କଟକ: ଓଡ଼ିଶା ଟ୍ବେଣ୍ଟି-୨୦ କ୍ରିକେଟ୍ ଲିଗରେ ଗୁରୁବାର ଅନୁ‌ଷ୍ଠିତ ମ୍ୟାଚ୍‌ରେ ଓଡ଼ିଶା ଜାଗୁଆର୍ସ ୩୭ ରନ୍‌ରେ (ଡିଏଲ୍‌ଏସ୍‌) ଓଡ଼ିଶା ପୁମାସ୍‌କୁ ହରାଇଛି। ଓଡ଼ିଶା ପୁମାସ୍‌ ଟସ୍ ଜିତି ଜାଗୁଆର୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ଦେଇଥିଲା।

Advertisment

ଗୋବିନ୍ଦ ପୋଦ୍ଦାରଙ୍କ ଦ୍ରୁତ ଶତକୀୟ ପାଳି (୧୦୧ ରନ୍‌, ୫୦ ବଲ୍‌) ସହାୟତାରେ ଜାଗୁଆର୍ସ ୭ ୱିକେଟ୍‌ ବିନିମୟରେ ୧୫୬ ରନ୍ କରିଥିଲା। ଜବାବରେ ଓଡ଼ିଶା ପୁମାସ୍ ୧୦.୧ ଓଭରରେ ୫ ୱିକେଟ୍‌ ହରାଇ ୪୯ ରନ୍ କରିଥିଲା ବେଳେ ବର୍ଷା ହୋଇଥିଲା। ପରେ ଖେଳ ଆରମ୍ଭ କରିବା ଅସମ୍ଭବ ହେବାରୁ ଡିଏଲ୍‌ଏସ୍‌ ପଦ୍ଧତି ଅନୁସାରେ ପୁମାସ୍‌ ୩୭ ରନ୍‌ ପଛରେ ଥିବାରୁ ଜାଗୁଆର୍ସକୁ ବି‌ଜୟୀ ଘୋଷଣା କରାଯାଇଥିଲା। ଶତକୀୟ ପାଳି ପାଇଁ ଗୋବିନ୍ଦଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା। ଓଡ଼ିଶା ପାନ୍ଥର୍ସ ଓ ଓଡ଼ିଶା ଚିତାସ୍‌ ମଧ୍ୟରେ ଖେଳାଯିବାକୁ ଥିବା ଅନ୍ୟ ଏକ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ କରାଯାଇଛି।