କଟକ : ଓଡ଼ିଶା ଟ୍ବେଣ୍ଟି-୨୦ କ୍ରିକେଟ୍ ଲିଗ୍ର ଶନିବାର ଅନୁଷ୍ଠିତ ମ୍ୟଚ୍ରେ ଓଡ଼ିଶା ଟାଇଗର୍ସ ଓ ଓଡ଼ିଶା ଚିତାସ୍ ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚ୍ରେ ଓଡ଼ିଶା ଟାଇଗର୍ସ ୮ ୱିକେଟରେ ଓଡ଼ିଶା ପାନ୍ଥର୍ସକୁ ହରାଇଛି। ଓଡ଼ିଶା ଟାଇଗର୍ସ ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିଲା। ଓଡ଼ିଶା ପାନ୍ଥର୍ସ ୧୯.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୧୧୯ ରନ୍ କରିଥିଲା ବେଳେ ଓଡ଼ିଶା ଟାଇଗର୍ସ ୧୮ ଓଭରରେ ମାତ୍ର ୨ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ବିଜୟୀ ଦଳର ଓମ୍ ଟି. ମୁଣ୍ଡେ ୫୩ ଓ ମାନସ ରଂଜନ ନାୟକ ୩୭ ରନ୍ କରି ଦଳକୁ ଜିତାଇଥିଲେ। ଓମ୍ଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା।
ଦ୍ବିତୀୟ ମ୍ୟାଚ୍ରେ ଓଡ଼ିଶା ଚିତାସ୍ ୪୩ ରନରେ ଓଡ଼ିଶା ପୁମାସ୍କୁ ହରାଇଛି। ଓଡ଼ିଶା ପୁମାସ୍ ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିଲା ବେଳେ ଚିତାସ୍ ୭ ୱିକେଟ୍ ହରାଇ ୧୭୩ ରନ୍ କରିଥିଲା। ବିଜୟ ଲକ୍ଷ୍ୟକୁ ପିଛା କରି ଓଡ଼ିଶା ପୁମାସ୍ ୧୯.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୧୩୦ ରନ୍ କରିବାକୁ ସମର୍ଥ ହୋଇଥିଲା। ସୂର୍ଯ୍ୟକାନ୍ତ ପ୍ରଧାନ ଅଲରାଉଣ୍ଡ ପ୍ରଦର୍ଶନ (୨ ୱିକେଟ୍, ୨୩ ରନ୍)କରି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।