କଟକ: ଓଡ଼ିଶା ଟ୍ବେଣ୍ଟି-୨୦ କ୍ରିକେଟ୍ ଲିଗ୍ର ସୋମବାର ଅନୁଷ୍ଠିତ ମ୍ୟାଚ୍ରେ ଓଡ଼ିଶା ପାନ୍ଥର୍ସ ଓ ଓଡ଼ିଶା ଟାଇଗର୍ସ ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚ୍ରେ ଓଡ଼ିଶା ପାନ୍ଥର୍ସ ୭ ୱିକେଟ୍ରେ ଓଡ଼ିଶା ଜାଗୁଆର୍ସକୁ ହରାଇଛି। ଓଡ଼ିଶା ପାନ୍ଥର୍ସ ଟସ୍ ଜିତି ଜାଗୁଆର୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ଦେଇଥିଲା। ଜାଗୁଆର୍ସ ୧୭.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୯୩ ରନ୍ କରିଥିଲା। ଅଭିଷେକ ଯାଦବ ଓ ବାଦଲ ବିଶ୍ବାଳ ୩ ୱିକେଟ୍ ଲେଖାଏଁ ନେଇଥିଲେ। ଜବାବରେ ପାନ୍ଥର୍ସ ୧୧.୪ ଓଭରରେ ୩ ୱିକେଟ୍ ହରାଇ ବିଜୟୀ ହୋଇଥିଲା। ଆଦିତ୍ୟ ରାଉତ (୪୪) ଦଳକୁ ଜିତାଇବାରେ ଅନ୍ୟତମ ପ୍ରମୁଖ ଭୂମିକା ନେଇଥିଲେ। ଏହି ମ୍ୟାଚ୍ରେ ବାଦଲଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା। ଦ୍ବିତୀୟ ମ୍ୟାଚ୍ରେ ଓଡ଼ିଶା ଟାଇଗର୍ସ ୫ ରନ୍ରେ ଓଡ଼ିଶା ଲାୟନ୍ସକୁ ହରାଇଛି। ଓଡ଼ିଶା ଲାୟନ୍ସ ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିଲା। ଶୁଭମ୍ ଶତ୍ରୁଜିତ୍ଙ୍କ ୩୭ ରନ୍ ସହାୟତାରେ ଓଡ଼ିଶା ଟାଇଗର୍ସ ସମସ୍ତ ୱିକେଟ୍ ବିନିମୟରେ ୧୨୭ ରନ୍ କରିଥିଲା। ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଓଡ଼ିଶା ଲାୟନ୍ସ ୭ ୱିକେଟ୍ ହରାଇ ୧୨୨ରନ୍ କରିବାକୁ ସମର୍ଥ ହୋଇଥିଲା। ବିଜୟୀ ଦଳର ସୁମିତ ମହାରଣା ୩ ୱିକେଟ୍ ନେଇ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ଓଡ଼ିଶା କ୍ରିକେଟ୍ ଲିଗ୍: ପାନ୍ଥର୍ସ, ଟାଇଗର୍ସ ବିଜୟୀ
/sambad/media/post_attachments/wp-content/uploads/2023/06/sf4h654sfh65hfhfhfhfs.jpg)