ରଣଜୀ ଟ୍ରଫି, ବିପ୍ଲବଙ୍କ ଅର୍ଧଶତକ: ଓଡ଼ିଶା ପାଇଁ ସୁଯୋଗ

କଟକ: ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଅନୁରାଗ ଷଡ଼ଙ୍ଗୀଙ୍କ ପରେ ଅଧିନାୟକ ବିପ୍ଲବ ସାମନ୍ତରାୟଙ୍କ ଲଢୁଆ ଅର୍ଧଶତକ ବଳରେ ଗୌହାଟୀର ବାରସପରା କ୍ରିକେଟ୍‌ ଷ୍ଟାଡିୟମରେ ଚାଲିଥିବା ରଣଜୀ ଟ୍ରଫିରେ ଓଡ଼ିଶା ଘରୋଇ ଆସାମ ବିପକ୍ଷରେ ପ୍ରଥମ ପାଳି ଅଗ୍ରଣୀ ପାଇବା ପରେ ଦ୍ରୁତ ବୋଲର ରାଜେଶ ମହାନ୍ତିଙ୍କ ପୁଣି ଘାତକ ପ୍ରଦଶର୍ନ ଯୋଗୁଁ ବିଜୟ ସମ୍ଭାବନା ସୃଷ୍ଟି କରିଛି। ଏହି ମ୍ୟାଚ୍‌ର ପ୍ରଥମ ଦିନ ଘରୋଇ ଦଳର ପ୍ରଥମ ପାଳିକୁ ମାତ୍ର ୧୨୧ ରନ୍‌ରେ ଅଟକାଇ ଦେଇଥିବା ଓଡିଶା ଦ୍ବିତୀୟ ଦିନସ ସବୁ ସମ୍ମାନ ହାତେଇ ନେଇଛି। ପ୍ରଥମେ ପ୍ରଥମ ପାଳିରେ ୨୪୦ ରନ୍ କରି ୧୧୯ ରନ୍‌ର ଅଗ୍ରଣୀ ନେଇଥିବା ଓଡ଼ିଶା ପରେ ଆସାମ ଦ୍ବିତୀୟ ପାଳିର ୪ ୱିକେଟ୍‌ ମାତ୍ର ୬୦ ରନ୍‌ ମଧ୍ୟରେ ଝଡ଼ାଇ ଦେଇ ବିଜୟ ସୁଯୋଗ ପାଇଛି। ଆସାମ ପ୍ରଥମ ପାଳିରେ ୫ ୱିକେଟ୍‌ ଦଖଲ କରିଥିବା ରାଜେଶ ମହାନ୍ତି ଦ୍ବିତୀୟ ପାଳିରେ ୩ ୱିକେଟ୍‌ ଅକ୍ତିଆର କରିସାରିଛନ୍ତି। ଦେବବ୍ରତ ପ୍ରଧାନ ଅନ୍ୟ ଵିକେଟ୍‌ଟି ଅକ୍ତିଆର କରିଛନ୍ତି। ଆଉ ଦୁଇ ଦିନ ଖେଳ ବାକିଥିଲା ବେଳେ ହାତରେ ୬ ୱିକେଟ୍‌ ଥାଇ ଏବେ ବି ଘରୋଇ ଆସାମ ଦଳ ଓଡ଼ିଶା ପ୍ରଥମ ପାଳି ସ୍କୋର୍‌ଠୁ ୫୯ ରନ୍‌ ପଛରେ ରହିଛି।

