କଟକ: ଓଡ଼ିଶା ଟ୍ବେଣ୍ଟି-୨୦ କ୍ରିକେଟ୍ ଲିଗ୍‌ରେ ମଙ୍ଗଳବାର ଓଡ଼ିଶା ଜାଗୁଆର୍ସ, ଓଡ଼ିଶା ପାନ୍ଥର୍ସ ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ଜାଗୁଆର୍ସ ୮ ୱିକେଟ୍‌ରେ ଓଡ଼ିଶା ଚିତାସ୍‌କୁ ହରାଇଛି। ଓଡ଼ିଶା ଜାଗୁଆର୍ସ ଟସ୍ ଜିତି ଚିତାସ୍‌କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ଦେଇଥିଲା। ଓଡ଼ିଶା ଚିତାସ୍ ୧୪.୨ ଓଭରରେ ସମସ୍ତ ୱିକେଟ୍‌ ହରାଇ ୬୬ ରନ୍ କରିଥିଲା। ପପୁ ରାୟ ୨୧ ରନ୍‌ ବ୍ୟୟ କରି ୩ ୱିକେଟ୍‌ ନେଇଥିଲେ। ଜବାବରେ ଦେବବ୍ରତ ପ୍ରଧାନଙ୍କ ୩୭ ରନ୍‌ ସହାୟତାରେ ଓଡ଼ିଶା ଜାଗୁଆର୍ସ ୧୦.୨ ଓଭରରେ ୨ ୱିକେଟ ବିନିମୟରେ ବିଜୟୀ ହୋଇଥିଲା।

Advertisment

ଏହି ମ୍ୟାଚ୍‌ରେ ପପୁଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା। ଦ୍ବିତୀୟ ମ୍ୟାଚ୍‌ରେ ଓଡ଼ିଶା ପାନ୍ଥର୍ସ ୬ ୱିକେଟରେ ଓଡ଼ିଶା ପୁମାସ୍‌କୁ ହରାଇଛି। ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ପୁମାସ୍‌ ୧୯.୩ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୧୩ ରନ୍ କରିଥିଲା। ଜବାବରେ ସନ୍ଦୀପ ପଟ୍ଟନାୟକଙ୍କ ଅପରାଜିତ ୫୩* ରନ୍‌ ସହାୟତାରେ ଓଡ଼ିଶା ପାନ୍ଥର୍ସ ୧୭.୪ ଓଭରରେ ୬ ୱିକେଟ୍‌ ହାତରେ ଥାଇ ମ୍ୟାଚ୍‌ ଜିତିଥିଲା। ମ୍ୟାଚ୍‌ ବିଜୟୀ ପାଳି ପାଇଁ ସନ୍ଦୀପଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା।