ଭୁବନେଶ୍ବର: ଅନ୍ତର୍ଜାତୀୟ ଅଭିଜ୍ଞତା ହାସଲ କରିବା ଲାଗି ଓଡ଼ିଶା କ୍ରିକେଟ୍‌ ଦଳ ୪ଟି ତିନିଦିନିଆ ଏବଂ ୩ଟି ଏକଦିବସୀୟ ମ୍ୟାଚ୍‌ ଖେଳିବାକୁ ମଙ୍ଗଳବାର ଶ୍ରୀଲଙ୍କା ଗସ୍ତ କରିବ। ୨୪ ଜଣଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କ ସହ ପର୍ଯ୍ୟବେକ୍ଷକ ଭାବେ ଓସିଏ ସଦସ୍ୟ ବିଜୟ କୁମାର ଦାସ, ଯୁଗଳ କିଶୋର ସାମଲ, ସୁଧାଂଶୁ ମିଶ୍ର, ତଡ଼ିତ କୁମାର ରାଉତ, ସୁଶାନ୍ତ ମହାନ୍ତି, ସତ୍‌ବୀର ସିଂହ ଶ୍ରୀଲଙ୍କା ଗସ୍ତ କରିବେ। ସୋମବାର ଓସିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଅତିଥି ଭାବେ ଓସିଏ ଉପସଭାପତି ଜଗମୋହନ ପଟ୍ଟନାୟକ, ସମ୍ପାଦକ ସଞ୍ଜୟ ବେହେରା, କୋ‌ଷାଧ୍ୟକ୍ଷ ବିକାଶ ପ୍ରଧାନ, ଆପେକ୍ସ କାଉନସିଲ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। 

Advertisment

ଓଡ଼ିଶା ଦଳ: ଶୁଭ୍ରାଂଶୁ ସେନାପତି, ରାଜେଶ ଧୂପର, ସୁନୀଲ କୁମାର ରାଉଳ, ତାପସ ଦାସ, ଅଂଶୁମାନ ବେଜ, ଆଶୀର୍ବାଦ ସ୍ବାଇଁ, ବାଦଲ ବିଶ୍ବାଳ, ଆଶୁତୋଷ ମାର୍ଣ୍ଡି, ଆୟୁଷ ସୂତାର, ସମ୍ବିତ ବରାଳ, ଶ୍ରେୟାଂଶ ଭରଦ୍ବାଜ, ସାଇଦୀପ ମହାପାତ୍ର, ରାଜେଶ ମହାନ୍ତି, ଓମ୍‌ ଟି ମୁଣ୍ଡେ, ସନ୍ଦୀପ ପଟ୍ଟନାୟକ, ସୁମିତ ଶର୍ମା, ସ‌ୟଦ ତୁଫୈଲ ଅହମଦ, ତରଣୀ ସା’, ସ୍ବସ୍ତିକ ସାମଲ, ବିମଳ କୁମାର, ଅନିଲ ପରିଡ଼ା, କାର୍ତ୍ତିକ ବିଶ୍ବାଳ, ସତ୍ୟକାମ ଭରଦ୍ବାଜ, ଦିନେଶ ମାଝୀ, ସୁରେନ୍ଦ୍ର ଭାବେ (ମୁଖ୍ୟ ପ୍ରଶିକ୍ଷକ), ନରେନ୍ଦ୍ର ହିରୱାନୀ (ବୋଲିଂ ପ୍ରଶିକ୍ଷକ), ସୌରଭ ସେହଗଲ (ସହ‌ପ୍ରଶିକ୍ଷକ), ରୋନି ଚାଟାର୍ଜୀ (ଫିଜିଓ), ଗୌରବ କୌଶିକ (ଏସ୍‌ଆଣ୍ଡ୍‌ସି ପ୍ରଶିକ୍ଷକ), ନବୀନ ବେହେରା (ଭିଡିଓ ଆନାଲିଷ୍ଟ), ରତ୍ନାକର ବେହେରା (ସାଇଡ୍‌ ଆର୍ମ ଥ୍ରୋର୍‌)।