କାତାର ବିଶ୍ବକପ୍‌ରେ ଓଡ଼ିଶା ଅଣ୍ଡା

ଭୁବନେଶ୍ୱର: କାତାରରେ ଚାଲିଥିବା ଫିଫା ବିଶ୍ବକପ୍‌ରେ ଭାରତ ଖେଳୁନଥିବାରୁ ଫୁଟ୍‌ବଲ୍ ପ୍ରଶଂସକମାନେ ନିରାଶ ଅଛନ୍ତି। କିନ୍ତୁ ଓଡ଼ିଶା ପାଇଁ ଏକ ଅପୂର୍ବ ପ୍ରତ୍ୟେକ୍ଷ ସମ୍ପୃକ୍ତି ଏବେ ରାଜ୍ୟବାସୀଙ୍କ ପାଇଁ ଖୁସିର ନିଆରା କାରଣ ହୋଇଛି। ବିଶ୍ବକପ୍‌ ପାଇଁ କାତାରରେ ଖେଳାଳି, ପ୍ରଶଂସକ ଏବଂ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିଯାଇଥିବାରୁ ଏବେ ପ୍ରମୁଖ ଖାଦ୍ୟର ଅଂଶବିଶେଷ ଭାବେ ଅଣ୍ଡାର ଆମଦାନୀ ମଧ୍ୟ ବୃଦ୍ଧି ପାଇଛି। ଏହି ଅହେତୁକ ଚାହିଦାକୁ ପୂରଣ କରିବା ପାଇଁ ଓଡ଼ିଶାରୁ ଅଣ୍ଡା ପଠାଯିବା ଖବର ରାଜ୍ୟ ପାଇଁ ଗୌରବ ମଧ୍ୟ ଆଣିଛି।

ଫିଫା ବିଶ୍ୱକପ୍ ଅବସରରେ ଅଣ୍ଡାର ଚାହିଦା ହଠାତ୍ ବୃଦ୍ଧି ପାଇବାରୁ କାତାର୍‌ର ଅଣ୍ଡା ଆମଦାନୀ ଦୁଇଗୁଣରୁ ଅଧିକ ବୃଦ୍ଧି ପାଇଛି। ଭାରତର ଅଗ୍ରଣୀ ଅଣ୍ଡା ଉତ୍ପାଦନକାରୀ ସଂସ୍ଥା, ଓଭୋ ଫାର୍ମ ସେହି ଚାହିଦା ପୂରଣ କରିବାକୁ ଆଗେଇ ଆସିଛି। ଓଭୋ ଫାର୍ମର ପରିଚାଳନା ନିର୍ଦେଶକ ତଥା ପ୍ରତିଷ୍ଠାତା ସୌମେନ୍ଦ୍ର ମିଶ୍ର କହିଛନ୍ତି, “ଏହା ଓଡିଶା ପାଇଁ ପ୍ରଥମ ଏବଂ ଏକ ଗର୍ବର ବିଷୟ ଯେ ଆମ ଉତ୍ପାଦିତ ସାମଗ୍ରୀ ଏକ ବିଶ୍ୱ ସ୍ତରୀୟ କାର୍ଯ୍ୟକ୍ରମରେ ପହଂଚିପାରିଛି। ଏହା ପ୍ରମାଣିତ କରୁଛି ଯେ ଆମ ଉତ୍ପାଦ, ଆମ ଉନ୍ନତ ବ୍ୟବସ୍ଥା ଓ ପ୍ରକ୍ରିୟାର ମାନ ନିଶ୍ଚିତ ବିଶ୍ୱସ୍ତରୀୟ ଅଟେ’’।

