ଅଭିଷେକଙ୍କ ବ୍ୟକ୍ତିଗତ ସର୍ବାଧିକ ରନ୍
କଟକ: ଶେଷରେ ପରାଜୟ ଆଶଙ୍କା ଟଳିଗଲା। ତ୍ରିପୁରା ବୋଲରଙ୍କୁ ନିରାଶ କରି ଓଡ଼ିଶା ମ୍ୟାଚ୍ ଛଡ଼ାଇନେଲା। ଆସାମକୁ ପରାସ୍ତ କରିବା ପରେ ତ୍ରିପୁରା ବିପକ୍ଷରେ ମଧ୍ୟ ପୁଣି ଏକ ଚମତ୍କାର ବିଜୟ ପାଇଲା ଓଡ଼ିଶା। ଏହା ମଧ୍ୟ ଓଡ଼ିଶା ପାଇଁ କ୍ରମାଗତ ବିଜୟ। ତ୍ରିପୁରା ବିପକ୍ଷ ଏହି ୪ ଦିନିଆ ରଣଜୀ ଟ୍ରଫି ମ୍ୟାଚ୍ର ଶୁକ୍ରବାର ତୃତୀୟ ଦିବସ ଶେଷରେ ବିଜୟ ପାଇଁ ସଂଘର୍ଷ କରୁଥିବା ଓଡ଼ିଶା ଶନିବାର ଚତୁର୍ଥ ତଥଶ ଶେଷ ଦିବସରେ ଦମ୍ଦାର ବ୍ୟାଟିଂ ପ୍ରଦର୍ଶନ କରି ପରାଜୟ ଆଶଙ୍କାକୁ ଟାଳି ଜବରଦସ୍ତ ବିଜୟ ହାସଲ କଲା। ଆଉ ଓଡ଼ିଶା ପାଇଁ ପ୍ରଥମ ରଣଜୀ ମ୍ୟାଚ୍ ଖେଳୁଥିବା ଅଭିଷେକ ରାଉତ ଓ ଯୁବ ବ୍ୟାଟ୍ସମ୍ୟାନ ଶୁଭ୍ରା˚ଶୁ ସେନାପତିଙ୍କ ଅବିଶ୍ବସନୀୟ ଭାଗୀଦାରି ହିଁ ଡ୍ରିମ୍ସ ଷ୍ଟାଡିୟମରେ ତ୍ରିପୁରାକୁ ୫ ଵିକେଟ୍ରେ ପରାସ୍ତ କରି ଘରୋଇ ଦଳକୁ ଚଳିତ ଋତୁର ଦ୍ବିତୀୟ ବିଜୟ ଦେବା ପାଇଁ ଯଥେଷ୍ଟ ହୋଇଥିଲା। ପ୍ରଥମ ପାଳିରେ ଲଢୁଆ ୪୧ ଓ ଦ୍ବିତୀୟ ପାଳିରେ ମ୍ୟାଚ୍ ବିଜୟୀ ଅପରାଜିତ ଅର୍ଧଶତକୀୟ ପାଳି (୮୪*) ପାଇଁ ଶୁଭ୍ରା˚ଶୁଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ଘୋଷଣା କରାଯାଇଛି। ବିଜୟର ଅନ୍ୟତମ ନାୟକ ଅଭିଷେକ ମଧ୍ୟ ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ (୮୩*) ଦେଇଛନ୍ତି। ଏଥିପୂର୍ବରୁ ଜମ୍ମୁ କାଶ୍ମୀର ବିପକ୍ଷରେ ୫୬ ରନ୍ ତାଙ୍କର ବ୍ୟକ୍ତିଗତ ସର୍ବାଧିକ ରହିଥିଲା। ଫଳରେ ଏଲିଟ୍ ଗ୍ରୁପ୍ ସି'ରେ ଓଡ଼ିଶା ୪ ମ୍ୟାଚରୁ ୨ ବିଜୟ ସହ ପଞ୍ଚମ ସ୍ଥାନକୁ ଲମ୍ପ୍ ଦେଇଛି। ଆସନ୍ତା ୬ ତାରିଖରୁ ରାଞ୍ଚିଠାରେ ଝାଡ଼ଖଣ୍ତ ବିପକ୍ଷରେ ଓଡ଼ିଶା ପଞ୍ଚମ ମ୍ୟାଚ୍ ଖେଳିବ। ମ୍ୟାଚ୍ରେ ତିଷ୍ଠି ରହିବାକୁ ତୃତୀୟ ଦିନ ସ˚ଘର୍ଷ କରୁଥିବା ଓଡ଼ିଶା ବ୍ୟାଟ୍ସମ୍ୟାନ୍ମାନଙ୍କ ଉପରୁ ଶେଷ ଦିନ ବି ବିପଦ ଟଳି ନଥିଲା। ଚତୁର୍ଥ ଦିନ ଦ୍ବିତୀୟ ଓଭରର ପଞ୍ଚମ ବଲ୍ରେ ଅଭିଜିତ ସରକାରଙ୍କ ବଲ୍କୁ ଅଭିଷେକ ଖେଳିବାକୁ ଯାଉଥିବା ବେଳେ ଏକ ସହଜ କ୍ୟାଚ ଦେଇଥିଲେ। ହେଲେ ସେଠାରେ କ୍ୟାଚ୍ଟି କ୍ଷେତ୍ରରକ୍ଷକଙ୍କ ହାତରେ ବାଜି ଖସିଯିବାରୁ ଅଭିଷେକ ଏକ ଜୀବନ ଦାନ ପାଇଥିଲେ। ସେତେବେଳକୁ ଦଳୀୟ ରନ୍ ୧୨୦ ହୋଇଥିଲା ବେଳେ ଅଭିଷେକ ୨୫ ରନ୍ କରି ବ୍ୟାଟି˚ କରୁଥିଲେ। ଏହାପରଠୁ ସେ ଆଉ ନିଜକୁ ରୋକିନପାରି ଗୋଟିଏ ପଟରୁ ଆକ୍ରମଣାତ୍ମକ ଖେଳିବା ଆରମ୍ଭ କରିଦେଇଥିଲେ। ଉଭୟ ନିଜ ନିଜର ଅର୍ଧଶତକ ଅର୍ଜନ କରିବା ପରେ ଶେଷ ଦିନର ମଧ୍ୟାହ୍ନ ବିରତି ପୂର୍ବରୁ ଖେଳ ଶେଷ କରିଦେଇଥିଲେ। ଶୁଭ୍ରା˚ଶୁ ୧୬୯ ବଲ୍ରୁ ୯ ଚୌକା ସହ ୮୪ ଓ ଅଭିଷେକ ୧୦୪ ବଲ୍ରୁ ୯ ଚୌକା ଓ ୨ ଛକା ସହ ୮୩ ରନ୍ କରି ଅପରାଜିତ ରହିଥିଲେ। ଶନିବାର ଶେଷ ହୋଇଥିବା ଅନ୍ୟ ମ୍ୟାଚ୍ଗୁଡ଼ିକରେ ସର୍ଭିସେସ୍ ୫ ଵିକେଟରେ ଜମ୍ମୁ କାଶ୍ମୀରକୁ, ଝାଡ଼ଖଣ୍ତ ୭ ଵିକେଟରେ ଗୋଆକୁ, ଆସାମ ୩୫ ରନ୍ରେ ହରିୟାଣାକୁ ପରାସ୍ତ କରିଛି। ଏଲିଟ୍ ଗ୍ରୁପ୍ ଏ' ଓ ବି'ରେ ଗୁଜୁରାଟ (୧୬), କେରଳ (୧୩), ସୌରାଷ୍ଟ୍ର (୧୩) ପ୍ରଥମ ତିନି ସ୍ଥାନରେ ରହିଥିଲାବେଳେ ପ୍ଲେଟ୍ ଗ୍ରୁପ୍ରେ ଉତ୍ତରାଖଣ୍ତ (୨୭) ସମସ୍ତ ମ୍ୟାଚ୍ ଜିତି ଶୀର୍ଷରେ ରହିଛନ୍ତି।
ଝାଡ଼ଖଣ୍ତ ମ୍ୟାଚ୍ ପାଇଁ ପପୁଙ୍କ ବଦଳରେ ରୋଶନ
ଆସନ୍ତା ୬ ତାରିଖରୁ ଝାଡ଼ଖଣ୍ତ ବିପକ୍ଷରେ ରାଞ୍ଚିରେ ଖେଳାଯିବାକୁ ଥିବା ରଣଜୀ ଟ୍ରଫି ପାଇଁ ଓଡ଼ିଶା ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ବାମହାତୀ ସ୍ପିନର ପପୁ ରାଏଙ୍କ ବଦଳରେ ପି ରୋଶନ କୁମାର ରାଓଙ୍କୁ ଦଳରେ ସାମିଲ କରାଯାଇଛି। ଦଳରେ ଦୁଇଜଣ ବାମହାତୀ ସ୍ପିନରଙ୍କ ଆବଶ୍ୟକତା ନଥିବା ଦର୍ଶାଯାଇ ପପୁ ରାଏଙ୍କୁ ବିଶ୍ରାମ ଦିଆଯାଇଥିଲା ବେଳେ ବାହାରକୁ ଦଳ ଯାଉଥିବାରୁ ଦ୍ବିତୀୟ ଵିକେଟ ରକ୍ଷକ ନିଆଯିବା ଆବଶ୍ୟକ। ସେଥିପାଇଁ ରୋଶନଙ୍କୁ ସାମିଲ କରାଯାଇଥିବା ଚୟନ ସମିତି ମୁଖ୍ୟ ବିଷ୍ଣୁଦେବ ମହାନ୍ତି ସୂଚନା ଦେଇଛନ୍ତି।