ଭୁବନେଶ୍ୱର: ଯୁବ ଆଇ-ଲିଗ୍ ଫୁଟ୍ବଲ୍ (୧୫ ବର୍ଷରୁ କମ୍) ପ୍ରତିଯୋଗିତାର ପଦାର୍ପଣରେ ଗ୍ରୁପ୍ ବିଜେତା ହୋଇ ନୂଆ ଅଧ୍ୟାୟ ସଂଯୋଗ କରିଥିବା ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ଦଳ ସୋମବାରଠାରୁ ପ୍ଲେ ଅଫ୍ ଅଭିଯାନ ଆରମ୍ଭ କରିବ। ଗ୍ରୁପ୍ ‘ଏ’ର ପ୍ରଥମ ମୁକାବିଲାରେ ଓଡ଼ିଶା ଦଳ ଏମ୍ଏସ୍ପି (ମାଲାବର ସ୍ପେଶାଲ୍ ପୁଲିସ୍) ଏଫ୍ସିକୁ ଭେଟିବ। ଏହା ପରେ ବୁଧବାର କୋକୁଳମ୍ କେରଳ ଏଫ୍ସି ଏବଂ ଶୁକ୍ରବାର ମୀନର୍ଭା ପଞ୍ଜାବ ଏଫ୍ସିକୁ ଭେଟିବ। ଡିସେମ୍ବରରେ ପୁନେରେ ଅବଶିଷ୍ଟ ଭାରତ ଜୋନ୍ର ଗ୍ରୁପ୍ ‘ସି’ରେ ବିଜେତା ହୋଇଥିବା ଓଡ଼ିଶା ଦଳରେ ଗୋଟିଏ ପରିବର୍ତନ କରାଯାଇଛି। ଭାରତୀୟ ୧୬ ବର୍ଷରୁ କମ୍ ଦଳରେ ସ୍ଥାନ ପାଇଥିବାରୁ ସମୀର କେରକେଟାଙ୍କ ବଦଳରେ ଦୁର୍ଗା ଟୁଡୁଙ୍କୁ ସାମିଲ କରାଯାଇଛି। ଗୋଆରେ ପ୍ଳେ ଅଫ୍ ଜାନୁଆରି ୨୨ରୁ ୨୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ୮ ଦଳରୁ ୫ ଦଳ ଯୋଗ୍ୟତା ଅର୍ଜନ କରିବା ସମ୍ଭାବନା ଥିବାରୁ ଓଡ଼ିଶା ଆଶାବାଦୀ ରହିଛି। ଏହା ପରେ ଜାନୁଆରି ୨୯ରୁ ଫେବ୍ରୁଆରି ୮ ପର୍ଯର୍୍ୟନ୍ତ ସେଠାରେ ଚୂଡାନ୍ତ ପର୍ଯ୍ୟାୟ ଖେଳାଯିବ।
ଓଡ଼ିଶା ଦଳ: ଗୋଲରକ୍ଷକ: ଅମି୍ରତ ଲାକ୍ରା, ସୁବ୍ରତ ପ୍ରଧାନ, ଉମେଶ ସିଂହ। ରକ୍ଷଣ ଭାଗ: ଗୋପାଳ ହେମ୍ବ୍ରମ୍, ସଂଜିତ କହଁର, ସାଗର ମାଝୀ, ବବ୍ଲୁ କହଁର, ଲାଲୁ ହେମ୍ବ୍ରମ୍, ଜ୍ୟୋତିର୍ମୟ ଗଡ଼ତିଆ। ମଧ୍ୟଭାଗ: ରଘୁ ମାରାଣ୍ଡି, ଲକ୍ଷ୍ମଣ ମାର୍ଣ୍ଡି, ବୀରସିଂହ ହେମ୍ବ୍ରମ୍, ଜଗଦୀଶ ଓରାମ, ନବୀନ ମାଝୀ, ଦୁର୍ଗା ମାରାଣ୍ଡି। ଅଗ୍ରଭାଗ: ପୁରୁଷୋତ୍ତମ କେରକେଟା, ବୃନ୍ଦାବନ ମୁଣ୍ଡା, ଫଗୁ ମାଝୀ, ଦୁର୍ଗା ଟୁଡୁ, ରଂଜନ ମାଝୀ। ପ୍ରଶିକ୍ଷକ: ପରାସର ବାଗ, ପ୍ରବଂଧକ: ଯଶପାଲ୍ ଉର୍ମା, ଫିଜିଓ: ଡାକ୍ତର ମୁକ୍ତି ପ୍ରସାଦ ଦାଶ।
ଓଡ଼ିଶାର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ମାଲାବର୍
ଯୁବ ଆଇ-ଲିଗ୍ ଫୁଟ୍ବଲ୍
/sambad/media/post_attachments/wp-content/uploads/2017/12/football-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)