କଟକ: ଓଡ଼ିଶା କ୍ରିକେଟ ସ˚ଘର ସମ୍ବିଧାନରେ କ୍ଲବ୍ମାନଙ୍କୁ ପୂର୍ଣ୍ଣ ସଦସ୍ୟତା ଦିଆଯାଇଥିଲେ ବି ବିବାଦ ଥମିବାର ନାଁ ନେଉନାହିଁ। ପ୍ରତିଷ୍ଠାତା ସଦସ୍ୟ ଥିବା କ୍ଲବ୍ମାନଙ୍କୁ ସଦସ୍ୟତା ଦିଆଯିବା ପରେ ଆଇଜିଆର୍ରେ ପଞ୍ଜିକରଣ କରାଗଲା। ହେଲେ ଏବେ ପୁଣି ଥରେ ସାମାଜିକ କ୍ଲବ୍ ଓ କ୍ରିକେଟ କ୍ଲବ୍କୁ ଅଲଗା କରି ପୁନଃ ପଞ୍ଜିକରଣ କରାଇବାକୁ ବିସିସିଆଇ ପ୍ରଶାସନିକ ସମିତି (ସିଓଏ) ଓସିଏକୁ ପରାମର୍ଶ ଦେଇଛି। କିଏ ସାମାଜିକ କ୍ଲବ୍ ଓ କିଏ କ୍ରିକେଟ କ୍ଲବ୍ ତାହାକୁ ବାଛିବା ଓସିଏ ପାଇଁ ଜଟିଳ ପରିସ୍ଥିତି ସୃଷ୍ଟି ହେବାରୁ ଏହା ଉପରେ ବିଚାର କରିବାକୁ ବିସିସିଆଇ ଉପରେ ସବୁକିଛି ଛାଡ଼ି ଦିଆଯାଇଥିଲା। ହେଲେ ଏହାକୁ ଅଲଗା କରି ପଞ୍ଜିକରଣ କରାଇବାକୁ ପରାମର୍ଶ ଦିଆଯିବାରୁ ଓସିଏ ପାଇଁ ପୁଣି ଚିନ୍ତା ବଢିବାରେ ଲାଗିଛି। ତଥାପି ଉକ୍ତ ଚିଠିର ଓସିଏ କୌଣସି ଜବାବ ନଦେବାକୁ ନିଷ୍ପତ୍ତି ନେଇଥିଲା ବେଳେ ଆମିକସ୍ କ୍ୟୁରିଙ୍କ ପଦକ୍ଷେପକୁ ଅପେକ୍ଷା କରାଯାଇଥିବା ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍ ପଲେଇ କହିଛନ୍ତି। ଓସିଏ ସ˚ଶୋଧିତ ସମ୍ବିଧାନ ପଠାଇବା ପରେ କ୍ଲବ୍ମାନଙ୍କ ନାମକୁ ନେଇ ସିଓଏ ଦ୍ବନ୍ଦ୍ବରେ ପଡ଼ିଥିଲା। ସମ୍ବିଧାନରେ ସାମାଜିକ କ୍ଲବ୍ ଓ କ୍ରିକେଟ କ୍ଲବ୍ ଫରକ କରାଯାଇ ନାମ ଯୋଡ଼ାଯାଇଥିବା ଘଟଣାକୁ ସିଓଏ ସହଜରେ ଗ୍ରହଣ କରିପାରୁନାହିଁ। ଫେବ୍ରୁଆରି ୧୩ ତାରିଖରେ ଓସିଏ ପଠାଇଥିବା ସମ୍ବିଧାନରେ ୨୦ କ୍ଲବ୍କୁ ସାମିଲ କରାଯାଇଥିଲା। ଏଥିସହିତ ସ୍କୁଲ୍ ଓ କଲେଜମାନଙ୍କୁ ମଧ୍ୟ ପୂର୍ଣ୍ଣ ସଦସ୍ୟତା ପ୍ରଦାନ କରାଯାଇଥିଲା। କିନ୍ତୁ ସିଓଏ ‘ସାମାଜିକ କ୍ଲବ୍’ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପରାମର୍ଶ ଦେଇଛି। ଏଭଳି ସ୍ଥିତିରେ ଓସିଏ କିପରି କ୍ଲବ୍ମାନଙ୍କୁ ବିଭାଜିତ କରିବ ତାହା ସ୍ପଷ୍ଟ ହୋଇପାରୁନାହିଁ। ସ˚ପୃକ୍ତ କ୍ଲବ୍ମାନଙ୍କ ମଧ୍ୟରୁ କେବଳ ୫ଟି କ୍ଲବ୍ ସକ୍ରିୟ ଭାବେ କ୍ରିକେଟ ଖେଳିଆସୁଥିବା ବେଳେ ଅନ୍ୟମାନେ କେବଳ ଓସିଏ ଅନ୍ତଃକ୍ଲବ୍ ପ୍ରତିଯୋଗିତାରେ ଅ˚ଶଗ୍ରହଣ କରିଛନ୍ତି। ଫଳରେ କେଉଁ ମାନଦଣ୍ତରେ ବିଭକ୍ତିକରଣ କରାଯିବ ତାହା ବଡ଼ ସମସ୍ୟା ପାଲଟିଛି। ତେଣୁ ସମସ୍ତ କ୍ଲବ୍ଙ୍କୁ ପୂର୍ଣ୍ଣ ସଦସ୍ୟତା ପ୍ରଦାନ କରାଯାଇ ବିସିସିଆଇ ଉପରେ ସବୁକିଛି ବିଚାର ଛାଡ଼ି ଦିଆଯାଇଥିଲା। ହେଲେ ଏବେ ପୁଣି ବିସିସିଆଇ, ଓସିଏ ମୁଣ୍ତକୁ ଦାୟିତ୍ବ ଖସାଇଦେବାକୁ ବସିଥିବାରୁ ମାମଲାର ସମାଧାନ ବିଳମ୍ବ ହେବାରେ ଲାଗିଛି। ସିଓଏ ସିଧାସଳଖ ଭାବେ ଓସିଏକୁ କିଛି ନିର୍ଦ୍ଦେଶ ଦେଇପାରିବ ନାହିଁ। ତଥାପି ସମ୍ବିଧାନ ସ˚ଶୋଧନ କରାଯାଇ ବିସିସିଆଇକୁ ପଠାଯାଇଥିଲା। ଏବେ ସେମାନେ ସ୍ବର ପରିବର୍ତ୍ତନ କଲେ ଆମେ ବାରମ୍ବାର ସମାନ ଜବାବ ଦେଇପାରିବୁ ନାହିଁ। ଆମିକସ୍ କ୍ୟୁରି ଏହାଉପରେ କୌଣସି ପଦକ୍ଷେପ ନନେବା ପର୍ଯ୍ୟନ୍ତ ଆମେ ଚୁପ୍ ରହିବା ଉଚିତ୍ ହେବ ବୋଲି ଧୀରେନ୍ ପଲେଇ କହିଛନ୍ତି। ଏଭଳିସ୍ଥିତିରେ ଆଗକୁ ଓସିଏ ସମ୍ବିଧାନରେ ପୁଣି ପରିବର୍ତ୍ତନ ହେବ ନା ପ୍ରତିଷ୍ଠାତା କ୍ଲବ୍ମାନେ ସେମାନଙ୍କ ହକ୍ ପାଉଛନ୍ତି, ତାହାକୁ ଅପେକ୍ଷା କରିବାକୁ ହେବ।
ଓସିଏ ସମ୍ବିଧାନରେ ‘ସାମାଜିକ କ୍ଲବ୍’ କେଁ
ସାମାଜିକ କ୍ଲବ୍ଙ୍କୁ ଅଲଗା କରି ନୂଆ ସମ୍ବିଧାନ ପଠାଇବାକୁ ପୁଣି ସିଓଏର ପରାମର୍ଶ, ଆମିକସ୍ କ୍ୟୁରିଙ୍କ ପଦକ୍ଷେପ ପର୍ଯ୍ୟନ୍ତ ଚୁପ୍ ରହିବ ଓସିଏ
/sambad/media/post_attachments/wp-content/uploads/2019/03/Untitled-2-22.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)