ପ୍ରଥମ ଦିନର ଅସମାପ୍ତ ସ୍କୋର ୮୬/୩ରୁ ଖେଳିଥିବା ଓଡ଼ିଶା ବୁଧବାର ଦ୍ବିତୀୟ ଦିନର ପ୍ରଥମ ଘଣ୍ଟାରେ ବଡ଼ କ୍ଷତି ସହିଥିଲା। ଅର୍ଧଶତକ ଅର୍ଜନ କରିଥିବା ଅନୁରାଗ ଆଉ ୧୬ ରନ୍‌ ଯୋଡ଼ି ନିଜ ଵିକେଟ୍‌ ହରାଇଥିଲେ। ବିପ୍ଲବଙ୍କ ସହ ଶାନ୍ତନୁ ମିଶ୍ର ପିଚ୍‌ରେ ଯୋଗଦେବା ପରେ ରନ୍‌ ଗତି ବଢିଥିଲା ଓ ଦଳକୁ ଅଗ୍ରଣୀ ମଧ୍ୟ ମିଳିଥିଲା। କିନ୍ତୁ ଶାନ୍ତନୁ ୧୭ ରନ୍‌ କରିଥିଲା ବେଳେ ର˚ଜିତ ମାଲିଙ୍କ ଘାତକ ସ୍ପେଲ୍‌ର ଶିକାର ହୋଇଥିଲେ। ସପ୍ତମ ସ୍ଥାନରେ ଆସିଥିବା ସୁଜିତ ଲେଙ୍କା ଆରମ୍ଭରୁ କିଛି ଆକର୍ଷଣୀୟ ସଟ୍‌ ଖେଳିଥିଲେ। ବିପ୍ଲବ ଓ ସୁଜିତଙ୍କ ମଧ୍ୟରେ ଷଷ୍ଠ ଵିକେଟରେ ୪୬ ରନ୍‌ ସ˚ଗ୍ରହ ହୋଇଥିଲେ ବି ମାଲିଙ୍କ ଆଉଟ ସୁଇ˚ରେ ସୁଜିତ ଫସିଯାଇ ନିଜ ଵିକେଟ୍‌ ହରାଇଥିଲେ। ପଛକୁପଛ ନିମ୍ନକ୍ରମ ଭୁଶୁଡ଼ିବାରେ ଲାଗିଥିଲା ବେଳେ ବିପ୍ଲବ ୧୬୬ ବଲ୍‌ରୁ ତାଙ୍କର ୧୭ତମ ଅର୍ଧଶତକ ହାସଲ କରିଥିଲେ। ହେଲେ ସେ ୬୧ ରନ୍‌ କରି ମାଲିଙ୍କ ଷଷ୍ଠ ଶିକାର ହୋଇଥିଲେ। ର˚ଜିତ ମାଲି ୮୦ ରନ୍‌‌ରେ ୬ ୱିକେଟ୍‌‌ନେଇ ଓଡ଼ିଶାକୁ ଆଉ ଆଗକୁ ବଢ଼ିବାକୁ ଦେଇନଥିଲେ। ତେବେ ଓଡ଼ିଶା ୧୧୯ ରନ୍‌ର ଆଗୁ୍ଆ ହୋଇଯାଇଥିଲା। ଜବାବରେ ଦ୍ବିତୀୟ ପାଳିରେ ଆସାମ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଷଷ୍ଠ ଓଭରରେ ରାଜେଶଙ୍କ ଇନ୍‌ସୁଇ˚କୁ ଖେଳିନପାରି ପରଭେଜ୍‌ ଅଜିଜ୍‌ ବୋଲ୍ଡ ହୋଇଥିଲା ବେଳେ ରିଶଭ ଦାସଙ୍କୁ ଦେବବ୍ରତ ପ୍ରଧାନ ଆଉଟ୍‌ କରିଥିଲେ। କୁନାଲ ସାଇକିଆ ଓ ରିୟାନ ପରାଗଙ୍କୁ ଖାତା ଖୋଲିବା ପୂର୍ବରୁ ରାଜେଶ ଏଲ୍‌ବିଡବ୍ଲୁ ଆଉଟ୍‌ କରିଥିଲେ। ଦ୍ବିତୀୟ ଦିବସ ଷ୍ଟମ୍ପ୍‌ସ ଅପସାରଣ ବେଳକୁ ଶିବଶଙ୍କର ରଏ ୨୦ ଓ ଅମିତ ସିହ୍ନା ୭ ରନ୍‌ କରି ଅପରାଜିତ ଅଛନ୍ତି।

ସ˚କ୍ଷିପ୍ତ ସ୍କୋର: ଆସାମ ପ୍ରଥମ ପାଳି-୫୧.୧ ଓଭରରେ ୧୨୧। ଓଡ଼ିଶା ପ୍ରଥମ ପାଳି- ୮୫.୨ ଓଭରରେ ୨୪୦ (ଅନୁରାଗ ଷଡ଼ଙ୍ଗୀ ୭୭, ବିପ୍ଲବ ସାମନ୍ତରାୟ ୬୧, ସୁଜିତ ଲେଙ୍କା ୨୮, ଶାନ୍ତନୁ ମିଶ୍ର ୧୭, ର˚ଜିତ ମାଲି ୬/୮୦, ମୁକ୍ତାର ହୁସେନ୍‌ ୩/୭୫। ଆସାମ ଦ୍ବିତୀୟ ପାଳି-୨୩ ଓଭରରେ ୬୦/୪ (ରିଷଭ ଦାସ ୧୫, ଶିବଶଙ୍କର ରଏ ୨୦*, ରାଜେଶ ମହାନ୍ତି ୩/୨୫, ଦେବବ୍ରତ ପ୍ରଧାନ ୧/୧୭)।

ସମ୍ବନ୍ଧିତ ଖବର