ଭୁବନେଶ୍ବର: ପଶ୍ଚିମବଙ୍ଗର କଲ୍ୟାଣୀଠାରେ ଆସନ୍ତା ୨୦ରୁ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଜାତୀୟ ଉପକନିଷ୍ଠ ବାଳକ ଫୁଟ୍ବଲ୍ ପ୍ରତିଯୋଗିତା (ଫାଇନାଲ୍ ରାଉଣ୍ଡ୍) ନିମନ୍ତେ ଶନିବାର ଓଡ଼ିଶା ଦଳ ଘୋଷିତ ହୋଇଛି। ଏହି ୨୦ ଜଣିଆ ଦଳର ନେତୃତ୍ବ ଅନିଲ ଟପ୍ନୋ ନେଉଥିଲା ବେଳେ ଅନ୍ୟମାନଙ୍କ ମଧ୍ୟରେ ଇନ୍ଦ୍ର କୁଜୁର, ସଦାନନ୍ଦ କହଁର, ତ୍ରିଲୋଚନ କିଣ୍ଡୋ, ପିଣ୍ଟୁ ଓରାମ, ଅଭିଷେକ ଏକ୍କା, ସପନ ସାମଲ, ମଙ୍ଗଳ ସୋରେନ୍, ନୱାଜଉଦ୍ଦିନ, ପ୍ରସନ୍ନ ବାରା, ବିନୋଦ ମାଝୀ, ମାନ୍ସିଂ ହେମ୍ବ୍ରମ୍, ଭାଗୀରଥୀ ସୋରେନ, ଅଜୟ ଟପ୍ପୋ, ଶଶିକାନ୍ତ ପ୍ରଧାନୀ, ବି ଶିବା, ଅର୍ବିନ୍ ଲାକ୍ରା, ରହିମ ବଦା, ଚିର୍ଟୁ ନାଗ ଓ କହ୍ନେଇ ନାୟକ ସ୍ଥାନ ପାଇଛନ୍ତି। ନିପେନ୍ଦ୍ର ଦାସ ଦଳର ମୁଖ୍ୟ ପ୍ରଶିକ୍ଷକ ରହିଛନ୍ତି। ଆସନ୍ତାକାଲି ଦଳ କଲ୍ୟାଣୀ ଯାତ୍ରା କରିବ।
ଜାତୀୟ ଫୁଟ୍ବଲ ପ୍ରତିଯୋଗିତା ପାଇଁ ଓଡ଼ିଶା ବାଳକ ଦଳ
/sambad/media/post_attachments/wp-content/uploads/2019/11/adfdafg4dag5da87g94da98g4ad65g4da654gdaggggggggg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)