ ମିନିଟ୍ରେ ପେନାଲ୍ଟି କର୍ଣ୍ଣର ଜରିଆରେ ଏକମାତ୍ର ତଥା ବିଜୟ ସୂଚକ ଗୋଲ୍ ଦେଇଥିଲେ। ହେଲେ ମ୍ୟାଚ୍ର ଅନ୍ୟ ସମୟଗୁଡ଼ିକରେ ଆଉ କୌଣସି ଗୋଲ ନହେବାରୁ ଓଡ଼ିଶା ଗୋଟିଏ ଗୋଲ୍ ବ୍ୟବଧାନରେ ଜିତି ଫାଇନାଲ୍କୁ ଉନ୍ନୀତ ହୋଇଛି। ରବିବାର ଫାଇନାଲ୍ରେ ଓଡ଼ିଶାର ମୁକାବିଲା ଆୟୋଜକ ଉତ୍ତର ପ୍ରଦେଶ ସହ ହେବ। ଶନିବାର ଅନ୍ୟ ସେମିଫାଇନାଲ୍ରେ ଉତ୍ତର ପ୍ରଦେଶ ୬-୧ ଗୋଲ୍ରେ ହରିଆନାକୁ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ରବିବାର ଫାଇନାଲ୍ ପୂର୍ବରୁ କାଂସ୍ୟ ପଦକ ପାଇଁ ଗାଙ୍ଗ୍ପୁର ଓ ହରିଆନା ମୁହାଁମୁହିଁ ହେବେ।
ଜାତୀୟ ବାଳକ ହକି ଫାଇନାଲ୍ରେ ଓଡ଼ିଶା
/sambad/media/post_attachments/wp-content/uploads/2018/01/Hockey-Odisha-red-vs-Hockey-Gangpur-Odisha-blue-2.jpeg)