ଓଡ଼ିଶା ୫-୦ରେ ଗୋଆକୁ ହରାଇଲା

ଭୁବନେଶ୍ୱର,: ପଞ୍ଜାବର ହୋସିଆରପୁରସ୍ଥିତ ଜେସିଟି ସ୍ପୋର୍ଟସ କମ୍ପ୍ଲେକ୍ସରେ ଚାଲିଥିବା ଜାତୀୟ ଉପକନିଷ୍ଠ ବାଳକ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ମଙ୍ଗଳବାର ଓଡ଼ିଶା ୫-୦ ଗୋଲ୍‌ରେ ଗୋଆକୁ ପରାସ୍ତ କରି ଦ୍ୱିତୀୟ ବିଜୟ ହାସଲ କରିଛି। ଓଡ଼ିଶା ପାଇଁ ମଙ୍ଗଳବାର ଅସୁନ୍ତା କେର୍‌କେଟା (୩୬ ଓ ୬୩ ମିନିଟ୍‌) ଦୁଇଟି ଗୋଲ୍‌ ଦେଇଥିବାବେଳେ ଯଦୁନାଥ ହାଁସଦା (୬୫), ଜଗଦୀଶ ଓରାମ (୮୩ ମିନିଟ୍‌) ଏବଂ ରବିନ୍‌ ଓରାମ (୯୨ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ପ୍ରଥମାର୍ଧ ସୁଦ୍ଧା ୧-୦ରେ ଆଗୁଆ ଥିବା ଓଡ଼ିଶା ଦ୍ୱିତୀୟାର୍ଧରେ ୪ ଗୋଲ୍‌ ଦେଇ ମ୍ୟାଚ୍‌କୁ ଏକତରଫା କରି ଦେଇଥିଲା। ପୂର୍ବରୁ ପଞ୍ଜାବ ବିପକ୍ଷ ମ୍ୟାଚ୍‌ରେ ୦-୨ ପଛୁଆ ଥିବା ଓଡ଼ିଶା ଏହାକୁ ୨-୨ରେ ଶେଷ କରି ପଏଣ୍ଟ ଭାଗ କରିଥିଲା। କିନ୍ତୁ ଆସାମ ବିପକ୍ଷରେ ୩-୧ରେ ବିଜୟୀ ହୋଇଥିଲା। ୨୫ ତାରିଖରେ ଓଡ଼ିଶା ଦଳ ନିଜର ପରବର୍ତୀ ମ୍ୟାଚ୍‌ରେ କେରଳ ସହ ଖେଳିବ।

ସମ୍ବନ୍ଧିତ ଖବର