କଟକ: ଓଡ଼ିଶା ଟି-୨୦ କ୍ରିକେଟ୍ ଲିଗ୍‌ ର ରବିବାର ଓଡ଼ିଶା ଚିତାସ୍‌ ଓ ଓଡ଼ିଶା ପୁମାସ୍‌ ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ଚିତାସ୍‌ ଓଡ଼ିଶା ଲାୟନ୍ସକୁ ୯ ୱିକେଟ୍‌ ରେ ହରାଇଛି। ଓଡ଼ିଶା ଲାୟନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୪୧ ରନ୍ କରିଥିଲା। ଜବାବ‌ରେ ଓଡ଼ିଶା ଚିତାସ୍‌ ୧୭.୧ ଓଭରରେ ମାତ୍ର ୧ ୱିକେଟ୍‌ ହରାଇ ୧୪୭ ରନ୍ କରି ବିଜୟୀ ହୋଇଥିଲା। ଓଡ଼ିଶା ଚିତାସ୍‌ର ଗୌରବ ଚୌଧୁରୀ ୫୦ ବଲ୍‌ରୁ ୮୬* ରନ୍ ଏବଂ ବିପ୍ଳବ ସାମନ୍ତରାୟ ୨୫ ବଲ୍‌ରୁ ୩୧ ରନ୍ କରିଥିଲେ। ଓଡ଼ିଶା ଚିତାସ୍‌ର ଶାଶ୍ବତ ମହାନ୍ତି ୩୧ ରନ୍ ଦେଇ ୩ ୱିକେଟ୍ ନେଇଥିଲେ। ଗୌରବ ଚୌଧୁରୀ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ‌ହୋଇଥିଲେ। ଦ୍ବିତୀୟ ମ୍ୟାଚ୍‌ରେ ଓଡ଼ିଶା ପୁମାସ୍‌ ଓଡ଼ିଶା ଟାଇଗର୍ସକୁ ୧୦ ରନ୍‌ରେ ହରାଇଛି। ଓଡ଼ିଶା ପୁମାସ୍‌ ଟସ୍ ଜିତି ନିର୍ଧାରିତ ୨୦ ଓଭରରେ ୪ ୱିକେଟ୍‌ ହରାଇ ୧୮୪ ରନ୍ କରିଥିଲେ। ଜବାବରେ ଓଡ଼ିଶା ଟାଇଗର୍ସ ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୭୪ ରନ୍ କରିଥିଲା। ପୁମାସ୍‌ର ସ୍ବସ୍ତିକ ସାମଲ ୪୭ ବଲ୍‌ରୁ ୭୦ ରନ୍ କରିଥିଲା ବେଳେ ରାକେଶ ପଟ୍ଟନାୟକ ୨୮ ବଲ୍‌ରୁ ୪୩ ରନ୍ କରିଥିଲେ। ଓଡ଼ିଶା ଟାଇଗର୍ସର ଶୁଭ୍ରାଂଶୁ ‌‌ସେନାପତି ୪୧ ବଲ୍‌ରୁ ୭୯ ରନ୍ କରିଥିଲେ। ଓଡ଼ିଶା ପୁମାସ୍‌ର ଜାମଲା ମହାପାତ୍ର ୪ ଓଭର ବୋଲିଂ କରି ୧୭ ରନ୍ ଦେଇ ୩ ୱିକେଟ୍‌ ନେଇଥିଲେ। ସ୍ବସ୍ତିକ ସ‌ାମଲ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।