ସବୁ ଫର୍ମାଟରୁ ଅବସର ନେଲେ ଓଡ଼ିଶା କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ହଳଧର ଦାସ

କଟକ: ଓଡ଼ିଶା କ୍ରିକେଟ୍‌ର ପୂର୍ବତନ ଅଧିନାୟକ ହଳଧର ଦାସ ରବିବାର କ୍ରିକେଟର୍‌ ସବୁ ଫର୍ମାଟରୁ ଅବସର ନେଇଛନ୍ତି। ସେ ଅବସର ନେଇ  ଆନୁଷ୍ଠନିକ ଭାବେ ଘୋଷଣା କରିଛନ୍ତି। ଓଡ଼ିଶା କ୍ରିକେଟ ସଂଘର ସଂପାଦକଙ୍କୁ ସେ ନିଜର ଇସ୍ତଫା ପତ୍ର ଦେଇଛନ୍ତି।

ସେ ୨୦୦୬ ରୁ ୨୦୦୯ ଯାଏ ଓଡ଼ିଶା ରଣଜୀ ଦଳର ସଦସ୍ୟ ଥିଲେ। ବର୍ଷ ୨୦୦୮ରେ ରଣଜୀ କ୍ରିକେଟ ଦଳର ଅଧିନାୟକ ହୋଇଥିଲେ। ସେ ମୋଟ ୪୭ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୧୮୩୫ ରନ୍‌ କରିଛନ୍ତି। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ହାଇଦ୍ରାବାଦ ଡେକାନ ଚାର୍ଜର୍ସ ଟିମ୍‌ରେ ମଧ୍ୟ ହଳଧର ସାମିଲ ହୋଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Comments are closed.