ସୂଚନାଯୋଗ୍ୟ, କାତାର ପାଇଁ ଭାରତ ଏକ ବୃହତ ଅଣ୍ଡା ରପ୍ତାନୀକାରୀ ଦେଶ। ଆମ ଦେଶର ଉନ୍ନତ ମାନର ଅଣ୍ଡା ଉତ୍ପାଦନ କରୁଥିବା କିଛି ବିଶ୍ୱସ୍ତରୀୟ ନିର୍ଦ୍ଧିଷ୍ଟ ଫାର୍ମ ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ସୁଯୋଗ ପାଇଥା’ନ୍ତି। ଫିଫା ବିଶ୍ବକପ୍‌ କାରଣରୁ ଭାରତର ଅଗ୍ରଣୀ ଅଣ୍ଡା ରପ୍ତାନୀକାରୀମାନେ ସେମାନଙ୍କ ରପ୍ତାନୀରେ ବହୁଗୁଣ ବୃଦ୍ଧି କରିଛନ୍ତି, ଯେଉଁଥିରେ ଓଭୋ ଫାର୍ମ ହେଉଛି ଅନ୍ୟତମ। ବଲାଙ୍ଗୀର ଜିଲ୍ଲାରେ ଥିବା ଓଭୋ ଫାର୍ମ ଆନ୍ତର୍ଜାତୀୟ ମାନର ଅଣ୍ଡା ଉତ୍ପାଦନ କରୁଥିବାରେ ଖ୍ୟାତି ରଖିଛି। ନଭେମ୍ବର ମାସରେ ଓଭୋ ଫାର୍ମ ଆଫ୍ରିକା ମହାଦେଶର ଲିବେରିଆ ଦେଶକୁ ମଧ୍ୟ ଅଣ୍ଡା ରପ୍ତାନୀ କରିଛି।

ଏହାର ସର୍ବୋତମ ଗୁଣମାନର ଓ ପୋଷଣଯୁକ୍ତ ଅଣ୍ଡା ପାଇଁ ପରିଚିତ ଓଭୋ ଫାର୍ମ ପ୍ରାଇଭେଟ୍ ଲିମିଟେଡ୍ ହେଉଛି ଓଡିଶାର ବଲାଙ୍ଗୀରରେ ଅବସ୍ଥିତ। ୟୁରୋପୀୟ ମାନକ (ଷ୍ଟାଣ୍ଡାର୍ଡ଼) ଅନୁଯାୟୀ ସର୍ବୋଚ୍ଚ ଗୁଣବତ୍ତାକୁ ସୁନିଶ୍ଚିତ କରିବା ପାଇଁ ଏଠାରେ ଭଲ ଭାବରେ ପରୀକ୍ଷଣ କରାଯାଇଥାଏ। ଓଭୋ ଫାର୍ମରେ ପ୍ରତିଦିନ ଏକ ମିଲିୟନ ବା ୧୦ ଲକ୍ଷରୁ ଅଧିକ ଅଣ୍ଡା ଉତ୍ପାଦନ କରାଯିବା ସହିତ ପୂର୍ବ ଭାରତରେ ଏହାର ବିକ୍ରି ପରିଚାଳନା କରାଯାଉଛି। ଓଭୋ ଫାର୍ମ ଏହାର ବ୍ରାଣ୍ଡ ‘କେନ୍‌କୋ’ ସହିତ ପ୍ରିମିୟମ୍‌ କ୍ୱାଲିଟି ପ୍ୟାକେଜ୍‌ଡ ଅଣ୍ଡା ଇଣ୍ଡଷ୍ଟ୍ରିରେ ଏକ ଗୁରୁତ୍ୱପୂର୍ଣ୍ଣ ବଜାର ଅଂଶ ହାସଲ କରିଛି। କେନ୍‌କୋ ଅଣ୍ଡାଗୁଡିକ ପ୍ରାୟ ୪୦୦ ଜେନେରାଲ ରିଟେଲ୍ କାଉଣ୍ଟର୍‌ ଏବଂ ସମସ୍ତ ବଡ଼ ଷ୍ଟୋର୍‌ରେ ଉପଲବ୍ଧ। ଏହା ଭୁବନେଶ୍ୱର, କୋଲ୍‌କାତା ଓ ଗୁଆହାଟୀର ସମସ୍ତ ଅଗ୍ରଣୀ ଇ-କମର୍ସ ପ୍ଲାଟ୍‌ଫର୍ମଗୁଡିକରେ ମଧ୍ୟ ଉପଲବ୍ଧ।

ସମ୍ବନ୍ଧିତ ଖବର