ଭୁବନେଶ୍ୱର: ଓଡିଶାର ପ୍ରଥମ ଲନ୍ ଟେନିସ ରିସୋର୍ଟ ‘ଗୁରୁକୁଳ ରିସର୍ଟ’ ଭୁବନେଶ୍ୱର ଉପକଣ୍ଠସ୍ଥ ମେଣ୍ଢାଶାଳରେ ଉଦ୍ଘାଟିତ ହୋଇଯାଇଛି। ଓଡିଶା ଟେନିସ୍ ସଂଘର ସଭାପତି ତଥା ସଚିବ ଏବଂ ପରିବହନ କମିସନର ମଧୁସୂଦନ ପାଢୀ ଏହାକୁ ଉଦ୍ଘାଟନ କରିଥିଲେ। ଲନ୍ ଟେନିସ୍ ହେଉଛି ଏକ ଏକକ ଖେଳ ଯେଉଁଥିରେ ଖେଳାଳି ସ୍ୱତନ୍ତ୍ର ଭାବେ (ଆଇଟିଏଫ୍ ଏବଂ ଏଆଇଟିଏ) ଖେଳିବାକୁ ସୁଯୋଗ ପାଇବେ। ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ଖେଳାଳି କେବଳ ମାନ୍ୟତା ପାଇଁ ଖେଳିବେ। ଖେଳାଳିମାନେ ନିଜ ନିଜର ଯାତାୟତ ଖର୍ଚ ବହନ କରିବେ। ଭାରତରେ ଅନେକ ପ୍ରତିଯୋଗିତା ହେବାର ଦେଖିବାକୁ ମିଳିଥାଏ, କିନ୍ତୁ ଭିନ୍ନଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥାଏ ଯାହାକି ଖେଳାଳିମାନଙ୍କ ପାଇ ସୁବିଧାଜନକ ହୋଇନଥାଏ। ସେହିସବୁ ସ୍ଥାନମାନଙ୍କରେ ରହିବା ଖାଇବା ପାଇଁ ଉପଯୁକ୍ତ ସୁବିଧା ମଧ୍ୟ ନଥାଏ। ସେଥିପାଇଁ ଗୁରୁକୁଳ ରିସର୍ଟରେ ଏ ସମସ୍ତ ସୁବିଧା ସ୍ୱଳ୍ପ ମୂଲ୍ୟରେ ଖେଳାଳିମାନଙ୍କୁ ଯୋଗାଇ ଦିଆଯିବ।
Sambad is now on WhatsApp
Join and get latest news updates delivered to you via WhatsApp
୧.୪୫ ଏକରରେ ନିର୍ମାଣ କରାଯାଇଥିବା ଏହି ରିସର୍ଟର ପରିବେଶକୁ ନଡିଆ, ଆମ୍ବ ଏବଂ ଗୋଟେ ଛୋଟ ପୋଖରୀ ଇତ୍ୟାଦି ଦ୍ୱାରା ଆହୁରି ସ୍ୱତନ୍ତ୍ର କରାଯାଇଛି। ସେହିପରି ଏହି ରିସର୍ଟକୁ ଆନ୍ତର୍ଜାତୀୟସ୍ତରୀୟ କରିବା ପାଇଁ ଧୂସରୀୟ ଆଲୋକର ବ୍ୟବସ୍ଥା ମଧ୍ୟ ରହିଛି, ଏହା ଛଡା ଏହି ଟେନିସ୍ ଲନ୍ରେ ରହିବା ପାଇଁ ୧୦ କୋଠରୀ, ରେସ୍ତୋରାଁ, ଆହାରକେନ୍ଦ୍ର, ଖୋଲା ଜିମ୍ ଏବଂ ଦର୍ଶକମାନଙ୍କ ପାଇଁ ଗ୍ୟାଲେରିର ବ୍ୟବସ୍ଥା କରାଯାଇଛି। ଏହି ପ୍ରକଳ୍ପର ନିର୍ମାଣ ନିମନ୍ତେ ନିନ୍ମୟ ପ୍ରଧାନ ଏବଂ ତାଙ୍କ ପ୍ରଶିକ୍ଷକ ତଥା ଓଡ଼ିଶା ଟେନିସ୍ର ଜଣାଶୁଣା ବ୍ୟକ୍ତିତ୍ୱ ସନ୍ତୋଷ କୁମାର ମଲ୍ଲିକଙ୍କ ପ୍ରଚେଷ୍ଠା ଶେଷରେ ବାସ୍ତବ ରୂପ ନେଇଛି ବୋଲି ଶ୍ରୀ ପାଢ଼ୀ କହିଛନ୍ତି।